www.samajalive.in
Sunday, December 14, 2025
15.1 C
Bhubaneswar

ଟ୍ବିଟରକୁ ୪ କୋଟି ଜରିମାନା, ଏହି ତ୍ରୁଟି ପାଇଁ ହେଲା ଦଣ୍ଡିତ

ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ବିଟର ଉପରେ ଆୟର୍ଲାଣ୍ଡ ସରକାର ବଡ଼ ପରିମାଣର ଜରିମାନା ଲାଗୁ କରିଛନ୍ତି। ଆୟର୍ଲାଣ୍ଡର ତଥ୍ୟ ନିୟାମକ ଟ୍ବିଟରକୁ ୪ ଲକ୍ଷ ୫୦ ହଜାର ୟୁରୋ ଅର୍ଥାତ ପ୍ରାୟ ୪ କୋଟି ଟଙ୍କା ଜରିମାନା କରିଛି। ଟ୍ବିଟର ତ୍ରୁଟିପୂର୍ଣ୍ଣ ଭାବେ ଅନେକ ଲୋକଙ୍କ ବ୍ୟକ୍ତିଗତ ଟ୍ୱିଟ୍ ସାର୍ବଜନୀନ କରିଥିବାରୁ ଏହି ଜରିମାନା ଲାଗୁ କରାଯାଇଛି। ନୂତନ ୟୁରୋପୀୟ ୟୁନିଅନର ଡାଟା ଗୋପନୀୟତା ବ୍ୟବସ୍ଥା ଅଧୀନରେ କୌଣସି ଏକ ଆମେରିକୀୟ କମ୍ପାନୀ ଉପରେ ଏହା ହେଉଛି ପ୍ରଥମ କାର୍ଯ୍ୟାନୁଷ୍ଠାନ।

OK

- Advertisement -

ଗତ ବର୍ଷ ଟ୍ୱିଟରର ଆଣ୍ଡ୍ରଏଡ୍ ଆପରେ ଏକ ତ୍ରୁଟି ଦେଖାଦେଇଥିଲା, ଯାହା ପରେ ଅନେକ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଟ୍ୱିଟ୍ ସାର୍ବଜନୀନ ହୋଇଯାଇଥିଲା। ଏହି ତ୍ରୁଟି ବିଷୟରେ ଟ୍ବିଟର ପକ୍ଷରୁ ବ୍ୟବହାରକାରୀମାନଙ୍କୁ ତତ୍କାଳ ଅବଗତ କରାଇ ନ ଥିବାରୁ ଦଣ୍ଡବିଧାନ କରାଯାଇଛି। ୟୁରୋପୀୟ ୟୁନିଅନ ଦ୍ବାରା ୨୦୧୮ରେ ସାଧାରଣ ତଥ୍ୟ ସୁରକ୍ଷା ନିୟାମକ (ଜିଡିପିଆର) ଲାଗୁ କରାଯାଇଥିଲା। ଆୟର୍ଲାଣ୍ଡ ଏହି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜିଡିପିଆର ଅଧୀନରେ ଟ୍ବିଟର ଉପରେ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି।

ଅନ୍ୟପଟେ ଟ୍ବିଟର ନିଜ ବିବୃତିରେ କହିଛି ଯେ, ୨୦୧୮ରେ ଖ୍ରୀଷ୍ଟମାସ ଛୁଟିଦିନରେ ଏହି ତ୍ରୁଟି ହୋଇଥିଲା। ଅଧିକାଂଶ କର୍ମଚାରୀ ଛୁଟିରେ ଥିବାରୁ ଉପଭୋକ୍ତାମାନଙ୍କୁ ଏହା ବିଷୟରେ ଜଣାଇବାରେ ବିଳମ୍ବ ହୋଇଥିଲା। ଆମେ ସମ୍ପୂର୍ଣ୍ଣ ଦାୟିତ୍ଵ ସହକାରେ ଆମ ଉପଭୋକ୍ତାମାନଙ୍କ ତଥ୍ୟ ଏବଂ ଗୋପନୀୟତା ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ। ଯଦି କୌଣସି ସମସ୍ୟା ଉପୁଜେ ତେବେ ଉପଭୋକ୍ତାମାନଙ୍କୁ ପ୍ରଥମେ ଜଣାଇବା ଆମର ପ୍ରୟାସ ହେବ। ଏହି ତ୍ରୁଟି ପାଇଁ ୨୦୧୯ରେ ଟ୍ବିଟର କ୍ଷମା ପ୍ରାର୍ଥନା କରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories