www.samajalive.in
Sunday, December 14, 2025
16.1 C
Bhubaneswar

କର୍ତ୍ତବ୍ୟନିଷ୍ଠ କରୀନା

ପଟୌଦି ବେଗମ୍ କରୀନା କପୁର ଖାନ୍ ଦ୍ବିତୀୟ ଥର ଗର୍ଭବତୀ ଅଛନ୍ତି। ପ୍ରଥମଥର ଗର୍ଭବତୀ ଥିବା ସମୟରେ ସେ ରୀତିମତ ସୁଟିଂ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଥିଲେ। ଦ୍ବିତୀୟ ଥର ଗର୍ଭବତୀ ଥିବା ସମୟରେ ଲକ୍-ଡାଉନ୍‌​‌ କାରଣରୁ ସେ ଭଲଭାବେ ବିଶ୍ରାମ ନେଇଛନ୍ତି। ଏଇ ସମୟରେ ସ୍ବାମୀ ସୈଫ୍‌ଙ୍କ ସହ ହିଲ୍‌ଷ୍ଟେସନ୍‌ରେ ୨୦ଦିନ ଛୁଟି କାଟି କରୀନା ମୁମ୍ବଇ ଫେରିଛନ୍ତି। ଫେରିବା ପରେ ପୁଣି କାମରେ ଲାଗିପଡ଼ିଛନ୍ତି କରୀନା, ନିଜ ରେଡିଓ ଶୋ’ରେ ସେ ଦୈନିକ ୩-୪ ଘଣ୍ଟା କାମ କରୁଥିବାର କହିଛନ୍ତି। ଅବଶ୍ୟ ଘରକୁ ଫେରିବା ପରେ ସେ କେବଳ ବିଶ୍ରାମ ହିଁ କରୁଛନ୍ତି। ବକେୟା ଥିବା ସୁଟିଂକୁ କରୀନା ଯଥା ଶୀଘ୍ର ଶେଷ କରିବାରେ ଆଦୌ ହେଳା କରିନାହାନ୍ତି। ଆଗାମୀ ୬-୭ ମାସ ପର୍ଯ୍ୟନ୍ତ ସେ ସୁଟିଂ କରିପାରିବେନାହିଁ, ଏଣୁ ଯଥା ସମୟ ପୂର୍ବରୁ ସେ ସୁଟିଂ କାମ ସାରିଦେଲେ। ଖାଦ୍ୟପ୍ରିୟ କରୀନା ଆଜିକାଲି ନିୟମିତ ଘିଅ ପରଟା, ଆପଲ୍ ପାଏ ଇତ୍ୟାଦି ଖାଉଛନ୍ତି। ଗର୍ଭବତୀ ଥିବା ସମୟରେ ଜଣେ ମହିଳା ସମସ୍ତ ପ୍ରକାର ଫ୍ୟାଟ୍ ଫୁଡ୍ ଖାଇପାରିବ ବୋଲି ହସିହସି କହିଛନ୍ତି କରୀନା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories