www.samajalive.in
Sunday, December 7, 2025
14.1 C
Bhubaneswar

୯ ମାସରେ ପତ୍ନୀଙ୍କୁ ଛାଡ଼ି ଚାଲିଯାଇଛନ୍ତି ୩,୫୦୦ ଏନ୍‍ଆରଆଇ ପତି

ନୂଆଦିଲ୍ଲୀ : ଗତ ୯ ମାସ ମଧ୍ୟରେ ପ୍ରବାସୀ ଭାରତୀୟ (ଏନ୍‍ଆରଆଇ) ପତିମାନଙ୍କ ଦ୍ୱାରା ପତ୍ନୀଙ୍କୁ ଛାଡ଼ି ଦେବାର ୩,୫୦୦ରୁ ଅଧିକ ଅଭିଯୋଗ ରୁଜୁ ହୋଇଛି ବୋଲି ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ରେଖା ଶର୍ମା ସୋମବାର ପ୍ରକାଶ କରିଛନ୍ତି। କେବଳ ପଞ୍ଜାବରୁ ଏଭଳି ୩୫୫ଟି ଅଭିଯୋଗ ଆସିଛି। ଜଳନ୍ଧରଠାରେ ପଞ୍ଜାବରେ ଏନଆରଆଇ ବିବାହ ସହ ସମ୍ପୃକ୍ତ ପ୍ରସଙ୍ଗରେ ଆୟୋଜିତ ଆଲୋଚନାଚକ୍ରରେ ଭାଗ ନେଇ ରେଖା କହିଥିଲେ ଯେ ଅଭିଯୋଗଗୁଡ଼ିକର ବିଶ୍ଲେଷଣରୁ କେତେକ ଉତ୍ପୀଡ଼ନ ଏବଂ ଦୁର୍ବ୍ୟବହାର ମାମଲା ସାମ୍ନାକୁ ଆସିଛି। ଏହା ମଧ୍ୟରେ ପତ୍ନୀଙ୍କୁ ଛାଡ଼ିଦେବା, ଭାରତ ଛାଡ଼ିବା ପରେ ପତ୍ନୀଙ୍କ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିଦେବା, ବିବାହ ପରେ ବିଶ୍ୱାସଘାତ କରିବା ଭଳି ଅନେକ ମାମଲା ରହିଛି। ପଞ୍ଜାବ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମନିଷା ଗୁଲାଟି କହିଥିଲେ ଯେ କେବଳ ପଞ୍ଜାବରେ ଏନ୍‍ଆରଆଇ ସ୍ୱାମୀଙ୍କ ଦ୍ୱାରା ପତ୍ନୀଙ୍କୁ ଛାଡ଼ି ଦିଆଯାଇଥିବାର ୩୦ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି। ମହିଳା ଆୟୋଗ ଏହି ସମସ୍ୟାର ସମାଧାନ ପାଇଁ ଏକ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ପଞ୍ଜାବ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷ ମନିଷା ଗୁଲାଟି ନୂଆଦିଲ୍ଲୀଠାରେ କେନ୍ଦ୍ର ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଛନ୍ତି। ଏହା ଉପରେ ଆଇନ ଅଣାଯିବ ବୋଲି ସୁଷମା ଆଶ୍ୱାସନା ଦେଇଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories