www.samajalive.in
Sunday, December 14, 2025
16.1 C
Bhubaneswar

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଫର୍ମ ଦେଲିଣି ୧୨ ଥର….

ବଲାଙ୍ଗିର : ଥରେ କି ଦୁଇ ଥର ନୁହେଁ, ବାର୍ଦ୍ଧକ୍ୟ ଭତ୍ତା ପାଇଁ ୧୨ ଥର ଫର୍ମ ଭର୍ତ୍ତି କରି ଦେଇଛି। ଗଲା ୫ ବର୍ଷ ହେଲା ଧାଉଁଛି। ହେଲେ ମୋର ଫର୍ମ ସରକାର ବାବୁମାନେ ଦେଖୁ ନାହାନ୍ତି। ଯେତେଥର ଗଲେ ଏଥର ହେଇଯିବ କହୁଛନ୍ତି। ମନକୁ ବୁଝାଉଛି। ଫର୍ମ ଦେଇ ଫେରୁଛି। କେତେ ଦିନ ଏମିତି ଫର୍ମ ଖେଳ ଖେଳିବେ। ହାର ମାନିବିନି…ମଲା ଯାଏଁ ଫର୍ମ ଦେଉଥିବି। ୟେ ହେଉଛି ବଲାଙ୍ଗିର ସହରର ହାତୀଶାଳପଡାର ଆକୁଳ ବଗର୍ତ୍ତୀଙ୍କ କଥା। ବୟସ କେତେ ହେଲାଣି ମୋତେ ଆପଣମାନେ ଦେଖି କୁହନ୍ତୁ। ଆମେ ସେ ସମୟର ଲୋକ ବୋଲି ସେ କୁହନ୍ତି। ବର୍ତ୍ତମାନ ବୃଦ୍ଧାବସ୍ଥାରେ ପହଞ୍ଚିବା କାରଣରୁ ମୋର ଶରୀର ଅସୁସ୍ଥ ହେବାରେ ଲାଗିଛି। ଆଉ ପୂର୍ବ ପରି କାମ କରିବାକୁ ସକ୍ଷମ ବି ନୁହେଁ। ବାରମ୍ବାର ଲେଖି ଜଣାଇଲେ ମଧ୍ୟ ସେଥିରେ ତାଙ୍କୁ ସାମିଲ କରାଯାଉ ନାହିଁ। ପରିବାର ଭରଣ ପୋଷଣ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଜିଲା ପ୍ରଶାସନ ତାଙ୍କ ପ୍ରତି ଦୃଷ୍ଟି ଦେଇ ଭତ୍ତା ମଞ୍ଜୁର କରିବାକୁ ସେ ନିବେଦନ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories