www.samajalive.in
Saturday, December 13, 2025
26.1 C
Bhubaneswar

ପୁଣି ଫେରିଲା ଡ଼୍ରଗ୍ସ ମାମଲା; ନିର୍ଦେଶକ ଅଭିନେତା କରଣ ଜୋହରଙ୍କୁ ପଚରାଉଚରା କରିବ ଏନସିବି

ମୁମ୍ବାଇ: ଗତ କିଛିଦିନ ହେଲା ଶାନ୍ତ ପଡ଼ି ଯାଇଥିବା ବଲିଉଡ଼- ଡ଼୍ରଗ୍ସ ଲିଙ୍କ ପ୍ରସଙ୍ଗ ପୁଣିଥରେ ତେଜିଛି । ବଲିଉଡ଼ର ଅନ୍ୟତମ ପରିଚିତ ନିର୍ଦେଶକ ତଥା ଅଭିନେତା କରଣ ଜୋହରଙ୍କୁ ଏନସିବି (ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ) ପଚରା ଉଚରା ଲାଗି ନୋଟିସ ପଠାଇଛି । ତେବେ ଏନସିବି କରଣ ଜୋହରଙ୍କୁ କେବେ ଜେରା କରିବ ତାହା ସ୍ପଷ୍ଟ ହୋଇନାହିଁ ।  ବର୍ତମାନ ସୁଦ୍ଧା ବଲିଉଡ଼ର ବହୁ କଳାକାର, ଅଭିନେତା ଓ ନିର୍ଦେଶକଙ୍କୁ ଡ଼୍ରଗ୍ସ ମାମଲାରେ ଜେରା କରାଯାଇ ସାରିଛି ।

ସୁଶାନ୍ତ ସିଂହ ରାଜପୁତଙ୍କ ତଥାକଥିତ ଆତ୍ମହତ୍ୟା ଘଟଣା ପରେ ବଲିଉଡ଼ ସହ ଜଡ଼ିତ ବହୁ ବ୍ୟକ୍ତି ଡ଼୍ରଗ୍ସ ମାମଲାରେ ସନ୍ଦେହ ପରିସରଭୁକ୍ତ ହୋଇଛନ୍ତି । କିଛି ଅଭିନେତା ଓ ଅଭିନେତ୍ରୀଙ୍କ ବାସଭବନରେ ଏନସିବି ଚଢ଼ଉ କରିଛି । କିଛିଦିନ ତଳେ ଅଭିନେତା ଅର୍ଜୁନ ରାମପାଲ, ଭାରତୀ ସିଂହ ଆଦିଙ୍କୁ ମଧ୍ୟ ଜେରା କରାଯାଇଛି । ଭାରତୀ ସିଂହଙ୍କୁ ତ ଜେଲ ପଠାଯାଇଛି । ସେହିପରି ଦୀପିକା ପାଦୁକୋନଙ୍କ ପରି ବଡ଼ ଅଭିନେତ୍ରୀ ମଧ୍ୟ ଏନସିବି ଜେରାର ସମ୍ମୁଖୀନ ହୋଇଛନ୍ତି । ବିଭିନ୍ନ ବ୍ୟକ୍ତିମାନଙ୍କଠାରୁ ଏନସିବି ପ୍ରାୟ ୮୫ଟି ମୋବାଇଲ, ଲାପଟପ ଓ ଟାବଲେଟ ଜବତ କରିଛି । ଏହାକୁ ଫରେନସିକ୍ ଯାଞ୍ଚ ନିମନ୍ତେ ପଠାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories