www.samajalive.in
Monday, December 8, 2025
13.1 C
Bhubaneswar

୪ ରାଜ୍ୟରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ, ବଦଳି ସମ୍ବନ୍ଧୀୟ ପରାମର୍ଶବଳୀ ଜାରି

ଆସନ୍ତାବର୍ଷ ୪ଟି ରାଜ୍ୟ ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ପୁଡୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ସେଠାରେ ସରକାରୀ ଅଧିକାରୀଙ୍କ ବଦଳି ସମ୍ବନ୍ଧୀୟ ପରାମର୍ଶବଳୀ ନିର୍ବାଚନ କମିଶନ ପକ୍ଷରୁ ଜାରି କରାଯାଇଛି। ନିର୍ବାଚନ ପରିଚାଳନା କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଧିକାରୀମାନଙ୍କୁ ସେମାନଙ୍କ ନିଜ ସହରରେ ଅବସ୍ଥାପିତ ନ କରିବାକୁ ନିର୍ବାଚନ କମିଶନ ଏହିସବୁ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି। କମିଶନ କହିଛନ୍ତି, ଯେଉଁ ଅଧିକାରୀମାନଙ୍କ ବିରୁଦ୍ଧରେ ପୂର୍ବରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ବା ଯେଉଁମାନଙ୍କ ବିରୁଦ୍ଧରେ ନିର୍ବାଚନ ପରିଚାଳନା ଜନିତ ଅନିୟମିତତା ନେଇ ବିଚାରଧୀନ ଅଛି, ସେମାନଙ୍କୁ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ ନ କରିବାକୁ କୁହାଯାଇଛି।

ଆସନ୍ତା ୬ମାସ ମଧ୍ୟରେ ଯେଉଁ ଅଧିକାରୀମାନେ ଅବସର ଗ୍ରହଣ କରିବେ ସେମାନଙ୍କୁ ମଧ୍ୟ ଦାୟିତ୍ୱ ନ ଦେବାକୁ କୁହାଯାଇଛି। ସେହିଭଳି ନିର୍ବାଚନ କମିଶନଙ୍କ ସୁପାରିଶ ଆଧାରରେ ୨୦୧୯ ଲୋକସଭା ନିର୍ବାଚନ ସମୟରେ ଅବସ୍ଥାପିତ ଅଧିକାରୀମାନଙ୍କୁ ବଦଳି ନ କରିବାକୁ ମଧ୍ୟ କୁହାଯାଇଛି।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories