www.samajalive.in
Saturday, December 13, 2025
18.1 C
Bhubaneswar

ଚିଟ୍‍ଫଣ୍ଡ କମିସନଙ୍କ ଆହୁରି ୬ମାସ କାର୍ଯ୍ୟକାଳ ବୃଦ୍ଧି

କଟକ : ରାଜ୍ୟରେ ଚିଟ୍‍ଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ କମିସନ ଜଷ୍ଟିସ ମଦନ ମୋହନ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି। ରାଜ୍ୟ ସରକାର କମିସନଙ୍କ କାର୍ଯ୍ୟକାଳ ଆହୁରି ୬ମାସ ବୃଦ୍ଧି କରିଛନ୍ତି। ଏ ନେଇ ଆଜି ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ କମିସନଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୪ତାରିଖରେ ପୂରିବା ପାଇଁ ଯାଉଥିବାବେଳେ ୫ତାରିଖରୁ ୬ମାସ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା ନେଇ ବିଜ୍ଞପ୍ତିରେ କୁହାଯାଇଛି। ଜୁଲାଇ ୧୩ତାରିଖରେ କମିସନଙ୍କ ପକ୍ଷରୁ ଚିହ୍ନଟ ହୋଇଥିବା କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପଞ୍ଚମ ପର୍ଯ୍ୟାୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଥିଲା। ୧୦ହଜାରରୁ କମ୍‍ ପୁଞ୍ଜି ବିନିଯୋଗ କରିଥିବା ୧ଲକ୍ଷ ୧ହଜାର ୮୫୦ କ୍ଷୁଦ୍ର ଜମାକାରୀ ପ୍ରସଙ୍ଗରେ ତଥ୍ୟ ରହିଥିବାବେଳେ ଚିହ୍ନଟ ହୋଇଥିବା ଜମାକାରୀଙ୍କୁ ଅର୍ଥ ଫେରସ୍ତ କରିବା ପାଇଁ ସରକାରଙ୍କୁ ସୁପାରିସ କରାଯାଇଥିଲା। ତେବେ କମିସନଙ୍କ ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପ୍ରାୟ ୨ଲକ୍ଷ ୨୪ହଜାର ସତ୍ୟପାଠ ଯାଞ୍ଚ କରାଯିବା ପାଇଁ ଧାର୍ଯ୍ୟ ହୋଇଛି। ଷଷ୍ଠ ପର୍ଯ୍ୟାୟରେ ୫ଲକ୍ଷ ୯୩ହଜାର ୧ଠାରୁ ୮ଲକ୍ଷ ୧୭ହଜାର ୨୫୩ ସତ୍ୟପାଠ ଯାଞ୍ଚ ହେବାକୁ ଥିବାବେଳେ କ୍ଷୁଦ୍ର ଜମାକାରୀ ପ୍ରସଙ୍ଗରେ ସି-ସୋର ଓ ଅର୍ଥତତ୍ତ୍ୱ ଚିଟ୍‍ଫଣ୍ଡ ସଂସ୍ଥାକୁ ନୋଟିସ ଜାରି କରିଛନ୍ତି କମିସନ। ସି-ସୋର କମ୍ପାନୀର ୪ହଜାର ୨୨୯ଜମାକାରୀଙ୍କ ପ୍ରସଙ୍ଗରେ ଆସନ୍ତା ଅଗଷ୍ଟ ୨୭ତାରିଖରେ ତଥ୍ୟ ରଖିବା ପାଇଁ ନୋଟିସ ହୋଇଥିବାବେଳେ ଅର୍ଥତତ୍ତ୍ୱ କମ୍ପାନୀର ୧୬୦୭ଜମାକାରୀ ପ୍ରସଙ୍ଗରେ ଆସନ୍ତା ଅଗଷ୍ଟ ୨୮ତାରିଖରେ କମ୍ପାନୀ ମୁଖ୍ୟ କିମ୍ବା ଓକିଲ ମାଧ୍ୟମରେ ହାଜର ହୋଇ ଜବାବ ରଖିବା ପାଇଁ କମିସନ ନୋଟିସ ଜାରି କରିଛନ୍ତି। ଅନ୍ୟପକ୍ଷରେ କମିସନଙ୍କ ଠାରେ ପାଖାପାଖି ୮୦ହଜାର ତ୍ରୁଟିପୂର୍ଣ୍ଣ ସତ୍ୟପାଠ ରହିଥିବାବେଳେ ନୂଆ କରି ଦେଢ ଲକ୍ଷରୁ ଊର୍ଦ୍ଧ୍ବ ସତ୍ୟପାଠ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାଯାଇଛି। ଏସବୁକୁ କମିସନ ବିଚାରକୁ ନେବା ପାଇଁ ଲକ୍ଷ୍ୟ ରଖିଥିବାବେଳେ କ୍ଷୁଦ୍ର ଜମାକାରୀଙ୍କ ପ୍ରସଙ୍ଗରେ ଆଉ ଗୋଟିଏ କିମ୍ବା ଦୁଇଟି ଅନ୍ତରୀଣ ରିପୋର୍ଟ ପ୍ରଦାନ ପରେ ୧୦ହଜାରରୁ ଊର୍ଦ୍ଧ୍ବ ଜମାକାରୀ ପ୍ରସଙ୍ଗରେ ସତ୍ୟପାଠ ଯାଞ୍ଚ ପାଇଁ ଧାର୍ଯ୍ୟ ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories