www.samajalive.in
Wednesday, December 10, 2025
18.1 C
Bhubaneswar

ସରକାରୀ ସମୟରେ ବାଙ୍କୀ ଏନ୍‌.ଏ.ସି କର୍ମଚାରୀ ଶୂନ୍ୟ, ତାଲାପକାଇଲେ ସାଧାରଣ ଜନତା

ବାଙ୍କୀ(ଡମପଡ଼ା): ପ୍ରତେକ ସରକାରୀ କାର୍ଯ୍ୟାଳୟ ଜନସାଧାରଣଙ୍କ ପାଇଁ ଖୋଲା ରହିଥିବା ବେଳେ ସରକାରୀ କାର୍ଯ୍ୟ ସମୟ ୧୦ ଟା ଠରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସରକାର ଧାର୍ଯ୍ୟ କରିଛନ୍ତି । ଫଳରେ ସରକାରୀ କର୍ମଚାରୀମାନେ ଏହି ସମୟ ମଧ୍ୟରେ ମୁଖ୍ୟ କାର୍ଯ୍ୟଳୟରେ ଉପସ୍ଥିତ ରହି ସରକାରୀ କାର୍ଯ୍ୟ ସହ ଜନସାଧାରଣଙ୍କ ସୁବିଧା ଅସୁବିଧା, ଆପତ୍ତି -ଅଭିଯୋଗ ଶୁଣିବାର ବ୍ୟବସ୍ଥା ରହିଛି । କିନ୍ତୁ କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡର ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ସରକାରୀ ଧାର୍ଯ୍ୟ ସମୟରେ ଅଫିସ ପରିସରରେ କୌଣସି ସରକାରୀ କର୍ମଚାରୀ ରହୁନଥିବା ଦେଖିବାକୁ ମିଳିଛି ।

ଗତ ତିନିଦିନ ତଳେ ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଆବାସ ଯୋଜନା (ସହରାଞ୍ଚଳ) ତାଲିକା ପ୍ରକାଶ ପାଇଥିବା ବେଳେ ଅନେକ ଅଯୋଗ୍ୟ ହିତାଧିକାରୀ ତାଲିକାରେ ସାମିଲ୍ ହୋଇଥିବା ଦେଖବାକୁ ମିଳିଥିଲା । ଯୋଗ୍ୟ ହିତାଧିକାରୀ ଏଥିରେ ବାଦ୍ ପଡିଥିବା ବେଳେ ଜନସାଧାରଣ ମଧ୍ୟ ଏନ.ଏ.ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏ ସଂକ୍ରାନ୍ତରେ ଆଜି ବାଙ୍କୀର ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିନୟ ରଞ୍ଜନ ମହାପାତ୍ରଙ୍କ ଅବଗତି ନିମନ୍ତେ ଅନୁମତି ନେଇଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ୩ ଟା ସମୟରେ ଆଲୋଚନା ପାଇଁ ସମ୍ମତି ଜଣାଇଥିଲେ । କିନ୍ତୁ ପୂର୍ବତନ ବିଧାୟକ ୩ ଟା ସମୟରେ କାର୍ଯ୍ୟାଳୟ ଠାରେ ପହଞ୍ଚିଥିବା ବେଳେ କାର୍ୟ୍ୟନିର୍ବହୀ ଅଧିକାରୀ ଅନୁପସ୍ଥିତ ଥିବା ବେଳେ ସମ୍ପୂର୍ଣ୍ଣ ଅଫିସ ସାଢ଼େ ୩ ଟା ପର୍ଯ୍ୟନ୍ତ ଖାଲି ପଡିଥିବା ଦେଖିବାକୁ ମିଳିଥିଲା । କେବଳ ଜଣେ ସିକ୍ୟୁରିଟ୍ ଗାର୍ଡ ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ବାହାର ବସିଥିବା ବେଳେ ସମ୍ପୂର୍ଣ୍ଣ ଅଫିସ ଲକ୍ ଥିବା ଦେଖାଯାଇଥିଲା । କିଛି ସରକାରୀ କାର୍ଯ୍ୟାଳୟ ଗୃହରେ ସରକାରୀ ସମୟରେ କର୍ମଚାରୀ ନଥିବା ହେତୁ ସମସ୍ତ ଚେୟାର ଫାଙ୍କା ପଡିଥିବା ଦେଖିବାକୁ ମିଳିଥିଲା ।

- Advertisement -

ଜନସାଧାରଣଙ୍କ ସ୍ୱାର୍ଥପାଇଁ କଂଗ୍ରେସ ସରକାରୀ ସମୟରେ କାର୍ଯ୍ୟାଳୟକୁ ଯାଇଥିବା ବେଳେ କୌଣସି କର୍ମଚାରୀଙ୍କ ଦେଖାନମିଳିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ପୂର୍ବତନ ବିଧାୟକ । ସରକାରୀ ଧାର୍ଯ୍ୟ ସମୟରେ ଅଫିସ୍ ପରିସରରେ କୌଣସି କର୍ମଚାରୀ ନରହିବା ବାଙ୍କୀ ପ୍ରଶାସନର ଅପାରଗତା ଏବଂ ଦାୟିତ୍ୱହୀନତାକୁ ସୂଚାଉଥିବା ବାଙ୍କୀର ବୁଦ୍ଧିଜୀବୀ ମତଦେଇଛନ୍ତି । ଫଳରେ ଅଭିଯୋଗ ପାଇଁ ଆସିଥିବା ଜନସାଧାରଣ ଅଞ୍ଚଳ ପରିଷଦର କାର୍ଯ୍ୟାଳୟକୁ ବନ୍ଦ କରି ସରକାରୀ ନିୟମକୁ ମାନୁନଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ବାହାରେ ୧ ଘଣ୍ଟାକାଳ ଧାରଣାରେ ବସି ରହିଥିବା ଦେଖିବାକୁ ମିଳିଥିଲା । ବାଙ୍କୀ ଥାନାର ସେକେଣ୍ଡ୍ ଅଫିସର ସୂର୍ଯ୍ୟାଶୁଂ ଶେଖର ପାଢୀ ଘଟଣା ସ୍ଥଳରେ ପହଞ୍ଚିବା ପରେ କାର୍ଯ୍ୟାଳୟ ତାଙ୍କ ଜିମା ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories