ମଣ୍ଡୀ : ହିମାଚଳପ୍ରଦେଶର ମଣ୍ଡୀ ଜିଲାରେ ବୁଧବାର ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୨ ରେକର୍ଡ କରାଯାଇଛି। ଶିମଲା ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଭୂକମ୍ପର ଝଟକା ୨ଟା ୭ରେ ଅନୁଭବ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳମଣ୍ଡୀ ଠାରୁ ୧୩ କିମି ଦୂର ଦକ୍ଷିଣ-ଦକ୍ଷିଣପଶ୍ଚିମ ଠାରୁ ପାଞ୍ଚ କିଲୋମିଟର ଗଭୀର ଥିଲା ବୋଲି ଜଣାପଡ଼ିଛି। ଏଥିରେ ଜୀବନହାନୀ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ।
Popular Categories



