www.samajalive.in
Friday, December 5, 2025
26.1 C
Bhubaneswar

ଭାରତ ୨୪୪ରେ ଅଲଆଉଟ୍‌; ଅଷ୍ଟ୍ରେଲିଆର ଖସିଲା ପ୍ରଥମ ୱିକେଟ୍‌

ଆଡିଲେଡ୍‌: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ୨୪୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ପ୍ରଥମ ଦିନରେ ଟିମ୍‌ ଇଣ୍ଡିଆ ୬ ୱିକେଟ୍‌ ବିନିମୟରେ ୨୩୩ ରନ୍‌ କରିଥିଲା। ୨ୟ ଦିନର ଖେଳ ଆରମ୍ଭ ହେବା ପରେ ଦଳ ମାତ୍ର ୧୧ ରନ୍‌ ଯୋଡ଼ି ଅଲଆଉଟ୍‌ ହୋଇଯାଇଥିଲା।

ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୪ ରନ୍‌ ସଂଗ୍ରହ କରିଥିବାବେଳେ ଚେତେଶ୍ଵର ପୂଜାରା ୪୩ ଏବଂ ଆଜିଙ୍କ୍ୟ ରାହାଣେ ୪୨ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଶେଲ ଷ୍ଟାର୍କ ଏବଂ ପ୍ୟାଟ୍‌ କ୍ୟୁମିନ୍‌ସ ଘାତକ ବୋଲିଂ ଭାରତୀୟ ଟିମ୍‌ର ଲୋ ସ୍କୋରିଂ ଇନିଂସର କାରଣ ସାଜିଥିଲା। ଷ୍ଟାର୍କ ୨୧ ଓଭର ବୋଲିଂ କରି ୫୩ ରନ୍‌ ବିନିମୟରେ ୪ ୱିକେଟ୍‌ ନେଇଥିବାବେଳେ କ୍ୟୁମିନ୍‌ସ ୨୧.୧ ଓଭରରେ ୪୮ ରନ୍‌ ଦେଇ ୩ ୱିକେଟ୍‌ ଅକ୍ତିଆର କରିଛନ୍ତି।

- Advertisement -

ଭାରତୀୟ ଟିମ୍‌ ଅଲଆଉଟ୍‌ ହେବା ପରେ ଘରୋଇ ଦଳ ଏହାର ପ୍ରଥମ ଇନିଂସ ଖେଳ ଆରମ୍ଭ କରିଛି। ଦଳ ମାତ୍ର ୧୬ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଛି। ଓପନର୍‌ ମ୍ୟାଥ୍ୟୁ ୱାଡେଙ୍କୁ ଜସ୍‌ପ୍ରୀତ୍‌ ବୁମ୍‌ରା ଏଲବିଡବ୍ଲ୍ୟୁ କରି ପ୍ୟାଭିଲିଅନ ଫେରାଇ ଦେଇଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories