www.samajalive.in
Friday, December 12, 2025
26.1 C
Bhubaneswar

ଇଂଲଣ୍ଡରେ ପୁଣି କରୋନା ମାଡ଼: ଦେଶର ବିଭିନ୍ନ ସ୍ଥାନରେ ୪ର୍ଥ ପର୍ଯ୍ୟାୟ କଟକଣା ଜାରି

ଲଣ୍ଡନ: ଇଂଲଣ୍ଡରେ କରୋନା ସ୍ଥିତି ଅତ୍ୟନ୍ତ ଗୁରୁତର । ପରିସ୍ଥିତି ଏପରି ହୋଇଛି ସରକାର ସେଠାରେ ୪ର୍ଥ ପର୍ଯ୍ୟାୟ କଟକଣା ଜାରି କରିଛନ୍ତି । ଏହି କଟକଣାକୁ କଠୋରରୁ କଠୋରତମ ଭାବରେ ପାଳନ କରିବାକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଇଂଲଣ୍ଡବାସୀଙ୍କୁ ଆହ୍ବାନ ଦେଇଛନ୍ତି ।  ଲଣ୍ଡନ ଓ ଇଂଲଣ୍ଡର ଦକ୍ଷିଣପୂର୍ବ ଅଞ୍ଚଳରେ ଏହାକୁ କଡ଼ାକଡ଼ି କରିବାକୁ କୁହାଯାଇଛି । ଏପରିକି ଏହି ଅଞ୍ଚଳର ଲୋକଙ୍କୁ ଘରୁ ନ ବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଖ୍ରୀସମାସ ସମୟରେ ମଧ୍ୟ ଏହି ନିୟମ ବଳବତ୍ତର ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଜନସନ୍ କହିଛନ୍ତି ଯେ କୋଭିଡ଼ ୧୯ର ଏହି ନୂଆ ଷ୍ଟ୍ରେନ୍ ସହଜରେ ଅନ୍ୟକୁ ସଂକ୍ରମଣ କରିପାରୁଛି ।  ପୂର୍ବ ତୁଳନାରେ ଏହା ୭୦% ପର୍ଯ୍ୟନ୍ତ ଅଧିକ ସଂକ୍ରାମକ । ତେଣୁ ଜନସାଧାରଣ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ପର୍ଯ୍ୟାୟ ୩ (ଟାୟାର୩) ପ୍ରତିବନ୍ଧକ ଥିବା ସମସ୍ତ ଅଞ୍ଚଳରକୁ ୪ର୍ଥ ପର୍ଯ୍ୟାୟ କଟକଣାକୁ ପରିବର୍ତିତ କରାଯାଇଛି ।  ଗ୍ରେଟର ଲଣ୍ଡନ, ବରେକଶାୟର୍, ବକିଙ୍ଗହାମଶାୟର୍, ହର୍ଟଫୋର୍ଡଶାୟର୍, ହାଷ୍ଟିଙ୍ଗସ୍, କେଣ୍ଟ ଏବଂ ପୋର୍ଟସମାଉଥ୍ ଅଞ୍ଚଳରେ ଏହା ଜାରି କରାଯାଇଛି।

- Advertisement -

ଏହା ସହ ଏହି ଅଞ୍ଚଳରେ ବାର୍, ବିୟୁଟି ସେଲୁନ୍ ଏବଂ ଅନ୍ୟାନ୍ୟ ସ୍ପା ସେବା କୁ ବନ୍ଦ କରାଯାଇଛି । ଘର ଭିତରର ଥିବା ଲୋକମାନେ ବାହାର ଲୋକଙ୍କ ସହ ମିଶାମିଶି କରିପାରିବେ ନାହିଁ । ବାହାରେ ଅନ୍ୟ ପରିବାରର ବ୍ୟକ୍ତିଙ୍କ ସହ ମିଳାମିଶା ଉପରେ କଟକଣା ଲାଗୁ କରାଯାଇଛି । ଏପରିକି ବାହାର ଲୋକଙ୍କୁ ଘରକୁ ଆସିବାକୁ ମଧ୍ୟ ବାରଣ କରାଯାଇଛି । ଯଦି କାହାରିକୁ ଭେଟିବା ଅତ୍ୟନ୍ତ ଜରୁରୀ ରହିଛି ତେବେ କେୟାର ହାଉସରେ ପରଦା ଆଢ଼ୁଆଳରେ ବା କାଚ ଝରକା ବାହାରେ ତାଙ୍କୁ ଭେଟ କରାଯାଇ ପାରିବ ବୋଲି କୁହାଯାଇଛି । ଏହା ସହ ଦେଶର ଲୋକମାନଙ୍କୁ ଅନ୍ୟତ୍ର ଯିବା ଉପରେ ବାରଣ କରାଯାଇଛି ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories