www.samajalive.in
Sunday, December 14, 2025
15.1 C
Bhubaneswar

ଚତୁର୍ଥ ରାଜ୍ୟସ୍ତରୀୟ ଗଡଜାତ ଲୋକମହୋତ୍ସବ ଦ୍ୱିତୀୟ ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ 

ବୌଦ୍ଧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ବୀରନରସିଂହପୁରରେ ଗତ ମଙ୍ଗଳବାର ଚତୁର୍ଥ ରାଜ୍ୟ ସ୍ତରୀୟ ଗଡଜାତ ଲୋକ ମହୋତ୍ସବ ୨୦୨୦ ବନ ବିଭାଗ ନର୍ସରୀ ପରିସରରେ ଉଦଘାଟିତ ହୋଇଯାଇଛି। ଚଳିତ ବର୍ଷ କରେନା କଟକଣା ଯୋଗୁଁ କେବଳ ମହୋତ୍ସବକୁ ସେବାମୂଳକ କାର୍ଯ୍ୟକ୍ରମ ଦ୍ୱାରା ପାଳନ କରାଯିବା ସହ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଏହି ଅବସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମହୋତ୍ସବ ପରିଷଦର ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ସେବାମୂଳକ କାର୍ଯ୍ୟକ୍ରମ ଦ୍ୱାରା ମହୋତ୍ସବ ପାଳନ କରାଯାଉଥିବାରୁ ଭୁୟସୀ ପ୍ରଶଂସା କରିଥିଲେ। କରୋନା ପରିସ୍ଥିତିରେ ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ନେଇ ସଫଳ ମୁକାବିଲା କରି ଜିଲାବାସୀଙ୍କ ପାଇଁ ସମର୍ପିତ କାର୍ଯ୍ୟ କରିଥିବାରୁ ପରିଷଦ ପକ୍ଷରୁ ଜିଲାପ୍ରଶାସନର ମୁଖ୍ୟ କୋଭିଡ ଯୋଦ୍ଧା ଭାବରେ ଜିଲାପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଷଦର ବରିଷ୍ଠ ନାଗରିକ ପୁର୍ଣ୍ଣଚନ୍ଦ୍ର ମହାକୁଡ ଜିଲାପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଶିଳ୍ପପତି ସଞ୍ଜିବ କୁମାର ଅଗ୍ରୱାଲା ଯୋଗ ଦେଇଥିଲେ। ସମ୍ପାଦକ ଦେବାଶିଷ ମହାକୁଡ ଧନ୍ୟବାଦ ପ୍ରଦାନ କରିଥିଲେ। ବୌଦ୍ଧ ମେଡିକାଲ ଟିମ ରକ୍ତଦାନ ଶିବିର ପରିଚାଳନା କରି ୩୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ମହୋତ୍ସବର ତୃତୀୟ ଦିନରେ ହରଭଙ୍ଗା ବ୍ଳକର ଛତରଙ୍ଗଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

 

- Advertisement -

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories