www.samajalive.in
Sunday, December 14, 2025
16.1 C
Bhubaneswar

ଜାଣନ୍ତୁ କିଛି ଓଡ଼ିଶାର ମନୋଲୋଭା ପର୍ଯ୍ୟଟନସ୍ଥଳୀ

ଭ୍ରମଣ ଋତୁ ଅର୍ଥାତ ଶୀତଦିନ ଆସିବା ମାତ୍ରେ ଲୋକମାନେ ବିଭିନ୍ନ ସ୍ଥାନକୁ ଭ୍ରମଣ ପାଇଁ ଯାଇଥାଆନ୍ତି। ଓଡ଼ିଶାରେ ଥିବା ଭିନ୍ନ ଭିନ୍ନ ପର୍ୟ୍ୟଟନସ୍ଥଳୀ ମଧ୍ୟରୁ କେନ୍ଦୁଝର , ମୟୂରଭଞ୍ଜ ଜିଲାରେ  ପ୍ରଧାନ ସ୍ଥାନ ଅଟେ। କେନ୍ଦୁଝର ଜିଲାର ବଡ଼ବିଲ ତହସିଲର ଦାମପୁର ଗ୍ରାମରେ ମିରିଗିିସିଙ୍ଗା ପିକନିକ ସ୍ପଟ ରହିଛି। ବୈତରଣୀ ନଦୀକୂଳରେ ଥିବା ଏହି ସ୍ଥାନଟି ଏକ ମୁଖ୍ୟ ପର୍ୟ୍ୟଟନସ୍ଥଳୀ ପାଲଟିଛି। ଏଠାକାର ପ୍ରାକୃତିକ ସୌନ୍ଦର୍ୟ୍ୟ ସଭିଁଙ୍କୁ ବେଶ୍‍ ଆତ୍ମବିଭୋର କରିଥାଏ। ଏହାର ନିକଟରେ ବାବା ଝାଡ଼େଶ୍ୱର ଶୈବପୀଠ ରହିଛି। ଏହି ଶୈବପୀଠରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ନଦୀକୂଳରେ ଥିବା ବିଶାଳ ଆକାରର ପ୍ରସ୍ତରଖଣ୍ଡ ବଣଭୋଜି ପାଇଁ ବେଶ ଆକର୍ଷଣୀୟ ଅଟେ। ବହୁ ଲୋକେ ଏଠାକୁ ଆସି ବଣଭୋଜି କରିଥାଆନ୍ତି। ଝରଣାର ଶବ୍ଦ ଓ ଏହାର ସୁନ୍ଦର ରୂପ ସଭିଁଙ୍କ ମନମୁଗ୍ଧ କରିଥାଏ । କେନ୍ଦୁଝର ଜିଲାର ଚମ୍ପୁଆ ଉପଖଣ୍ଡ, ଯୋଡ଼ା ବ୍ଲକ, ବଡ଼ବିଲ ଓ ଆଖପାଖ ଅଞ୍ଚଳର ବିଭିନ୍ନ ପ୍ରାନ୍ତରୁ ତଥା ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟରୁ ମଧ୍ୟ ପିକନିକ ନିମନ୍ତେ ଏଠାକୁ ପର୍ୟ୍ୟଟକମାନେ ଆସିଥାଆନ୍ତି। ପାହାଡ଼, ପଥର , ଝରଣା, ସବୁଜ ବନାନୀ ବେଷ୍ଟିତ ପ୍ରାକୃତିକ ପରିବେଶ ହୃଦୟକୁ ଆନନ୍ଦବିଭୋର କରିଦିଏ। ପ୍ରକୃତିର ନିଜର ସମସ୍ତ ସୌନ୍ଦର୍ୟ୍ୟ ଯେପରି ଏଠାରେ ଅଜାଡ଼ି ଦେବା ଭଳି ଅନୁଭବ ହୋଇଥାଏ। ତେଣୁ ଏହି ସୁନ୍ଦର ଓ ରମଣୀୟ ସ୍ଥାନରେ ଏହି ପର୍ୟ୍ୟଟନ ଋତୁରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।
ଓଡ଼ିଶାର ମୟୂରଭଞ୍ଜ ଜିଲାରେ ସ୍ଥିତ ଶିମିଳିପାଳ ଜାତୀୟ ଉଦ୍ୟାନ। ଏହା ପ୍ରାୟ ୧୪୫.୭୦ ବର୍ଗ କି.ମି ବିସ୍ତାରିତ ହୋଇରହିଛି। ଏହି ଉଦ୍ୟାନରେ ଭିନ୍ନ ଭିନ୍ନ ବୃକ୍ଷଲତା ମଧ୍ୟ ରହିଛି। ଯାହା ଏହି ସ୍ଥାନର ସୌନ୍ଦର୍ୟ୍ୟକୁ ଦୁଇ ଗୁଣିତ କରି ଦେଇଥାଏ। ଏହା ଭାରତର ଏକ ବୃହତ୍ତ ଜାତୀୟ ଉଦ୍ୟାନ ଭାବେ ପରିଚିତ। ପ୍ରକୃତିର ସୁନ୍ଦର ରୂପ ଏହି ସ୍ଥାନକୁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ୟ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ।
ଜାତୀୟ ଉଦ୍ୟାନର ବିଶେଷତ୍ୱ –
ପଶୁପକ୍ଷୀ – ଶିମିଳିପାଳ ଅଭୟାରଣ୍ୟରେ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ଦେଖିବାକୁ ମିଳେ। ଚିତାବାଘ, ହାତୀ, ବିଲୁଆ, ଭାଲୁ, ଜଙ୍ଗଲୀ ନେଉଳ, କଇଁଛ, ସମ୍ବର, କୁମ୍ଭୀର ଆଦି ରହିଛନ୍ତି। ଏଠାରେ ପ୍ରାୟ ୨୩୦ ପ୍ରକାରର ପକ୍ଷୀ ରହିଛନ୍ତି। ଏହାସହ ଏଠାରେ ବିଭିନ୍ନ ପ୍ରଜାତିର ସାପ ଓ କଇଁଛ ମାନଙ୍କୁ ଦେଖି ପାରିବେ।
ଗଛଲତା –
ଶିମିଳିପାଳ ଜାତୀୟ ଉଦ୍ୟାନରେ ୧୦୭୬ ପ୍ରକାର ପ୍ରଜାତିର ଗଛଲତା ରହିଛି। ଏଠାରେ ଥିବା ଗଛଲତାକୁ ବିଭିନ୍ନ ଔଷଧ ପ୍ରସ୍ତୁତି ପାଇଁ ମଧ୍ୟ ବ୍ୟବହାର କରାଯାଏ। ୟୁକାଲିପଟାସ ଗଛ ଏହି ଜଙ୍ଗଲର ସୌନ୍ଦର୍ୟ୍ୟକୁ ଅଧିକ ବଢାଇ ଦେଇଥାଏ।
ସଫାରୀ –
ଏହି ଜଙ୍ଗଲରେ ଆପଣ ସଫାରୀର ମଜା ନେଇପାରିବେ। ସଫାରୀରେ ଆପଣ ବିଭିନ୍ନ ପ୍ରକାରର ଜଙ୍ଗଲୀ ଜୀବଜନ୍ତୁ , ପଶୁପକ୍ଷୀ ସହ ଅତି ନିକଟରୁ ପ୍ରକୃତିର ସୌନ୍ଦର୍ୟ୍ୟକୁ ଦେଖି ପାରିବେ। ଝରଣାର ସୁନ୍ଦର ରୂପକୁ ମଧ୍ୟ ଅତି ନିକଟରୁ ଦେଖି ହୋଇଥାଏ। ପ୍ରକୃତିପ୍ରେମୀଙ୍କୁ ଏହି ସ୍ଥାନ ଖୁବ ପସନ୍ଦ ଆସିଥାଏ।
ଗମନାଗମନ ଦୃଷ୍ଟିରୁ ନିକଟତର ବିମାନବନ୍ଦର ଭୁବନେଶ୍ୱର। ବାରିପଦା ଠାରୁ ୬୦ କିମି ଦୂରରେ ସ୍ଥିତ ବାଲେଶ୍ୱର ନିକଟତର ରେଳ ଷ୍ଟେସନ। ସେଠାରୁ ଟ୍ୟାକ୍ସିରେ ଆପଣ ଯାଇପାରିବେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories