www.samajalive.in
Monday, December 15, 2025
26.1 C
Bhubaneswar

ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କ ପ୍ରତି ଗାଭାସ୍କରଙ୍କ ସମବେଦନା

ନୂଆଦିଲ୍ଲୀ : ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିବା ଭାରତୀୟ ଦଳର ବ୍ୟାଟସମ୍ୟାନ୍‌ଙ୍କ ପ୍ରତି ସମବେଦନା ବ୍ୟକ୍ତ କରିଛନ୍ତି ପୂର୍ବତନ କ୍ରିକେଟର୍‌ ସୁନୀଲ ଗାଭାସ୍କର।
ପ୍ରଥମ ଟେଷ୍ଟର ୨ୟ ଇନିଂସରେ ଭାରତୀୟ ବ୍ୟାଟସମ୍ୟାନ୍‌ ମାତ୍ର ୩୬ ରନ୍‌ କରିଥିଲେ। ଭାରତୀୟ ଦଳର ବ୍ୟାଟସମ୍ୟାନ୍‌ଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଥିବା ବେଳେ ଅଷ୍ଟ୍ରେଲିଆ ଦଳର ବୋଲରମାନେ ଚମତ୍କାର ବୋଲିଂ କରି ଦଳକୁ ବିଜୟୀ କରାଇଲେ ବୋଲି ଗାଭାସ୍କର କହିଛନ୍ତି। ତେଣୁ ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କୁ ସମାଲୋଚନା କରାଯିବା ଅନୁଚିତ୍‌ ବୋଲି ଗାଭାସ୍କର ମତ ଦେଇଛନ୍ତି। ଗଣମାଧ୍ୟମକୁ ଗାଭାସ୍କର କହିଥିଲେ, ଭାରତୀୟ ଦଳ ୨ୟ ଇନିଂସରେ ମାତ୍ର ୩୬ ରନ୍‌ କରିବା କ୍ରିକେଟ୍‌ପ୍ରେମୀଙ୍କୁ ଦୁଃଖିତ କରିଥିବ। ତେବେ ଅଷ୍ଟ୍ରେଲିଆ ବୋଲର ଚମତ୍କାର ବୋଲିଂ ପ୍ରଦର୍ଶନ କଲେ; ତାହା ସମସ୍ତଙ୍କୁ ମାନିବାକୁ ପଡ଼ିବ। ଅଷ୍ଟ୍ରେଲିଆର ବୋଲର ହାଜେଲଉଡ୍‌, କମିନ୍‌ସ ଯେପରି ବୋଲିଂ କଲେ ସେମାନଙ୍କ ସମ୍ମୁଖରେ ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ମାନେ ତିଷ୍ଠିବା କଷ୍ଟକର ଥିଲା ବୋଲି ଗାଭାସ୍କର ସ୍ପଷ୍ଟ କରି ଦେଇଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories