www.samajalive.in
Sunday, December 14, 2025
16.1 C
Bhubaneswar

କୋଭିଡ ସହାୟତା ଦାବିରେ ଯୌନ କର୍ମୀଙ୍କ ଧାରଣା

ଭୁବନେଶ୍ୱର : କୋଭିଡ କଟକଣା ବେଳେ ସରକାର ସବୁ ବର୍ଗର ଲୋକଙ୍କ ପାଇଁ ସହାୟତା ଘୋଷଣା କରିଥିଲେ ମଧ୍ୟ ଯୌନ କର୍ମୀଙ୍କ ପାଇଁ କୌଣସି ବଜେଟ କରିନାହାନ୍ତି। ଏ ନେଇ କଲକାତାର ଏକ ସ୍ବେଚ୍ଛାସେବୀ ସଂଗଠନ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରି ଯୌନକର୍ମୀଙ୍କୁ ଶୁଖିଲା ଖାଉଟି ସାମଗ୍ରୀ ଯୋଗାଇ ଦେବା ପାଇଁ ମାସକୁ ୫୦୦୦ ଟଙ୍କା ଦେବା ଲାଗି ପ୍ରାର୍ଥନା କରିଥିଲେ। ଏହି ଘଟଣାକୁ ବିଚାରକୁ ନେଇ ଅଦାଲତ ଗତ ସେପ୍ଟେମ୍ବର ୨୯ ତାରିଖରେ ଯୌନକର୍ମୀଙ୍କୁ ବିନା ପ୍ରମାଣପତ୍ରରେ ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଅଦାଲତଙ୍କ ଏହି ନିର୍ଦେଶକୁ କାର୍ଯ୍ୟକାରୀ କରିବା ସହ ସେମାନଙ୍କୁ ସହାୟତା ଯୋଗାଇ ଦେବା ଦାବିରେ ବୁଧବାର ଯୌନକର୍ମୀମାନେ ପତିତା ଉଦ୍ଧାର ସମିତି ନେତୃତ୍ବରେ ଧାରଣା ଦେଇଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଯୌନକର୍ମୀମାନେ ଧାରଣାରୁ ଉଠିବେ ନାହିଁ ବୋଲି ପତିତା ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ କହିଛନ୍ତି। ଏ ନେଇ ଏକ ଦାବିପତ୍ର ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି।

ସହାୟତା ଦେବାକୁ ଆଇନ ବିଭାଗର ନିର୍ଦେଶ
କୋଭିଡ ବେଳେ ଯୌନକର୍ମୀଙ୍କୁ ସହାୟତା ଯୋଗାଇ ଦେବାଲାଗି ସୁପ୍ରିମେକାର୍ଟ ଦେଇଥିବା ନିର୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆଇନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଖାଦ୍ୟ ଯୋଗାଣ ବିଭାଗକୁ ଚିଠି ଲେଖାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ କରିବା ଦାବିରେ ପତିତା ଉଦ୍ଧାର ସମିତି ସହାୟତାରେ ଯୌନକର୍ମୀମାନେ ବୁଧବାର  ଲୋୟର ପିଏମଜିରେ ଧାରଣା ଦେଇଥିଲେ। ଏ ନେଇନଇ ପତିତା ଉଦ୍ଧାର ସମିତି ପକ୍ଷରୁ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ଆଇନ ବିଭାଗ ପକ୍ଷରୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ କରିବା ଲାଗି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଖାଦ୍ୟ ଯୋଗାଣ ବିଭାଗକୁ ଚିଠି କରାଯାଇଛି। ଏଥିସହ ଜିଲା ଆଇନ ସହାୟତା ପ୍ରାଧିକରଣ ସହାୟତାରେ ଯୌନକର୍ମୀଙ୍କୁ ଚିହ୍ନଟ କରି ସୁପ୍ରିମକୋର୍ଟଙ୍କ ନିର୍ଦେଶ କାର୍ଯ୍ୟକାରୀ କରିବାରେ ସହାୟତା କରିବାକୁ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବଙ୍କୁ ନିର୍ଦେଶ ଦିଆଯାଇଛି। ଏ ଦିଗରେ ତୁରନ୍ତ ବିହିତ ପଦକ୍ଷେପ ନେବା ସହ ଆଇନ ବିଭାଗକୁ ସୂଚିତ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories