www.samajalive.in
Sunday, December 14, 2025
19.1 C
Bhubaneswar

ବଡ ଦିନ ପାଇଁ ଅନୁଷ୍ଠିତ ହେଲା ଶାନ୍ତି କମିଟି ବୈଠକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟର ସଭାଗୃହଠାରେ ଆଜି ଆଗାମୀ ବଡ଼ଦିନକୁ ଦୃଷ୍ଟିରେ ରଖି ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫିରିଙ୍ଗିଆ ତହସିଲଦାର ପୁନମ ରାଉତ, ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ସହ ଫିରିଙ୍ଗିଆ ପାଣ କୂଳ ସମାଜ ସଭାପତି ଚନ୍ଦ୍ରମୋହନ ନାଏକ, ଶାନ୍ତି ସଦ୍‍ଭାବନା କମିଟି ଫିରିଙ୍ଗିଆ ବ୍ଲକର ସଭାପତି ପାଷ୍ଟର ପାଉଳ ଦିଗାଳ, ପାଷ୍ଟର ଜହନ ଦିଗାଳ, କୁଇ ସମାଜ ସଭାପତି ରାଜେନ୍ଦ୍ର କହଁର, ପବିଙ୍ଗିଆ ଚର୍ଚ୍ଚ ପାଷ୍ଟର ମାନୁଏଲ୍‍ ଦିଗାଳଙ୍କ ସମେତ ବିଭିନ୍ନ ସମ୍ପ୍ରଦାୟର ସଭାପତି ସମ୍ପାଦକମାନେ ଯୋଗ ଦେଇଥିଲେ। ଏହି ବୈଠକରେ ଆଗାମୀ ବଡ ଦିନକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ସହ କୋଭିଡ଼ ନିୟମକୁ ପାଳନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା। ଚଳିତ ବର୍ଷ କୋଭିଡ଼୍‍ କଟକଣା ଯୋଗୁଁ ବଡ଼ ଦିନକୁ ଘରେ ଘରେ ପାଳନ ପାଇଁ ପରାମର୍ଶ ଦିଆଯାଇଛି।

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories