www.samajalive.in
Monday, December 8, 2025
13.1 C
Bhubaneswar

ଚୀନରେ ଫସିଛି ୨ ଭାରତୀୟ ଜାହାଜ, ୩୯ ନାଗରିକ

କରୋନା ମହାମାରୀ ଜନିତ ପ୍ରତିବନ୍ଧକ ଯୋଗୁ ବହୁ ମାସ ଧରି ଚୀନ୍‌ ଜଳରାଶିରେ ଅଟକି ରହିଥିବା ୨ ଭାରତୀୟ ଜାହାଜ ଓ ୩୯ ନାଗରିକଙ୍କ ସମସ୍ୟାର ସମାଧାନ ପାଇଁ ଭାରତୀୟ ଦୂତାବାସ ସେଠାକାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିବା ସୂଚନା ମିଳିଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ସାପ୍ତାହିକ ସୂଚନା ପ୍ରଦାନ କରିବା ଅବସରରେ କହିଛନ୍ତି, କାର୍ଗୋ ଜାହାଜ ଏମ.ଭି ଜଗ ଆନନ୍ଦ ଚଳିତ ବର୍ଷ ଜୁନ ୧୩ରୁ ଚୀନର ହୁୱାଇ ପ୍ରଦେଶର ଜିଙ୍ଗତାଙ୍ଗ ବନ୍ଦର ନିକଟରେ ଅଟକି ରହିଛି। ସେଥିରେ ୨୩ ଜଣ ଭାରତୀୟ ନାଗରିକ ଓ କର୍ମଚାରୀ ଥିବା ବେଳେ ସେପ୍ଟେମ୍ବର ୨୦ରୁ କାଓଫେଡିୟାନ ବନ୍ଦର ନିକଟରେ ଏମଭି ଆନାସ୍ତାସିଆ ଜାହାଜ ଅଟକି ରହିଛି ଏବଂ ସେଥିରେ ୧୬ ଜଣ ଭାରତୀୟ ନାଗରିକ ଅଛନ୍ତି। ଏମଭି ଆନାସ୍ତାସିଆ ଜାହାଜ ଏ ପର୍ଯ୍ୟନ୍ତ ସାମଗ୍ରୀ ବାହାରକୁ କଢ଼ା ଯାଇନଥିବା ଜଣାପଡିଛି।

ଚୀନ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା କୋଭିଡ-୧୯ ସମ୍ବନ୍ଧୀୟ ବିଭିନ୍ନ ପ୍ରତିବନ୍ଧକ ଯୋଗୁଁ ସେହି ବନ୍ଦରଗୁଡିକରୁ ଜାହାଜ ଚଳାଚଳ ପାଇଁ ଅନୁମତି ଦିଆଯାଉ ନାହିଁ। ଏହି ଜାହାଜ କମ୍ପାନୀଗୁଡିକର ମାଲିକ ତଥା ମାଲ ପରିବହନ କରୁଥିବା ବ୍ୟକ୍ତିମାନେ ମାଲ ପରିବହନ ଅନଲୋଡ୍ ବିଳମ୍ବ ହେବାର କାରଣ ସମ୍ପର୍କରେ ଅବଗତ ହୋଇଛନ୍ତି ବୋଲି ସେ କହିଛନ୍ତି। ମୁଖପାତ୍ର କହିଛନ୍ତି ଯେ ସରକାର ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଚୀନ୍ କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗ ଜାରି ରଖିଛନ୍ତି ଏବଂ କର୍ମଚାରୀଙ୍କ ମାନବିକ ଆବଶ୍ୟକତାକୁ ମଧ୍ୟ ଦୃଷ୍ଟିରେ ରଖିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories