www.samajalive.in
Saturday, December 13, 2025
26.1 C
Bhubaneswar

ସଙ୍ଘବଦ୍ଧ ଆକ୍ରମଣ ଓ ହତ୍ୟା ରୋକିବା ପାଇଁ ମୃତ୍ୟୁଦଣ୍ଡାଦେଶ ଥିବା ଭଳି ବିଲ୍‍ ଆସିବ

ନୂଆଦିଲ୍ଲୀ : ସଙ୍ଘବଦ୍ଧ ଭାବେ ଉତ୍ତ୍ୟକ୍ତ ଲୋକମାନଙ୍କ ଦ୍ୱାରା ଦିଆଯାଉଥିବା ନିର୍ମମ ଦଣ୍ଡ ଓ ହତ୍ୟାକାଣ୍ଡ ଘଟଣାରେ ମୃତ୍ୟୁଦଣ୍ଡ ଦିଆଯିବାର ପ୍ରସ୍ତାବ ସହ କେନ୍ଦ୍ର ସରକାର ଖୁବ୍‍ ଶୀଘ୍ର ଏକ ବିଲ୍‍ ଆଗତ କରିବେ ବୋଲି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର କହିଛନ୍ତି ।

ମହାରାଷ୍ଟ୍ରର ୟବତମାଲ୍‍ଠାରେ ନାଥଯୋଗୀ ସଂପ୍ରଦାୟର ଏକ ପ୍ରତିନିଧି ଦଳ ସହିତ ଆଲୋଚନା ବେଳେ ସେ କହିଛନ୍ତି ଯେ, ୧୨ ବର୍ଷରୁ କମ୍‍ ବୟସର ବାଳିକାମାନଙ୍କୁ ବଳାତ୍କାର ଘଟଣାରେ ଯେଭଳି ମୃତ୍ୟୁଦଣ୍ଡାଦେଶର ବ୍ୟବସ୍ଥା ଥାଇ ଏକ ବିଲ୍‍ ପାସ୍‍ ହୋଇଛି; ଠିକ୍‍ ସେହିଭଳି ଏହି ବିଲ୍‍ ରେ ବ୍ୟବସ୍ଥା ରହିବ।  ଅଦାଲତର ଦ୍ୱାରସ୍ଥ ନ ହୋଇ ଲୋକମାନଙ୍କ ଦ୍ୱାରା ବିଚାର କରି ମୃତ୍ୟୁଦଣ୍ଡ ଦିଆଯିବା ଏକ ବର୍ବରୋଚିତ କାର୍ଯ୍ୟ ଓ କୌଣସି ସଭ୍ୟ ସମାଜ ଏହାକୁ କେବେ ଗ୍ରହଣ କରିବ ନାହିଁ ବୋଲି ସେ କହିଛନ୍ତି ।

- Advertisement -

ସୂଚନାଯୋଗ୍ୟ ଯେ ଚଳିତ ମାସରେ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ନାଥଯୋଗୀ ସଂପ୍ରଦାୟର ୫ଜଣଙ୍କୁ ପିଲାଚୋର ସନ୍ଦେହରେ ଲୋକମାନେ ପିଟିପିଟି ମାରି ଦେଇଥିଲେ। ଶ୍ରୀ ଅହିର ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଉଭୟ କେନ୍ଦ୍ର ଏବଂ ମହାରାଷ୍ଟ୍ର ସରକାର ଏହାକୁ ସମ୍ବେଦନଶୀଳ ପ୍ରସଙ୍ଗ ଭାବେ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories