www.samajalive.in
Saturday, December 13, 2025
14.1 C
Bhubaneswar

ରିଆତି ସିଧାସଳଖ ଚାଷୀଙ୍କ ଜମା ଖାତାକୁ ଯିବା ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କୁ ଧନ୍ୟବାଦ : ଧର୍ମେନ୍ଦ୍ର ପ୍ରଧାନ

-ଭାରତବର୍ଷର ପ୍ରାୟ ୫ କୋଟି ଆଖୁଚାଷୀ ହେବେ ଉପକୃତ
-ଦେଶରେ ଚିନିର ଉତ୍ପାଦନ ବଢ଼ିବା ସହ ଅତିରିକ୍ତ ଇଥାନଲ ତିଆରି ହେବ
-ରୋଜଗାର ସୃଷ୍ଟି ହେବ ଏବଂ ଆଖୁ ଚାଷୀଙ୍କ ଆୟ ବୃଦ୍ଧି ପାଇବ

ନୂଆଦିଲ୍ଲୀ/ଭୁବନେଶ୍ୱର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୁଧବାର ବସିଥିବା କ୍ୟାବିନେଟ୍‍ ବୈଠକରେ ଆଖୁଚାଷୀଙ୍କ ପାଇଁ ୩୫୦୦ କୋଟି ଟଙ୍କାର ରିଆତି ମଞ୍ଜୁର ହେବା ଏବଂ ଏହି ରିଆତି ରାଶି ସିଧାସଳଖ ଚାଷୀଙ୍କ ବ୍ୟାଙ୍କ୍‍ ଖାତାକୁ ଯିବା ନିଷ୍ପତିକୁ  କେନ୍ଦ୍ର ବେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି।
ଚାଷୀଙ୍କ ହିତରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟର ନିଷ୍ପତି ଦ୍ୱାରା ଚିନି ରପ୍ତାନୀ ଉପରେ ଦିଆଯାଉଥିବା ସବସିଡ଼ି ଏବେ ସିଧା ଚାଷୀଙ୍କ ବ୍ୟାଙ୍କ୍‍ ଖାତାକୁ ଆସିବ। ଆଖୁ ଚାଷୀଙ୍କ ଜମା ଖାତାକୁ ସିଧାସଳଖ ୩ ହଜାର ୫୦୦ କୋଟି ପ୍ରଦାନ କରାଯିବା ଦ୍ୱାରା ଚାଷୀମାନଙ୍କର ଅନେକ ସମସ୍ୟାର ଅନ୍ତ ଘଟିବ ଏବଂ ସେମାନେ ଉପକୃତ ହୋଇପାରିବେ।

- Advertisement -

ଭାରତବର୍ଷର ପ୍ରାୟ ୫ କୋଟି ଆଖୁଚାଷୀ ଓ ଚିନି ମିଲ ଗୁଡିକରେ କାମ କରୁଥିବା କର୍ମଚାରୀମାନେ ଏହି ନିଷ୍ପତି ଫଳରେ ଉପକୃତ ହେବେ। ଚିନି ଆମଦାନୀରେ ସବସିଡ଼ି ମିଳିବା ଦ୍ୱାରା ଚିନି ଉତ୍ପାଦନ ବଢ଼ିବ, ଅତିରିକ୍ତ ଇଥାନଲ ତିଆରି କରାଯାଇ ପାରିବ। ଫଳରେ ରୋଜଗାର ସୃଷ୍ଟି ହେବ ଏବଂ ଆଖୁ ଚାଷୀଙ୍କ ଆୟ ବୃଦ୍ଧି ପାଇବ।
ସେହିପରି କେନ୍ଦ୍ର କ୍ୟାବିନେଟରେ ଡ଼ିଜିଟାଲ ଇଣ୍ଡିଆକୁ ତ୍ୱରାନ୍ୱିତ କରିବା ଦିଗରେ ସେକ୍ଟ୍ରମ ନିଲାମୀକୁ ମଞ୍ଜୁରି ଦିଆଯାଇଛି। ଏହାବ୍ୟତିତ ଭାରତର ଉତର ପୂର୍ବାଚଂଳର ପ୍ରଗତି ଓ ସମୃଦ୍ଧି ଦିଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍‍ ଉତର ପୂର୍ବାଞ୍ଚଳର ୬ଟି ରାଜ୍ୟ ପାଇଁ ଶକ୍ତି ବ୍ୟବସ୍ଥାର ଉନ୍ନତି ପ୍ରକଳ୍ପର ସଂଶୋଧିତ ମୂଲ୍ୟ ଆକଳନକୁ ଅନୁମୋଦନ କରିଛି। ଆନ୍ତରାଜ୍ୟ ସରବରାହ ଏବଂ ବିତରଣ ଭିତିଭୂମିକୁ ମଜବୁତ୍‍ କରିବା ଦିଗରେ ଏହି ନିଷ୍ପତି ଉତର ପୂର୍ବାଞ୍ଚଳରେ ଏକ ନିର୍ଭରଯୋଗ୍ୟ ବିଦ୍ୟୁତ ଗ୍ରୀଡ଼୍‍ ସୃଷ୍ଟି କରିବା ସହ ଅର୍ଥନୈତିକ ବିକାଶରେ ନୂଆ ସୁଯୋଗ ପାଇଁ ଦ୍ୱାର ଫିଟିବ ବୋଲି ସେ କହିଛନ୍ତି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories