www.samajalive.in
Sunday, December 14, 2025
26.1 C
Bhubaneswar

ବୁଧବାର ରାଶିଫଳ (୧୬-୧୨-୨୦୨୦)

ମେଷ: ଧର୍ମ ଧାରଣାରେ ରହିପାରନ୍ତି। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରିପାରେ। ପ୍ରୀତିଲାଭ କରିପାରନ୍ତି। ସରକାରଙ୍କ ଦ୍ୱାରା ଅନୁଗୃହୀତ ହୋଇପାରନ୍ତି। ବିଜୟୀ ଭାବାପନ୍ନ ହେବେ। ସନମାର୍ଗୀ ହେବେ। ମହାମନୁଷ୍ୟ ହେବେ।

ବୃଷ: ଧନକ୍ଷୟ ହେବାର ସମ୍ଭାବନା ଅଛି। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ସ୍ଥିତି ବିବାଦୀୟ ହୋଇପାରେ। ସାମାନ୍ୟ ମାତ୍ରାର ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି। ଋଣ କାତର ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

- Advertisement -

ମିଥୁନ: ଦୁଶ୍ଚିନ୍ତା ଦୂର ହେବ। ସୁଖ ଭୋଗ କରିବେ। ସମ୍ମାନିତ ହେବେ। ମନ ବେଦନାକୁ ଚାପି ରଖିପାରନ୍ତି। ପତ୍ନୀଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଯତ୍ନଶୀଳ ହେବାକୁ ପଡ଼ିବ। ଅବିବାହିତଙ୍କର ବିବାହ ସମ୍ବନ୍ଧ ମନୋରମା କନ୍ୟା ସହ ସ୍ଥିର ହେବ।

କର୍କଟ: ମାନ ଅଭିମାନର ବଶବର୍ତ୍ତୀ ହେବେ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଚିନ୍ତାଧାରା ଉନ୍ନତମାନର ହେବ। ଅଜାତଶତ୍ରୁ ହୋଇପାରନ୍ତି। ସର୍ବଦା ଆତୁରିତ ଓ ଭାବପ୍ରବଣ ହେବେ। ଚାକିରିରେ ସ୍ଥାନ ସୁରକ୍ଷିତ ହେବ।

ସିଂହ: ପରଚର୍ଚ୍ଚାରୁ ବିରତ ହେଲେ ଶୁଭଫଳ ପ୍ରାପ୍ତ ହେବେ। ଧନ ସଂପଦ ବୃଦ୍ଧିର ସୂଚନା ମିଳୁଛି। ମାନ ସମ୍ମାନର ଅଧିକାରୀ ହେବେ। ସୁଖ ସମ୍ଭୋଗ ଅଛି। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ସ୍ୱାଭିମାନୀ ହୋଇପାରନ୍ତି।

କନ୍ୟା: ବହୁ ଶୁଭଯୋଗ ଅଛି। ମାନ ଅଭିମାନ ଉପୁଜି ପାରେ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଭାଗ୍ୟବାନ୍‍ ହେବେ। ପତ୍ନୀଙ୍କ ଅସୁସ୍ଥତା ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ। ଧନବାନ୍‍ ହେବେ। ଯାନବାହନ ସୁଖ ମିଳିବ। ଉତ୍ତମ ବଚନାଦିରେ ପଟୁ ହେବେ।

ତୁଳା: ସକଳ ଗୁଣର ଆଧାର ହୋଇପାରନ୍ତି। ସୁଖଭୋଗୀ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ବିବାଦୀୟ ପ୍ରତିଯୋଗିତାରେ ପ୍ରତିଯୋଗୀଙ୍କୁ ପରାସ୍ତ କରିପାରନ୍ତି। ଘାତଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।

ବିଛା: କାର୍ଯ୍ୟ ବିଳମ୍ବିତ ହୋଇପାରେ। କର୍ମକ୍ଷେତ୍ର ବ୍ୟାପ୍ତଗାମୀ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିପାରନ୍ତି। ପାରିବାରିକ ସୁଖ ମିଳିବ। ଅର୍ଥ ସଞ୍ଚୟ କରିପାରନ୍ତି।

ଧନୁ: ଅତୀତରେ ଉପୁଜିଥିବା ସମସ୍ୟାର ସୁସମାଧାନ ହେବ। ମାନ୍ୟତା ପ୍ରାପ୍ତି ହେବେ। ସର୍ବତ୍ର ଶୁଭ ଆଶା କରାଯାଏ। ଧନବାନ୍‍ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଅସାଧ୍ୟ ସୁସାଧ୍ୟ କରିବାରେ ପାରଙ୍ଗମ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ମିଷ୍ଟାନ୍ନ ଭୋଜନ ମିଳିବ।

ମକର: ମନସ୍କାମନା ପୂର୍ଣ୍ଣ ହୋଇପାରେ। କାର୍ଯ୍ୟରେ ବାଧା ଉପୁଜିପାରେ। କାର୍ଯ୍ୟ ହାସଲ କରିବାକୁ ହେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କିଛି ଭୁଲ କରି ଅନୁତପ୍ତ ହୋଇପାରନ୍ତି। ମଧୁରଭାଷା ଓ ଚାଟୁବାକ୍ୟ ପ୍ରୟୋଗ କରି ପରକୁ ଆପଣାର କରିବେ।

କୁମ୍ଭ: ସାବଧାନତାର ସହ କାର୍ଯ୍ୟ କରିବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ବ୍ୟବସାୟ ଲାଭଜନକ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଧନ ଓ ଧର୍ମ ଅର୍ଜନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ସୁସ୍ଥ ରହିବେ।

ମୀନ: ଗୁରତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ। ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ। ଦୀନ ଦରିଦ୍ରଙ୍କ ପ୍ରତି ଦୟାଭାବ ରହିବ। ବ୍ୟବସାୟ ଲାଭଜନକ ହେବ। ଦେବଦର୍ଶନରେ ସୁଯୋଗ ଅଛି। ସର୍ବାଙ୍ଗ ଉନ୍ନତି ହେବା ଆଶା କରାଯାଏ। କର୍ମତତ୍ପର ହେବେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories