www.samajalive.in
Saturday, December 13, 2025
26.1 C
Bhubaneswar

‘ଆଦିବାସୀ’ ଜର୍ଣ୍ଣାଲ୍‌: ‘କୋଭିଡ୍‌-୧୯ ପରିପ୍ରେକ୍ଷୀରେ ମହାମାରୀର ଜନଜାତି ସଂସ୍କୃତି ଉପରେ ପ୍ରଭାବ’ ଉନ୍ମୋଚିତ

ଭୁବନେଶ୍ୱର: ଆଜି ଲୋକସେବା ଭବନଠାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ କଲ୍ୟାଣମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ‘ଆଦିବାସୀ’ ଜର୍ଣ୍ଣାଲ୍‌ର ୬୦ତମ ସଂକଳନର ପ୍ରଥମ ସଂଖ୍ୟାରେ ପ୍ରଫେସର ଅଖିଳ ବିହାରୀ ଓତାଙ୍କ ଦ୍ୱାରା ପ୍ରସ୍ତୁତ ଏକକ ଗବେଷଣାମୂଳକ ନିବନ୍ଧ ‘କୋଭିଡ୍‌-୧୯ ପରିପ୍ରେକ୍ଷୀରେ ମହାମାରୀର ଜନଜାତି ସଂସ୍କୃତି ଉପରେ ପ୍ରଭାବ’ର ଉନ୍ମୋଚନ କରିଥିଲେ । ଏଥି ସହିତ ସୁଶାସନର ବାର୍ତ୍ତା ଓ ସ୍ୱାକ୍ଷର ବହନ କରି ତୃଣମୂଳ ସ୍ତରର ପ୍ରତିକ୍ରିୟାକୁ ଉପସ୍ଥାପନ କରୁଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ତ୍ରୈମାସିକ ନ୍ୟୁଜ୍‌ଲେଟର ‘ଭଏସ୍‌’ର ମଧ୍ୟ ଉନ୍ମୋଚନ କରିଥିଲେ।
ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବୃତ୍ତିର ଉନ୍ନତି ନିମନ୍ତେ ଏହି ବିଭାଗ ଓ ପିପୁଲ ଫର୍‌ ଆକ୍ସନ୍‌ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହା ଦ୍ୱାରା ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ଓଡ଼ିଆ, ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟ ଶିକ୍ଷାରେ ଦେଖା ଯାଉଥିବା ବିଭିନ୍ନ ସମସ୍ୟା ଓ ବ୍ୟବଧାନ କମିପାରିବ। ଏହି ପ୍ରକଳ୍ପ ଦ୍ୱାରା ଶିକ୍ଷକମାନଙ୍କର ଶିକ୍ଷାଦାନରେ ଅଭିବୃଦ୍ଧି ତଥା ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ହୋଇପାରିବ।
ଆଜି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓ ଆଭେଟି ଲର୍ଣ୍ଣିଂ ପ୍ରାଇଭେଟ୍‌ ଲିମିଟେଡ୍‌ ସହିତ ମଧ୍ୟ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ନୂତନ ପଦକ୍ଷେପ ସ୍ୱରୂପ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ ପଢ଼ୁଥିବା ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଦାନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଡିଜିଟାଇଜେସନ୍‌ କରାଯିବ। ଡିଜିଟାଲ୍‌ ସଲୁ୍ୟସନ୍‌ ଯଥା-ଭିଡ଼ିଓ ମାଧ୍ୟମରେ ପାଠପଢ଼ା, ଅନ୍‌ଲାଇନ୍‌ରେ ଅଭ୍ୟାସ, ମୂଲ୍ୟାଙ୍କନ ଓ ୟୁନିଟ୍‌ ଟେଷ୍ଟ ଆଦି ଜରିଆରେ ଏହି ଡିଜିଟାଇଜେସନ୍‌ ଜାରି ରହିବ। ପିଏଫ୍‌ଇଏଲ୍‌ ସହିତ ବୁଝାମଣାପତ୍ର ଦ୍ୱାରା ଉଲ୍ଲେଖନୀୟ ପଦକ୍ଷେପ ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ଗୁଣାତ୍ମକ ଶିକ୍ଷା ସହିତ ବିଦ୍ୟାଳୟ ଏବଂ ହଷ୍ଟେଲ୍‌ରେ ପିଲାଙ୍କର ଜୀବନଶୈଳରେ ଉନ୍ନତି ଆଣିବା ସହିତ ଏକ ସରକାରୀ ସହାୟତାରେ ଫେଲୋସିପ୍‌ କାର୍ଯ୍ୟକ୍ରମ ମଧ୍ୟ କାର୍ଯ୍ୟକାରୀ
କରାଯିବ। ଏଥି ପାଇଁ ପିରାମଲ୍‌ ଫାଉଣ୍ଡେସନ୍‌ ଫର ଏଜୁକେସନ୍‌ ଲିଡରସିପ୍‌ (ପି.ଏଫ୍‌.ଇ.ଏଲ୍‌)ସହାୟତା ଓ ସହଯୋଗ କରିବ।
ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ବିଭାଗୀୟ ନିର୍ଦେଶିକା ଗୁହା ପୁନମ ତାପସ କୁମାର, ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦେଶକ ପ୍ରଫେସରଅଖିଳ ବିହାରୀ ଓତା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଭର୍ଚୁଆଲ୍‌ ମୋଡ୍‌ରେ ସମସ୍ତ ଜିଲାର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ, ଜିଲା ମଙ୍ଗଳ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories