www.samajalive.in
Wednesday, December 10, 2025
18.1 C
Bhubaneswar

ଜାତିସଂଘ ମାନବ ବିକାଶ ସୂଚକାଙ୍କରେ ଭାରତର ସ୍ଥାନ ୧୩୧

ଜେନେଭା: ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (UNDP) ଦ୍ବାରା  ପ୍ରକାଶିତ ରିପୋର୍ଟ ଅନୁଯାୟୀ ମାନବ ବିକାଶ ସୂଚକାଙ୍କରେ ବିଶ୍ବରେ ୧୮୯ ଦେଶ ମଧ୍ୟରେ ଭାରତର ସ୍ଥାନ ୧୩୧ତମ ସ୍ଥାନରେ ରହିଛି । ଗତବର୍ଷ ଭାରତ ୧୨୯ତମ ସ୍ଥାନରେ ଥିବାବେଳେ ଚଳିତ ବର୍ଷ ଦୁଇପାଦ ପଛକୁ ଘୁଞ୍ଚିଛି । ଦୀର୍ଘ, ସୁସ୍ଥ ଜୀବନ, ଭଲ ଜୀବନ ଶୈଳୀ ଆଧାରରେ ଜାତିସଂଘ ପ୍ରତିବର୍ଷ ମାନବ ବିକାଶ ସୂଚକାଙ୍କ ପ୍ରକାଶ କରିଥାଏ । ଏକ ଦେଶର ସ୍ବାସ୍ଥ୍ୟ, ଶିକ୍ଷା, ଜୀବନଧାରଣର ମାନକୁ ଏଥିରେ ଆଧାର ଭାବରେ ନିଆଯାଇଥାଏ ।

୨୦୧୯ରେ ଭାରତର ଲୋକମାନଙ୍କ ହାରାହାରି ଆୟୁ ୬୯..୭ ବର୍ଷ ଥିବାବେଳେ ବାଂଲାଦେଶୀଙ୍କ ଆୟୁ ୭୨.୬ ଓ ପାକିସ୍ତାନୀଙ୍କ ହାରାହାରି ଆୟୁ ୬୭.୩ ବର୍ଷ ବୋଲି ମାନବ ବିକାଶ ରିପୋର୍ଟରେ କୁହାଯାଇଛି । ଏହି ତାଲିକାରେ ଭୁଟାନ ୧୨୯ତମ ସ୍ଥାନରେ ଥିବାବେଳେ ବାଂଲାଦେଶ ୧୩୩, ନେପାଳ ୧୪୨, ପାକିସ୍ତାନ ୧୫୪ତମ ସ୍ଥାନରେ ରହିଛି ।

- Advertisement -

ମାନବ ବିକାଶ ସୂଚକାଙ୍କ ରିପୋର୍ଟରେ ଶୀର୍ଷସ୍ଥାନ ଅଧିକାର କରିଛି ନରୱେ । ଏହାପରେ  ଆୟର୍ଲାଣ୍ଡ, ସ୍ୱିଜରଲ୍ୟାଣ୍ଡ, ହଂକଂ ଏବଂ ଆଇସଲ୍ୟାଣ୍ଡ ଆଦି ରହିଛନ୍ତି । ଏ ସମ୍ପର୍କରେ ମିଳିତ ଜାତିସଂଘର ଆବାସିକ ପ୍ରତିନିଧି ଶୋକୋ ନୋଡ଼ା କହିଛନ୍ତି ଯେ  ଭାରତ ର଼୍ୟାଙ୍କିଙ୍ଗର ହ୍ରାସର ଅର୍ଥ ନୁହେଁ ଯେ “ଭାରତ ଭଲ ପ୍ରଦର୍ଶନ କରିନାହିଁ କିନ୍ତୁ ଅନ୍ୟ ଦେଶ ଭଲ କରିଛନ୍ତି । ଭାରତ ଅଙ୍ଗାରକାମ୍ଲ ନିର୍ଗମନ ହ୍ରାସ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି । ଏପରିକି ଏ କ୍ଷେତ୍ରରେ ଭାରତ ଅନ୍ୟ ଦେଶମାନଙ୍କ ପାଇଁ ଆଦର୍ଶ ହୋଇ ରହିଛି ।

ପ୍ରକାଶିତ ରିପୋର୍ଟରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ଅତ୍ୟନ୍ତ ଉଦବେଗଜନକ ବୋଲି କୁହାଯାଇଛି । ପୂର୍ବବର୍ଷ ତୁଳନାରେ ଭାରତୀୟ ଲୋକମାନଙ୍କର ମୁର୍ଡପିଛା ଆୟ ହ୍ରାସ ପାଇଛି । ୨୦୧୯ରେ ଏହା ହାରାହାରି ୬୬୮୧ ଡ଼ଲାରରେ ପହଞ୍ଚିଛି ।

ରିପୋର୍ଟରେ କୁହାଯାଇଛି ଯେ ଭାରତରେ ପିତାମାତାଙ୍କ ଆଚରଣରେ ଭିନ୍ନ ପ୍ରତିକ୍ରିୟା ତଥା ବାଳିକାମାନଙ୍କ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ କିଛି ବିନିଯୋଗ ପୁଷ୍ଟିହୀନତା କାରଣରୁ ବାଳିକାମାନଙ୍କ ତୁଳନାରେ ଅଧିକ ପୁଷ୍ଟିହୀନତା ସୃଷ୍ଟି କରିଛି।

ସେହିପରି  ପ୍ୟାରିସ ଚୁକ୍ତିନାମା ଅନୁଯାୟୀ ଭାରତ ଏହାର ଜିଡିପିର ନିର୍ଗମନ ତୀବ୍ରତାକୁ ୨୦୦୫ ସ୍ତରରୁ ୨୦୩୦ ସୁଦ୍ଧା ୩୩%ରୁ ୩୫% ପ୍ରତିଶତ ହ୍ରାସ କରିବାକୁ ଏବଂ ୨୦୩୦ ସୁଦ୍ଧା ଜୀବାଶ୍ମ ଇନ୍ଧନ ଉତ୍ସରୁ ୪୦% ପ୍ରତିଶତ ବୈଦ୍ୟୁତିକ ଶକ୍ତି କ୍ଷମତା ହାସଲ କରିବାକୁ ପ୍ରତିଶୃତି ଦେଇଛି। ଏହି ଯୋଜନାର ଅଂଶ ଭାବରେ ଭାରତ ସୌର ଶକ୍ତି ଉତ୍ପାଦନକୁ ଗୁରୁତ୍ବ ଦେଇଛି । ସୌର କ୍ଷମତା ୨.୬ ଗିଗାୱାଟରୁ ୩୦ ଗିଗାୱାଟକୁ ବୃଦ୍ଧି ପାଇଛି ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି ।

Hot this week

ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories