www.samajalive.in
Sunday, December 7, 2025
15.1 C
Bhubaneswar

କଳାହାଣ୍ଡି ଜାଗ୍ରତ ସମିତି ପାର୍ଟି ଓ ଚେତନା ନାରୀ ଜାଗରଣ ମଞ୍ଚ ପକ୍ଷରୁ ନର୍ଲା ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ନର୍ଲା : ଭାରତ ସରକାର ଅନୁସୂଚିତ ଜାତି, ଜନଜାତି ଓ ପାରମ୍ପରିକ ବନବାସୀମାନଙ୍କୁ ଜଳ, ଜଙ୍ଗଲ ଓ ଜମି ପଟ୍ଟା ପ୍ରଦାନ କରିବା ପାଇଁ ଘୋଷଣା କରିବା ୧୪ ବର୍ଷ ବିତିଯାଇଥିଲେ ହେଁ ତାହାର ସୁଫଳ ମିଳିନାହିଁ । ଓଲଟା ଜଙ୍ଗଲ ବିଭାଗ ନିରୀହ ଲୋକଙ୍କୁ ଦୁର୍ବବ୍ୟହାର କରି ମିଛ କେସ୍‌ରେ ଫସେଇ ହଇରାଣ କରୁଛନ୍ତି । କଳାହାଣ୍ଡି ଜଙ୍ଗଲ ଜମିରେ ଯେଉଁ ଆଦିବାସୀମାନେ ରହିଛନ୍ତି ଓ ବନବାସୀମାନେ ନିଜର ଜୀବିକା ପାଇଁ ଯାହା ଚାଷ କରୁଛନ୍ତି ତାହାକୁ ହାତୀ ନଷ୍ଟ କରୁଛନ୍ତି। ବନ୍ୟା, ବାତ୍ୟାରେ ଝାଟିମାଟିର କୁଡିଆ ଭୁଷୂଡି ପଡୁଛି ଅଥଚ ସରକାରଙ୍କ ତରଫରୁ କାଣି କଉଡିଟିଏ ସାହାଯ୍ୟ ମିଳୁନି। ଆଜିବି ଏହି ପାହାଡିଆ, ଝରଣିଆ ଆଦିବାସୀମାନେ ଝରଣାର ଦୂଷିତ ଜଳ ପିଇ ଅଜଣା ରୋଗର ଶିକାର ହେଉଛନ୍ତି ଓ ମୃତ୍ୟୁବରଣ କରୁଛନ୍ତି । ଜଙ୍ଗଲୀ ଆଦିବାସୀଙ୍କ ଦୁଃଖର ଅନ୍ତ ନାହିଁ ହେଲେ ଅନନ୍ତ ଶୟନରେ ସରକାର ଶୋଇଛନ୍ତି। ଏପରିକି ପିଇବା ପାଣି ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଛନ୍ତି ଆଦିବାସୀମାନେ ବୋଲି ଅଭିଯୋଗ କରି ଆଜି କଳାହାଣ୍ଡି ଜାଗ୍ରତ ସମିତି ସିପିଆଇ(ଏମ.ଏଲ) ଓ ନାରୀ ଜାଗରଣ ମଞ୍ଚ ପକ୍ଷରୁ ନର୍ଲା ବିଡିଓଙ୍କୁ ଏକ ୫ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି ।

ଶତାଧିକ ମହିଳା ଓ ପୁରୁଷ କର୍ମୀ ଏକତ୍ରିତ ହୋଇ ନର୍ଲା ଚାରିଛକରୁ ଏକ ଶୋଭାଯାତ୍ରାରେ ବାହାରି ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଗ୍ରାମ ପଞ୍ଚାୟତ ଅଧିକାରୀ କ୍ଷିତିଶ ଚନ୍ଦ୍ର ନାଏକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବୀପତ୍ରରେ ଜଙ୍ଗଲ ଜମିରେ ବସବାସ କରୁଥିବା ଆଦିବାସୀ ଓ ବନବାସୀମାନଙ୍କୁ ପଲ୍ଲିସଭା କରି ତୁରନ୍ତ ଘରଡିହ ପ୍ରଦାନ, ସେମାନଙ୍କ ପୁଅଝିଅମାନଙ୍କୁ ପାଠ ପଢ଼ ପାଇଁ ସୁବିଧା ପ୍ରଦାନ, ଜାତିଗତ ପ୍ରମାଣ ପତ୍ର ପ୍ରଦାନ, ପାନୀୟ ଜଳ,ରାସ୍ତାଘାଟ, ବିଦ୍ୟୁତ ଯୋଗାଣ, ନର୍ଲାକୁ ଏନଏସସି ଘୋଷଣା, ନର୍ଲା ତହସିଲରେ ସବ୍ ଟ୍ରେଜେରୀ ସ୍ଥାପନ ଆଦୀ ଦାବି ସ୍ଥାନ ପାଇଛି । ସାଧାରଣ ସମ୍ପାଦକକମ୍ରେଡ କେଶବ ଚନ୍ଦ୍ର ପଧାନଙ୍କ ନେତୃତ୍ୱରେ ଦୟା ସାଗର ନାଏକ, ଯୁଧିଷ୍ଠିର ସା, ଫକୀର ଚରଣ ଦୋରା, ଲଚମନ୍ ଧାରୁଆ, ଧନୁର୍ଯ୍ୟ ଗଉଡ, ବଲମ ଧାରୁଆ, ପଦ୍ମନ ଦୋରା, ଖଡିରାମ୍ ଧରୁଆ, ପିଲି ମାଝୀ ପ୍ରମୁଖ ଯୋଗଦେଇ ସରକାରଙ୍କୁ କଟୁ ସମାଲୋଚନ କରିବା ସହ ଏହି ଦାବୀ ଆସନ୍ତା ଜାନୁଆରୀ ୨୪ ତାରିଖ ସୂଦ୍ଧା ସରକାର ପୂରଣ ନକଲେ ୨୫ ତାରିଖରୁ ଶହଶହ ଆଦିବାସୀ ଓ ବନବାସୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିବେ ବୋଲି ଚେତାବନୀ ଦେଇଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories