www.samajalive.in
Monday, December 8, 2025
17.1 C
Bhubaneswar

ଅତିରିକ୍ତ ମହାନିର୍ଦ୍ଦେଶକ ପଦବୀକୁ ଉନ୍ନୀତ ହେଲେ ସର୍ବପ୍ରଥମ ଆଇଟିବିପି କ୍ୟାଡର ଅଧିକାରୀ ମନୋଜ ସିଂ ରାୱତ

କ୍ୟାବିନେଟ ନିଯୁକ୍ତି କମିଟି ଆଜି ମନୋଜ ସିଂ ରାୱତଙ୍କୁ ଭାରତ-ତିବ୍ଦତୀୟ ସୀମା ପୁଲିସର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି। ସେ ହେଉଛନ୍ତି ସର୍ବପ୍ରଥମ ଅଧିକାରୀ ଯିଏକି କ୍ୟାଡରରୁ ଅତିରିକ୍ତ ମହାନିର୍ଦ୍ଦେଶକ ପଦବୀକୁ ଉନ୍ନୀତ ହୋଇଛନ୍ତି।

- Advertisement -

୧୯୮୬ ବ୍ୟାଚର ଆଇଟିବିପି କ୍ୟାଡର ଅଧିକାରୀ ଶ୍ରୀ ରାୱତ ଉଭୟ ଭାରତ ତଥା ବିଦେଶରେ ପ୍ରଶିକ୍ଷଣ ସହ ଅଭିଜ୍ଞତା ଅର୍ଜନ କରିଛନ୍ତି। ବର୍ତ୍ତମାନ ସେ ନୂଆଦିଲ୍ଲୀରେ ଥିବା ଆଇଟିବିପି ମୁଖ୍ୟାଳୟରେ ଅପରେସନ୍ ଶାଖାର ନେତୃତ୍ୱ ନେଉଛନ୍ତି। ସେ ଚଣ୍ଡିଗଡ଼ରେ ନୂତନ ଭାବେ ସୃଷ୍ଟି ହୋଇଥିବା ୱେଷ୍ଟର୍ଣ୍ଣ କମାଣ୍ଡର ମୁଖ୍ୟ ଭାବେ ନିଯୁକ୍ତ ହେବା ସମ୍ଭାବନା ରହିଛି। ଆଇଟିବିପି ୱେଷ୍ଟର୍ଣ୍ଣ କମାଣ୍ଡ ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଭାରତ-ଚୀନ ସୀମା ଦାୟିତ୍ୱରେ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories