www.samajalive.in
Friday, December 12, 2025
16.1 C
Bhubaneswar

ରାଜ୍ୟସ୍ତରୀୟ ଅନ୍‌ଲାଇନ୍‌ ଯୋଗ ପ୍ରତିଯୋଗିତା

ଭୁବନେଶ୍ବର: ଓଡ଼ିଶା ଯୋଗ ସଂଘ ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସ୍ତରୀୟ ଅନଲାଇନ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଆବାହକ ଯୋଗାଚାର୍ଯ୍ୟ ମନୋଜ କୁମାର ମୁଖାର୍ଜୀଙ୍କ ତତ୍ତ୍ବାବଧାନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସଭାପତି ଯୋଗାଚାର୍ଯ୍ୟ ନବ କିଶୋର ଦାସ, ସାଧାରଣ ସମ୍ପାଦକ ଆଦିତ୍ୟ କୁମାର ଜେନା ଓ ରାଜ୍ୟ ଯୋଗ ପ୍ରଚାରକ ଡ.ଆୟସକାନ୍ତ ଦାସଙ୍କ ଦିଗଦର୍ଶନରେ ଏହି ମହାମାରୀ କୋଭିଡ୍ ୧୯ର ଅସୁବିଧାକୁ ଦୃଷ୍ଟିରେ ରଖି ଯୁବ ଯୋଗପ୍ରେମୀନଙ୍କ ଉତ୍ସାହକୁ ବଳବତ୍ତର ରଖିବା ପାଇଁ ପ୍ରେରଣା ଦେଇଥିଲେ।

 

- Advertisement -

ଏହି ଅନଲାଇନ ଯୋଗ ପ୍ରତିଯୋଗିତା ଚାରୋଟି ବର୍ଗରେ ବିଭକ୍ତ କରାଯାଇଥିଲା ଯଥା ସବ ଜୁନିଅର ବର୍ଗର-ଛାତ୍ରୀମାନଙ୍କ ମଧ୍ୟରୁ ସାଇ ଶ୍ରଦ୍ଧା ନାୟକ ପ୍ରଥମ, ରାଜଲକ୍ଷ୍ମୀ ଜେନା ଦ୍ବିତୀୟ, ଯଶ୍ବଶୀ ମୁଦୁଲି ତୃତୀୟ, ଏବଂ ଛାତ୍ରୀମାନଙ୍କ ମଧ୍ୟରୁ ଜ୍ଞାନରଞ୍ଜନ ସିଆଲ ପ୍ରଥମ, ତନମୟ ମହାନ୍ତି ଦ୍ବିତୀୟ, ସୁର୍ଯ୍ୟାଂଶୁ ନାୟକ ତୃତୀୟ, ଜୁନିଅର ବର୍ଗର ଛାତ୍ରୀମାନଙ୍କ ମଧ୍ୟରୁ ଆଦିତି ମିଶ୍ର ପ୍ରଥମ, ସ୍ମୃତିରଞ୍ଜୀତା ମହାନ୍ତି ଦ୍ବିତୀୟ, ଇପ୍ସିତା ମୁର୍ମୁ ତୃତୀୟ ଏବଂ ଛାତ୍ରୀମାନଙ୍କ ମଧ୍ୟରୁ କିଶନ ରଥ ପ୍ରଥମ, ହରିଓମ୍ ପଥୀ ଦ୍ବିତୀୟ, ସୈମେନ୍ଦ୍ର ତୃତୀୟ, ସବ ସିନିଅର ବର୍ଗର ଛାତ୍ରୀମାନଙ୍କ ମଧ୍ୟରୁ କଳ୍ପନା ବଳିଆର ସିଂ ପ୍ରଥମ, ଛାତ୍ରୀମାନଙ୍କ ମଧ୍ୟରୁ ସୁନିଲ୍ ମଲ୍ଲିକ ପ୍ରଥମ, ହିମାଂଶୁ ବେହେରା ଦ୍ବିତୀୟ, ସୁଜୟ ମହାପାତ୍ର ତୃତୀୟ, ସିନିଅର ବର୍ଗର ଛାତ୍ରୀମାନଙ୍କ ମଧ୍ୟରୁ ମଧୁସ୍ମିତା ସେନାପତି ପ୍ରଥମ, ରଶ୍ମୀରେଖା ଶାନ୍ତି ଦ୍ବିତୀୟ ଏବଂ ଛାତ୍ରୀମାନଙ୍କ ମଧ୍ୟରୁ କେବଳ ଦୀପକ ସ୍ବାଇଁ ପ୍ରଥମ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଡଃ ଆଲୋକ କୁମାର ସ୍ବାଇଁ ମୁଖ୍ୟ ପରିଽକ ରୂପେ କାର୍ଯ୍ୟ ସମାପନ କରିଥିଲେ। ଏହି ପ୍ରତିଯୋଗିତାରେ ସ୍ବାମୀ ସାନ୍ତାନନ୍ଦଜୀଙ୍କ ଆର୍ଶିବାଦ ପ୍ରଦାନ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories