www.samajalive.in
Sunday, December 14, 2025
15.1 C
Bhubaneswar

ଅଚ୍ୟୁତ ସାମନ୍ତଙ୍କୁ ଜୀବନ ଗୌରବ ପୁରସ୍କାର

ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରେ ଜୀବନ ବ୍ୟାପୀ ସାଧନା ପାଇଁ ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଗଭର୍ଣ୍ଣିଂ କାଉନ୍‍ସିଲ୍‍ ଅଫ୍‍ ନ୍ୟାସ୍‍ନାଲ୍‍ ଟିଚର୍ସ କଂଗ୍ରେସ ପକ୍ଷରୁ ‘ଜୀବନ ଗୌରବ ପୁରସ୍କାର’ ପ୍ରଦାନ କରାଯାଇଛି। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ ପୁନେସ୍ଥିତ ଏମ୍‍ଆଇଟି ୱାଲ୍‍ର୍ଡ ପିସ୍‍ ବିଶ୍ୱବିଦ୍ୟାଳୟଠାରେ ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲୁଥିବା ୪ର୍ଥ ନ୍ୟାସ୍‍ନାଲ୍‍ ଟିଚର୍ସ କଂଗ୍ରେସର ଉଦ୍‍ଯାପନୀ ଉତ୍ସବ ଅବସରରେ ଶୁକ୍ରବାର ଶ୍ରୀ ସାମନ୍ତଙ୍କୁ ଏହି ପୁରସ୍କାର ଭର୍ଚୁଆଲ୍‍ ମୋଡ୍‍ରେ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର, କେନ୍ଦ୍ର କୌଶଳ ବିକାଶ ଓ ଔଦ୍ୟୋଗୀକରଣ ମନ୍ତ୍ରୀ ଡ. ମହେନ୍ଦ୍ର ନାଥ ପାଣ୍ଡେ, ଗ୍ଲୋବାଲ୍‍ ରିସର୍ଚ୍ଚ ଆଲିଆନ୍‍ସର ନ୍ୟାସ୍‍ନାଲ୍‍ ରିସର୍ଚ୍ଚ ପ୍ରଫେସର ଅଧ୍ୟକ୍ଷ ଡ. ଆର. ଏ. ମାସେଲ୍‍କର, ରିସର୍ଚ୍ଚ ଇନୋଭେସନ୍‍ ସର୍କଲ୍‍ ହାଇଦ୍ରାବାଦ୍‍ର ମହାନିର୍ଦେଶକ ଡ. ଅଜିତ ରାଙ୍ଗନେକର ଓ ଏମ୍‍ଆଇଟି ୱାଲ୍‍ର୍ଡ ପିସ୍‍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ. ବିଶ୍ୱନାଥ କରାଦ ପ୍ରମୁଖ ଉପସ୍ଥିତ ଥିଲେ। ୨୦୧୬ରେ ପ୍ରତିଷ୍ଠିତ ଗଭର୍ଣ୍ଣିଂ କାଉନ୍‍ସିଲ୍‍ ଅଫ୍‍ ନ୍ୟାସ୍‍ନାଲ୍‍ ଟିଚର୍ସ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ଦେଶ ବିଦେଶର ବହୁ ନୀତି ନିର୍ଦ୍ଧାରକ, ବୁଦ୍ଧିଜୀବୀ, ଶିକ୍ଷାବିତ୍‍, ବୈଜ୍ଞାନିକ, ଆଧ୍ୟାତ୍ମିକ ଗୁରୁ ଆଦିଙ୍କୁ ଏହି କଂଗ୍ରେସରେ ସାମିଲ କରିବା ସହ ସମ୍ମାନିତ କରିସାରିଛି। ଦୀର୍ଘ ୩୦ ବର୍ଷ ଧରି ଶିକ୍ଷାର ବିକାଶ ଦିଗରେ ତାଙ୍କ କାର୍ଯ୍ୟର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥିବାରୁ ଶ୍ରୀ ସାମନ୍ତ ଏଥି ପାଇଁ ଗଭର୍ଣ୍ଣିଂ କାଉନ୍‍ସିଲ୍‍ ଅଫ୍‍ ନ୍ୟାସ୍‍ନାଲ୍‍ ଟିଚର୍ସ କଂଗ୍ରେସକୁ ନିଜର କୃତଜ୍ଞତା ଜଣାଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories