www.samajalive.in
Friday, December 5, 2025
27.1 C
Bhubaneswar

‘ନ୍ୟୁ ଇଣ୍ଡିଆ’ ଓ ସଂରକ୍ଷଣ

ଏକ ଅସମାନ ସମାଜରେ ଅନଗ୍ରସର ବର୍ଗଙ୍କୁ ପାଠପଢ଼ା ଓ ନିଯୁକ୍ତିରେ ସଂରକ୍ଷଣ କିଛି ସୁବିଧା ସୁଯୋଗ ପ୍ରଦାନ କରିବା ମନ୍ଦ ବିଚାର ନୁହେଁ। ତେବେ ଏହି ସଂରକ୍ଷଣରେ କେବଳ ଜାତିକୁ ପ୍ରାଧାନ୍ୟ ଦେଇ ଆର୍ଥିକସ୍ଥିତିକୁ ବିଚାରକୁ ନ’ନେବା ଏକ ବାଛବିଚାରମୂଳକ ନୀତି। ଗରିବର କୌଣସି ଜାତି ନଥାଏ। ଏହା ଜାଣି ମଧ୍ୟ ଆମ ସଂରକ୍ଷଣ ବ୍ୟବସ୍ଥା ସଂପୂର୍ଣ୍ଣଭାବେ ଜାତି ଆଧାରିତ ଓ ବାଛବିଚାରମୂଳକ। ପାଠପଢ଼ା ଓ ନିଯୁକ୍ତି ଏହି ଉଭୟ କ୍ଷେତ୍ର ଯୁବବର୍ଗଙ୍କ ଚାହିଦା ଅନୁସାରେ ଯଥେଷ୍ଟ ନୁହେଁ। ତେଣୁ ସୀମିତ ପରିସରରେ ପାଠପଢ଼ିବାର ସୁଯୋଗ ପାଇଁ ଚାକିରି ଖଣ୍ଡିଏ ହାତେଇବାକୁ ଧନୀନିର୍ଦ୍ଧନ ନିର୍ବିଶେଷରେ ପ୍ରବଳ ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଯେହେତୁ ସଂରକ୍ଷଣରେ ଏକ ନିର୍ଦିଷ୍ଟ ଆସନ ମେଧା ପରିବର୍ତ୍ତେ ଜାତି ଭିତ୍ତିରେ ସଂରକ୍ଷିତ ରହୁଛି ସେଥିରେ ସାମିଲ ହେବାକୁ ବିଭିନ୍ନ ବର୍ଗ ନିଜନିଜର ସାମାଜିକ ଓ ଐତିହାସିକ ଅନଗ୍ରସର ସ୍ଥିତିକୁ ଦର୍ଶାଇ ରାଜନୈତିକ ଚାପ ଓ ଆନ୍ଦୋଳନ ଜରିଆରେ ଉଦ୍ୟମ କରୁଛନ୍ତି। ଆଜିକାଲି ଜାତି ଓ ଜାତିଆଣ ବିଚାର ଅନେକ ସ୍ଥାନରେ ରାଜନୈତିକ ଅସ୍ତ୍ର ପାଲଟିଛି । ସେଇ ବିଚାରରେ ମହାରାଷ୍ଟ୍ରର ମରାଠାମାନଙ୍କୁ ପଛୁଆବର୍ଗ ତାଲିକାରେ ସାମିଲ କରି ୧୬ଶତାଂଶ ସଂରକ୍ଷଣ ସୁବିଧା ଦେବାକୁ ଆନ୍ଦୋଳନ ଚାଲିଛି। ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଆଗୁଆ ଗୁଜରାଟର ପଟେଲ ଓ ଆନ୍ଧ୍ରର କାପୁମାନେ ମଧ୍ୟ ସଂରକ୍ଷଣ ସୁବିଧା ମାଗୁଛନ୍ତି। ମହାରାଷ୍ଟ୍ର ସରକାର ମରାଠା ଆନ୍ଦୋଳନକୁ ଦେଖି ଯେଉଁ ସର୍ବଦଳୀୟ ବୈଠକ ଡକାଇଥିଲେ ସେଥିରେ ସର୍ବସମ୍ମତି କ୍ରମେ ସ୍ଥିର ହୋଇଛି ଯେ ସଂପୃକ୍ତ ବର୍ଗଙ୍କୁ ସଂରକ୍ଷଣର ସୁବିଧା ଯୋଗାଇ ଦିଆଯିବ।
ଏହା କେବଳ ବା’କୁ ବତା ଭଳି ଏକ ପଦକ୍ଷେପ ସିନା, ଏହା ଦ୍ବାରା ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ନୁହେଁ। କେବଳ ଏହା ପଛରେ ଥିବା ରାଜନୀତିକୁ ପ୍ରଶମିତ କରିବାକୁ ଏହା ଏକ ସୁବିଧାଜନକ ବାଟ। ସରକାରୀ ଚାକିରି ସଂଖ୍ୟା କ୍ରମଶଃ କମୁଥିବାବେଳେ ସଂରକ୍ଷିତ ବର୍ଗର ସ୍ବଚ୍ଛଳ ଓ ଆଗଧାଡ଼ିର ପିଲାଏ ଅଧିକ ଫାଇଦା ଉଠାଉଛନ୍ତି। ଆହୁରି ମଧ୍ୟ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ ଅନୁସାରେ ସଂରକ୍ଷଣ ବ୍ୟବସ୍ଥା ୫୦ ଶତାଂଶରୁ ଅଧିକ ହୋଇପାରିବ ନାହିଁ। ସରକାରଙ୍କ ଏହି ସଂରକ୍ଷଣ ବ୍ୟବସ୍ଥା ଓ ସୋସାଲ ଇଂଜିନିୟରିଂ ପରିବର୍ତ୍ତିତ ପରିସ୍ଥିତିରେ, ବିଶେଷକରି ଉଦାରୀକରଣ ଓ ବିଶ୍ବାୟନ କାଳରେ ଏକ ପ୍ରକାର କ୍ରମଶଃ ନିରର୍ଥକ ପ୍ରମାଣିତ ହେଉଛି। ଏଭଳି ଅବସ୍ଥାରେ ସ୍ଥାନସଂରକ୍ଷଣ ଓ ନୂଆନୂଆ ବର୍ଗ ଏବଂ ଜାତିକୁ ଏଥିରେ ଅନ୍ତର୍ଭୁକ୍ତ କରିବା ତଥା ଏଥିପାଇଁ ରାଜନୀତି କରିବାର ସେମିତି କିଛି ବୃହତ୍ତର ଲକ୍ଷ୍ୟ ହାସଲ ସମ୍ଭାବନା ଦେଖାଯାଉନାହଁି।
ସଂରକ୍ଷଣ ରାଜନୀତି ଯେଉଁ ଢଙ୍ଗରେ ହେଉଛି ତାହା ଜାତିଆଣ ଓ ସଂପ୍ରଦାୟବାଦୀ ମନୋଭାବକୁ ଅଧିକ ତୀବ୍ର କରିବାସହ ସାମାଜିକ ସଂହତିକୁ ବିଗାଡ଼ୁଛି। ତଥାକଥିତ ଅଗ୍ରସର ବର୍ଗର ଗରିବମାନେ ନିଜର ସ୍ବାର୍ଥରକ୍ଷା ପାଇଁ ସମାନଢଙ୍ଗରେ ଆନ୍ଦୋଳନ ମଧ୍ୟ ଆରମ୍ଭ କଲେଣି। ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥା ପ୍ରଭାବହୀନ ହୋଇପଡ଼ିଥିବାରୁ ସରକାରଙ୍କୁ ନୂଆ ସୋସାଲ ଇଞ୍ଜିନିୟରିଂ ବା ନ୍ୟାୟୋଚିତ ସାମାଜିକ ବ୍ୟବସ୍ଥା ପାଇଁ ଉପାୟ ବାହାର କରିବାକୁ ପଡ଼ିବ। ଗଡ୍‌ଡାଳିକା ପ୍ରଭାବରେ ଏହି ମାର୍ଗରେ ଆଉ ଅଧିକ କାଳ ମୋଦୀଙ୍କ ‘ନ୍ୟୁ ଇଣ୍ଡିଆ’ ଯାଇପାରିବ ନାହିଁ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories