www.samajalive.in
Tuesday, December 9, 2025
16.1 C
Bhubaneswar

ଆତଙ୍କ ଖେଳାଉଛି କରୋନାର ନୂଆ ରୂପ; ବ୍ରିଟେନରୁ ଆସିଥିବା ୨ ବିମାନରୁ ୮ ଯାତ୍ରୀ ପଜିଟିଭ୍‌

ନୂଆଦିଲ୍ଲୀ: ବ୍ରିଟେନରେ କରୋନା ଭୂତାଣୁର ନୂଆ ରୂପ ଠାବ ହୋଇଛି। ଏହା ପୂର୍ବ ଭୂତାଣୁଠାରୁ ଅଧିକ ଘାତକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି, ଯାହାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ଡିସେମ୍ବର ୩୧ ପର୍ଯ୍ୟନ୍ତ ବ୍ରିଟେନରୁ ଆସିବାକୁ ଥିବା ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଲଗାଇଛି। ସୋମବାର ମଧ୍ୟରାତ୍ରିରୁ ଏହି ନିୟମ ଲାଗୁ ହୋଇଛି। ତେବେ ସୋମବାର ମଧ୍ୟରାତ୍ରି ପୂର୍ବରୁ ଲଣ୍ଡନରୁ ଦିଲ୍ଲୀ ଏବଂ କଲକାତା ଆସିଥିବା ୨ଟି ବିମାନରୁ ୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ଗତକାଲି ରାତିରେ ଦିଲ୍ଲୀ ବିମାନବନ୍ଦରରେ ଲଣ୍ଡନରୁ ଆସି ପହଞ୍ଚିଥିବା ଏକ ବିମାନରୁ ୬ ଯାତ୍ରୀ କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏହି ବିମାନରେ ମୋଟ ୨୬୬ ଯାତ୍ରୀ ଏବଂ ବିମାନ କର୍ମଚାରୀ ଥିଲେ। ବ୍ରିଟେନରେ ସାମ୍ନାକୁ ଆସିଥିବା ଭୂତାଣୁର ନୂଆ ରୂପକୁ ନେଇ ବିଶ୍ଵବ୍ୟାପୀ ଆତଙ୍କ ସୃଷ୍ଟି ହୋଇଛି। ଅନେକ ଦେଶ ବ୍ରିଟେନରୁ ଆସୁଥିବା ବିମାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

- Advertisement -

ସେହିପରି ବ୍ରିଟେନରୁ କଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନବନ୍ଦରରେ ରବିବାର ରାତିରେ ପହଞ୍ଚିଥିବା ବିମାନରୁ ୨ ଯାତ୍ରୀ କରୋନା ପଜିଟିଭ୍‌ ବାହାରିଛନ୍ତି। ଏହି ବିମାନରେ ମୋଟ ୨୨୨ ଯାତ୍ରୀ ଥିଲେ। ବିମାନବନ୍ଦର ଅଧିକାରୀଙ୍କ ସୂଚନା ଅନୁସାରେ, ଆସିଥିବା ୨୨୨ ଯାତ୍ରୀଙ୍କ ମଧ୍ୟରୁ ୨୫ ଜଣଙ୍କ ନିକଟରେ କରୋନା ରିପୋର୍ଟ ନ ଥିଲା। ତେଣୁ ସେମାନଙ୍କୁ ନିକଟରେ ଥିବା ଏକ କ୍ବାରେଣ୍ଟାଇ ସେଣ୍ଟରକୁ ନିଆଯାଇ କରୋନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories