www.samajalive.in
Friday, December 5, 2025
20.1 C
Bhubaneswar

ସ୍ବଦେଶୀ ଅସ୍ତ୍ରଶସ୍ତ୍ରରେ ଶତ୍ରୁଙ୍କୁ ଧୁଳି ଚଟାଇବୁ: ସିଡିଏସ

ବେଙ୍ଗାଲୁରୁ: ଭବିଷ୍ୟତରେ କୌଣସି ରାଷ୍ଟ୍ର ସହ ଯଦି ଯୁଦ୍ଧ ହୁଏ, ତେବେ ଭାରତ ନିଜର ସ୍ବଦେଶୀ ଅସ୍ତ୍ରଶସ୍ତ୍ରରେ ଲଢ଼ିବ ଏବଂ ଶତ୍ରୁଙ୍କୁ ଧୂଳି ଚଟାଇବ। ଚୀନ ଏବଂ ପାକିସ୍ତାନ ସହିତ ସୀମାରେ ଉତ୍ତେଜନା ଜାରି ରହିଥିବାବେଳେ ଭାରତର ତିନି ସେନା ମୁଖ୍ୟ ତଥା ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ) ଏହି ମନ୍ତବ୍ୟ ଦେଇଛନ୍ତି।

- Advertisement -

ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (ଡିଆରଡିଓ)ର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସିଡିଏସ କହିଥିଲେ, ଆମେ ଦେଖୁଛୁ ଯେ ପ୍ରତିରକ୍ଷା କ୍ଷେତ୍ରକୁ ନେଇ ଆମ ଘରୋଇ ଉଦ୍ୟୋଗଗୁଡ଼ିକ ବହୁ ଉତ୍ସାହିତ। ସେମାନଙ୍କୁ ସମର୍ଥନର ଆବଶ୍ୟକତା ରହିଛି। ବର୍ତ୍ତମାନ ସମୟରେ ଆମ ଦେଶ ଉତ୍ତର ଏବଂ ପଶ୍ଚିମ ସୀମାରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ମୁଁ ଅନୁଭବ କରୁଛି ଯେ, ଭବିଷ୍ୟତରେ ହେବାକୁ ଥିବା ଯୁଦ୍ଧକୁ ଆମେ ସ୍ବଦେଶୀ ଅସ୍ତ୍ରଶସ୍ତ୍ର ବଳରେ ଜିତିବୁ।

ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଭାରତକୁ ସୁପରପାୱାର (ମହାଶକ୍ତି) ଭାବେ ଗଢ଼ିବାରେ ଡିଆରଡିଓର ବୈଜ୍ଞାନିକମାନଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିବ। ଏହି ଅବସରରେ ସେ ବାୟରୁ ବାୟୁରେ ଲକ୍ଷ୍ୟ ଭେଦ କରିପାରୁଥିବା ‘ଅସ୍ତ୍ର ଏମକେଆର-୧ ବିଭିଆର’ କ୍ଷେପଣାସ୍ତ୍ରର ଏକ ମଡେଲକୁ ବାୟୁସେନା ମୁଖ୍ୟ ଆର.କେ.ଏସ. ଭଦୌରିଆଙ୍କୁ ପ୍ରଦାନ କରିଥିଲେ। ସିଂହ କହିଥିଲେ, ଆମେ ଭାରତକୁ ସୁପରପାୱାର କରିବାକୁ ଚାହୁଁଛୁ ଏବଂ ଆପଣମାନେ(ବୈଜ୍ଞାନିକ) ଏଥିରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ।

ସୂଚନାଯୋଗ୍ୟ, ‘ଅସ୍ତ୍ର ଏମକେଆର-୧ ବିଭିଆର(ବିୟଣ୍ଡ ଭିଜୁଆଲ ରେଞ୍ଜ)’ ବାୟୁରୁ ବାୟୁରେ ଲକ୍ଷ୍ୟ ଭେଦ କରିପାରୁଥିବା ଏକ ସ୍ବଦେଶୀ କ୍ଷେପଣାସ୍ତ୍ର। ଏହାକୁ ସୁଖୋଇ-୩୦, ଏଲସିଏ ଏବଂ ମିଗ୍‌-୨୯ରୁ ଲଞ୍ଚ କରାଯାଇ ପାରିବ। ସେହିପରି ରାଜନାଥ ଡିଆରଡିଓ ଦ୍ବାରା ପ୍ରସ୍ତୁତ ‘ଭାରତୀୟ ସାମୁଦ୍ରିକ ପରିସ୍ଥିତି ସଚେତନତା ପ୍ରଣାଳୀ’କୁ ନୌସେନା ମୁଖ୍ୟ ଏବଂ ‘ସୀମା ସଚେତନତା ପ୍ରଣାଳୀ’କୁ ସେନାମୁଖ୍ୟଙ୍କୁ ପ୍ରଦାନ କରିଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories