www.samajalive.in
Saturday, December 13, 2025
26.1 C
Bhubaneswar

ଅଢେଇ ବର୍ଷର ଶିଶୁ ; ନିଜର ଶେଷ ନିଶ୍ୱାସ ତ୍ୟାଗ ପରେ ଅନ୍ୟ ୫ ଜଣଙ୍କୁ ଦେଲା ନୂଆ ଜୀବନ

ସୁରଟ : ଏକ ଅଢେଇ ବର୍ଷର ଶିଶୁ ନିଜର ଶେଷ ନିଶ୍ୱାସ ତ୍ୟାଗ ପରେ ଅନ୍ୟ ୫ ଜଣଙ୍କୁ ନୂଆ ଜୀବନ ଉପହାର ଭାବେ ଦେଇଛି। ବର୍ତ୍ତମାନ ଏହି ଘଟଣା ସମଗ୍ର ସ୍ଥାନରେ ସଭିଁଙ୍କ ଚକ୍ଷୁରେ ଅଶ୍ରୁ ଭରିଦେବା ସହ ଏଭଳି ମହାନ କାର୍ଯ୍ୟ ପ୍ରତି ମୁଖରେ ଶୁଣିବାକୁ ମିଳୁଛି।
ଘଟଣାଟି ଗୁଜରାଟର। ଦୁର୍ଘଟଣାକ୍ରମେ ଏହି ଅଢେଇ ବର୍ଷର ଶିଶୁଟି ହଠାତ ବାଲକୋନିରୁ ପଡିଯିବାରୁ ତା’ର ମସ୍ତିଷ୍କ ବନ୍ଦ (ମୃତ) ହୋଇଯାଇଥିଲା। ଏହାପରେ ପିଲାଟିର ବାପା ମା’ସେମାନଙ୍କ ଛୁଆର ଅଙ୍ଗଦାନ କରି ଅନ୍ୟକୁ ନୂତନ ଜୀବନ ଦେବେ ବୋଲି ସ୍ଥିର କରିଥିଲେ।
ଏହି ଅଙ୍ଗଦାନ କରିଥିବା ଶିଶୁ ସର୍ବକନିଷ୍ଠ କ୍ୟାଡାଭର ଭାବେ ସମ୍ମାନିତ ହୋଇଛି। ଶିଶୁଟିର ନାମ ୟଶ ଓଝା। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଶିଶୁଟି ଖେଳୁଥିବା ସମୟରେ ବାଲକୋନିରୁ ଖସିପଡିବା ପରେ ତା’ର ଚିକିତ୍ସା କରାଯାଇଥିଲା। ମାତ୍ର ତା’ର ମସ୍ତିଷ୍କ ସମ୍ପୂର୍ଣ୍ଣ ବନ୍ଦ (ମୃତ) ହୋଇଯିବା ନେଇ ଡାକ୍ତର ଘୋଷଣା କରିବା ପରେ ତା’ ବାପା ମା’ଙ୍କର ପାଦ ତଳୁ ମାଟି ଖସିଯାଇଥିଲା। ନିଜ ଛୁଆଙ୍କୁ ହରାଇବା ପରେ ସେ ନିଜ ପିଲାର ହୃଦୟ, ଫୁସଫୁସ, କିଡନୀ, ଯକୃତ ଏବଂ ଆଖି ଦାନ କରି ଅନ୍ୟର ଜୀବନ ରକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories