www.samajalive.in
Saturday, December 13, 2025
26.1 C
Bhubaneswar

ମୋହନାରୁ ଜଣେ ନାବାଳକ ନିଖୋଜ

ମୋହନା: ବହୁଚ଼ର୍ଚ୍ଚିତ ପରୀ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇ ନ ଥିବାବେଳେ ଗଜପତି ଜିଲ୍ଲା ମୋହନା ବ୍ଳକ ଅଞ୍ଚଳରୁ ପୁଣି ଜଣେ ଶିଶୁ ନିଖୋଜ ଜନସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି। ମୋହନା ଥାନା ଅନ୍ତର୍ଗତ ପାଞ୍ଚଆମ୍ବ ଘାଇସାହିରୁ ଶିଶୁ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଶିଶୁର ମା ଫାବିନା ଲିମା।

ଅଭିଯୋଗ ଅନୁଯାୟୀ, ଫାବିନା ଗତ ମଙ୍ଗଳବାର ଦିନ ତାଙ୍କ ୧୧ ବର୍ଷର ଶିଶୁପୁତ୍ର ଅପୂର୍ବ ଲିମାକୁ ଘରେ ଛାଡ଼ି ମକା ଭାଙ୍ଗିବାକୁ ଧାଡ଼ିଆମ୍ବ ଗାଁକୁ ଯାଇଥିଲେ। ତେବେ ସେ ଶୁକ୍ରବାର ଦିନ ଘରକୁ ଫେରିବା ବେଳେ ଶିଶୁ ପୁତ୍ରକୁ ପାଇ ନ ଥିଲେ। ଗାଁରେ ଖୋଜା ଖୋଜି କରିବା ପରେ ନିଜ ସମ୍ପର୍କୀୟ ଘରେ ମଧ୍ୟ ଖୋଜି ଥିଲେ ଫାବିନା। ତେବେ ଶିଶୁ ପୁତ୍ରର କୌଣସି ଖୋଜ ଖବର ନ ମିଳିବାରୁ ଆଜି ମୋହନା ଥାନାରେ ଅଭିଯୋଗ କରିଛନ୍ତି ମାଆ। ଫାବିନାର ନିଜ ବଡ ଝିଅ ପାର୍ବତୀ ଗାଁରେ ବିବାହ କରିଥିବା ବେଳେ ମଝିଆ ଝିଅ ବନଲତା ଲିମା ଗତ ୬ ବର୍ଷ ହେଲା ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ଥାନାରେ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁଜିତ ନାୟକ କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories