www.samajalive.in
Wednesday, December 10, 2025
14.1 C
Bhubaneswar

ରାଇକିଆକୁ ଏନଏସି ମାନ୍ୟତା ଦାବୀ ଜୋର ଧରିଲା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆକୁ ଏନ୍ଏସି ଘୋଷଣା ପାଇଁ ଦାବୀ ଜୋର ଧରିଛି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ରାଇକିଆ ଜିଲ୍ଲାର ଏକ ପ୍ରମୁଖ ଦୃତ ପ୍ରଗତିଶୀଳ ସହର ହୋଇଥିବା ବେଳେ ଦିନକୁଦିନ ସହରବାସୀ ଆବଶ୍ୟକ ଅନୁଯାୟୀ ସାଧାରଣ ସୁବିଧା ପାଇ ପାରୁନାହାନ୍ତି। ରାଇକିଆ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀଭାବେ ବେଶ୍ ଖ୍ୟାତ ରହିଛି। ଦିନକୁଦିନ ବଢ଼ୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରାଇକିଆ ସହରର ବିକାଶ ତଥା ଜରୁରୀ ଆବଶ୍ୟକ ପାଇଁ ପଂଚାୟତ ଅନୁଦାନ ଯଥେଷ୍ଟ ହୋଇ ପାରୁନାହିଁ। ବିଶେଷ କରି ପାନୀୟବ ଜଳ ଯୋଗାଣ ବ୍ୟବସ୍ଥା ୪୦ବର୍ଷ ତଳର ପୁରୁଣା ଯୋଜନାରେ ଚାଲିଛି। ସବୁ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ। ରାସ୍ତା ଘାଟ ନିର୍ମାଣ ମଧ୍ୟ ଆବଶ୍ୟକ ଅନୁଯାୟୀ ହୋଇପାୁନାହିଁ। ରାଜସ୍ୱ ବିଭାଗ ତରଫରୁ ଭୁସମ୍ପତି ମୂଲ୍ୟାଙ୍କନ ସହରାଞ୍ଚଳ ଭାବେ କରାଯାଉଥିଲେ ମଧ୍ୟ ଏନ୍ଏସିର ମାନ୍ୟତା ମିଳିପାରୁନାହିଁ। ପରିମଳବ୍ୟବସ୍ଥା, ବିଦ୍ୟୁତ କରଣୀ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ଆବାସିକ ଯୋଜନାଇତ୍ୟାଦି ଉନ୍ନୟନ କାର୍ଯ୍ୟଅଗ୍ରଗତି ହୋଇପାରୁନାହିଁ। ରାଇକିଆକୁ ବିାପିତ ଅଞ୍ଚଳ ପରିଷଦର ମାନ୍ୟତା ପାଇଁ ଏକ ବୈଠକ ସଭାପତି ସତ୍ୟବାନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତହୋଯାଇଛି। ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବା ପାଇଁ କମିଟି ତରଫରୁ ନିଷ୍ପତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories