www.samajalive.in
Friday, December 12, 2025
15.1 C
Bhubaneswar

ଧାନମଣ୍ତି ବୁଲି ଦେଖିଲେ ସାଂସଦ ସୁରେଶ ପୂଝାରୀ 

ପଦ୍ମପୁର  : ପଦ୍ମପୁର ଉପ ଖଣ୍ତ କନସିଂହା ଧାନ ମଣ୍ତିକୁ ସାଂସଦ ସୁରେଶ ପୂଝାରୀ ଅକସ୍ମାତ ପରିଦର୍ଶନରେ ଯାଇଥିଲେ ।ଚାଷୀଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ ।ଚାଷୀମାନେ ମଣ୍ଡିରେ ଓଜନ କରିବା ମେସିନର ଅଭାବ ,ଜଳବାୟୁ ପରିବର୍ତ୍ତନରେ ଅନିୟମିତତା ବୃଷ୍ଟିପାତ ହେଲେ ଧାନକୁ ଘୋଡାଇବା ପାଇଁ ମଣ୍ଡିରେ ପାଲ ନାହିଁ,ବିଦ୍ୟୁତ୍ ସଂଯୋଗ ସୁବିଧା ନାହିଁ ।ଅନ୍ଧାରରେ ଧାନ ଚୋରୀ ହେବାର ସମ୍ଭାବନା ରହିଛି ଆଦି ସମସ୍ୟା ଉପସ୍ଥାପନା କରିଥିଲେ ।ଚାଷୀମାନଙ୍କର ସମସ୍ୟା ଶୁଣି ସାଂସଦ ବରଗଡ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆର୍.ଏମ୍.ସି କର୍ମଚାରୀ ଭୀମସେନ୍ ସାହୁ ଏବଂ କନସିଂହା ପ୍ୟାକ୍ସର ସମ୍ପାଦକ କାନ୍ତିଲାଲ ଭୋଇ ଙ୍କୁ ଚାଷୀଙ୍କ ଅସୁବିଧା ପ୍ରତି ନଜର ଦେବାକୁ ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ , ଅସୁବିଧା ସତ୍ତ୍ବେ ଧାନ ମଣ୍ଡିରେ ବର୍ତ୍ତମାନ ୨୫ ହଜାର,୩୫୫ ପ୍ୟାକେଟ ଧାନ ଖୋଲା ଆକାଶ ତଳେ ପଡି ରହିଛି । ମିଲର୍ସମାନଙ୍କ ମନମୁଖୀ ଯୋଗୁଁ ଚାଷୀଙ୍କ ଧାନ ଉଠିପାରୁନାହିଁ ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories