www.samajalive.in
Wednesday, December 10, 2025
26.1 C
Bhubaneswar

ଓଡ଼ିଶା ହେବ ଆଇଟି ପେଣ୍ଠସ୍ଥଳ, ଆଇଟି କ୍ଷେତ୍ରରେ ବଢ଼ିବ କର୍ମନିଯୁକ୍ତି

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଗୋଠପାଟଣାସ୍ଥିତ ଏସ୍‌ଟିପିଆଇ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ନୂଆ ଏସ୍‌ଟିପିଆଇ କେନ୍ଦ୍ରରେ ପ୍ଲଗ୍‌ ଆଣ୍ଡ ପ୍ଲେ, ନେକ୍ସଟ୍‌ ଜେନେରେସନ୍‌ ଇନ୍‌କୁ୍ୟବେସନ୍‌ ସେଣ୍ଟର, ଡାଟା ଷ୍ଟୋରେଜ୍‌, ଡାଟା ସିକ୍ୟୁରିଟି, ଇଲେକ୍‌ଟ୍ରୋପ୍ରିନିୟୋର ପାର୍କ, ମେଣ୍ଟର କନେକ୍ଟ ଆଦି ରହିଥିବା ବିଭିନ୍ନ ଆଇଟି ଭିତ୍ତିଭୂମିକୁ ମନ୍ତ୍ରୀ ଶ୍ରୀ ବେହେରା ଅନୁଧ୍ୟାନ କରିଥିଲେ। ଏହି ଏସ୍‌ଟିପିଆଇ ଗୋଠପାଟଣା କେନ୍ଦ୍ର କାର୍ଯ୍ୟକାରୀ ହେବା ପରେ ନୂଆଦିଲ୍ଲୀ ପରେ ଏହା ସମଗ୍ର ଦେଶରେ ଦ୍ୱିତୀୟ ଉତ୍କର୍ଷ କେନ୍ଦ୍ର ଭାବେ ପରିଗଣିତ ହେବ। ଏଥି ସହିତ ଆଇଟି କ୍ଷେତ୍ରରେ ନିଯୁକ୍ତି ବହୁମାତ୍ରାରେ ବୃଦ୍ଧି ପାଇବ ବୋଲି ଅଧିକାରୀମାନେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଅବଗତ କରାଇଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ଟାୟାର-୩ ଡାଟା ଷ୍ଟୋରେଜ ସେଣ୍ଟର ଓ ଫାବ୍‌-ଲ୍ୟାବ୍‌ ବୁଲିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରକୁ ଆଇଟି ହବ୍‌ରେ ପରିଣତ କରିବାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ ଦିଗରେ ଆମ ସମସ୍ତଙ୍କୁ ଆଗଭର ହୋଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଥିଲେ। କରୋନା ମହାମାରୀ ପାଇଁ ଦେଶରେ ଆର୍ଥିକ ଓ ସ୍ୱଭାବିକ କାର୍ଯ୍ୟକ୍ରମ ଯଥେଷ୍ଟ କମିଯାଇଥିଲା। ତେବେ ରାଜ୍ୟ ସରକାରଙ୍କ ସଠିକ୍‌ କୋଭିଡ୍‌ ପରିଚାଳନା ଏବଂ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଏହି ସମୟ ମଧ୍ୟରେ ବହୁଗୁଡ଼ିଏ ଉନ୍ନୟନ କାର୍ଯ୍ୟ କରାଯାଇ ପାରିଛି। ଆମ ରାଜ୍ୟରେ ଅଧିକ ଆଇଟି ବୃତ୍ତିଧାରୀ ସୃଷ୍ଟି କରିବା ଏବଂ ଆଇଟି-ଉଦ୍ୟୋଗୀମାନଙ୍କୁ ଆକୃଷ୍ଟ କରିବା ପାଇଁ ସବୁପ୍ରକାର ସୁବିଧାସୁଯୋଗ ଯୋଗାଇ ଦେବାଲାଗି ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଇଟି କ୍ଷେତ୍ରରେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ଭୁବନେଶ୍ୱର, ବ୍ରହ୍ମପୁର ଏବଂ ରାଉରକେଲାରେ ଏସ୍‌ଟିପିଆଇ କାର୍ଯ୍ୟ କରୁଥିବାବେଳେ ନବନିର୍ମିତ ବାଲେଶ୍ୱର ଏସ୍‌ଟିପିଆଇ କେନ୍ଦ୍ର ଉଦ୍‌ଘାଟନ ଅପେକ୍ଷାରେ ରହିଛି। ଏଥିସହ କୋରାପୁଟ-ଜୟପୁର, ଯାଜପୁର, ଅନୁଗୁଳ ଓ ସମ୍ବଲପୁର ଏସ୍‌ଟିପିଆଇ ପ୍ରତିଷ୍ଠା କାର୍ଯ୍ୟ ଆଗାମୀ ଦୁଇବର୍ଷ ମଧ୍ୟରେ ଶେଷ କରାଯିବାର ଯୋଜନା ରହିଛି। ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଏସ୍‌ଟିପିଆଇ, ଭୁବନେଶ୍ୱରର ନିର୍ଦେଶକ ମାନସ ରଞ୍ଜନ ପଣ୍ଡାଙ୍କ ସହିତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories