www.samajalive.in
Saturday, December 13, 2025
18.1 C
Bhubaneswar

ପୁଣି ନାକ୍ଟିଦେଉଳ ଅଗମ୍ୟ ଅଂଚଳରେ ଗଂଜେଇ ଚାଷ, ଲକ୍ଷାଧିକ ଟଙ୍କାର ଗଛ ନଷ୍ଟ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଓ ନାକ୍ଟିଦେଉଳ ବ୍ଲକର ବିଭିନ୍ନ ପାହଡିଆ ଅଂଚଳର ପାଦଦେଶରେ ଗତ ୨୦୦୦ ମସିହାରୁ ଗଂଜେଇ ଚାଷ ଆରମ୍ଭ ହୋଇଥିଲା । ପରବର୍ତ୍ତି ସମୟରେ ରେଢ଼ାଖୋଲ ଉପଖଣ୍ଡର ନାକ୍ଟିଦେଉଳ ବ୍ଲକର ଅଧିକାଂଶ ଗ୍ରାମ ଓ ରେଢ଼ାଖୋଲ ବ୍ଲକର କିଛି ଅଂଚଳରେ ଏତେ ଆଦୃତ ହୋଇ ପଡିଥିଲା ଯେ ଲୋକେ ଧାନ ଚାଷ ଛାଡି ଗଂଜେଇ ଚାଷରେ ବେଶୀ ଗୁରୁତ୍ୱ ଦେଇଥିଲେ। ଏପରିକି ଗଂଜେଇ ଚାଷ ଏତେ ପରିମାଣରେ ବଢି ଯାଇଥିଲା ଯେ ପ୍ରଶାସନକୁ ନାକେଦମ ହୋଇପଡିଥିଲା। ଦୀର୍ଘ ଦୁଇ ତିନି ବର୍ଷ କାଳ ରାଜ୍ୟ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ବ୍ୟାପକ ଚଢଉ କରିବା ସହିତ ଅନେକ ଲୋକଙ୍କ ନାମରେ ମାମଲା ରୁଜୁ କରିବା ପରେ ଗତ ୨ ବର୍ଷ ହେବ ଗଂଜେଇ ଚାଷ ବନ୍ଦ ହୋଇଯାଇଥିଲା। ହେଲେ ପୁଣି ଚଳିତ ବର୍ଷ ନାକ୍ଟିଦେଉଳ ବ୍ଲକର ବିଭିନ୍ନ ଅଂଚଳର ପାହଡର ପାଦଦେଶରେ ଗଂଜେଇ ମାଫିଆ ମାନେ ଗଂଜେଇ ଚାଷ କରିଥିବା କିଛିଦିନ ତଳେ ଅଭିଯୋଗ ହୋଇଥିଲା। କିନ୍ତୁ ପ୍ରଶାସନ ଅଣଦେଖା କରିବା ସହ ଗଂଜେଇ ଚାଷ ଆଦୌ ହୋଇ ନାହିଁ ବୋଲି କଥାକୁ ଭୁଣ୍ଡୁର କରିଦେଉଥିଲା। ଫଳରେ ଗଂଜେଇ ଚାଷୀଙ୍କୁ ସୁହାଇଲା ଭଳି ପ୍ରଶାସନ ପଦକ୍ଷେପ ଅନିଭୁତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଗୁରୁବାର ରେଢ଼ାଖୋଲ ପୁଲିସ ଏସଡିପିଓ ହାଡିବନ୍ଧୁ ସ୍ୱାଇଁଙ୍କ ନେତୃତ୍ୱରେ ଜଙ୍ଗଲ,ଅବକାରୀ,ରାଜସ୍ୱ ଓ ପୁଲିସ ବିଭାଗ ପକ୍ଷରୁ ମିଳିତ ଚଢଉ କରି ରାଇଲ ସଂରକ୍ଷିତ ଜଙ୍ଗଲର ଅଇଁଲା ନାଳ ପାର୍ଶ୍ବ ପ୍ରାୟ ୪୦ ଡିସିମିଲ ରୁ ୨୩୦ଟି ଅମଳକ୍ଷମ ଗଂଜେଇ ଗଛ ନଷ୍ଟ କରିଥିବା ଜଣାପଡିଛି। ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨ଲକ୍ଷ ୩୦ ହଜାର ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି। ଚଢଉରେ ମାଜିଷ୍ଟ୍ରେଟ୍‍ ଭାବେ ନାକ୍ଟିଦେଉଳ ତହସିଲଦାର ସୁକାନ୍ତ କୁମାର ନାଏକ,ଅବାକାରୀ ଏସଆଇ ଜୟଦେବ ପ୍ରଧାନ,ଅବକାରୀ ଇନ୍ସପେକ୍ଟର ପବିତ୍ର ମୋହନ ମାଝୀ,ସୁଶାନ୍ତ ପ୍ରଧାନ,ନାକ୍ଟିଦେଉଳ ବନ ଓ ପୁଲିସ କର୍ମଚାରୀମାନେ ସାମିଲ ଥିଲେ।

Hot this week

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

Related Articles

Popular Categories