www.samajalive.in
Thursday, December 11, 2025
15.1 C
Bhubaneswar

ମହିଳା ଆୟୋଗଙ୍କ ଦ୍ବାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର : ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବ ବିବାଦ ଏବେ ନୂଆ ମୋଡ଼ ନେଇଛି। ପାରିବାରିକ ବିବାଦ ଘଟଣାକୁ ନେଇ ବର୍ଷା ପ୍ରିୟଦର୍ଶିନୀ ମଙ୍ଗଳବାର ମହିଳା ଆୟୋଗଙ୍କ ଦ୍ବାରସ୍ଥ ହୋଇଥିବା ସୂଚନା ମିଳିଛି। ବର୍ଷା ଓ ଅନୁଭବଙ୍କ ମଧ୍ୟରେ ବୈବାହିକ ବିବାଦ ଓ ଘରୋଇ ହିଂସାକୁ ନେଇ ଅଭିଯୋଗ ଆଣି ବର୍ଷା ପୂର୍ବରୁ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ଅଭିଯୋଗ ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି। ହେଲେ ଏସବୁ ଭିତରେ ଏଭଳି କିଛି ଘଟଣା ଘଟିଥିବାରୁ ବର୍ଷାଙ୍କୁ ମହିଳା କମିସନଙ୍କ ପାଖକୁ ଯିବାକୁ ପଡ଼ିଥିଲା।

ତେବେ ଦୁଇଦିନ ପୂର୍ବେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ସାମ୍ବାଦିକା ଜାଗୃତିଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ଜାଗୃତି ଶୁକ୍ଳା ସ୍ପଷ୍ଟୀକରଣ ରଖିଥିଲେ। ଅନୁଭବ ଓ ତାଙ୍କ ମଧ୍ୟରେ କେବଳ ବୃତ୍ତିଗତ ସମ୍ପର୍କ ରହିଛି। ତେବେ ଅନୁଭବ ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ବୈବାହିକ ସମ୍ପର୍କକୁ ନେଇ ଯେଉଁ ବିବାଦ ଉଠିଛି ତାହା ସେମାନଙ୍କର ବ୍ୟକ୍ତିଗତ। କିଛି ବ୍ୟକ୍ତି ସେମାନଙ୍କ ସମ୍ପର୍କ ଭିତରକୁ ତାଙ୍କୁ ଟାଣି ଅଶ୍ଲୀଳ ମନ୍ତବ୍ୟ ଦେଉଛନ୍ତି।

- Advertisement -

ସୋସିଆଲ ମିଡ଼ିଆରେ ଯେଉଁମାନେ ମନ୍ତବ୍ୟ ଦେଉଛନ୍ତି ସେମାନେ ପ୍ରାୟତଃ ବର୍ଷାଙ୍କ ପ୍ରଶଂସକ ବୋଲି ଜାଗୃତି କହିଛନ୍ତି। ଦରକାର ପଡ଼ିଲେ ସେମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବେ ବୋଲି ଜାଗୃତି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ଜାଗୃତିଙ୍କ ଏପରି ମନ୍ତବ୍ୟ ପରେ ପରେ ବର୍ଷା ମହିଳା ଆୟୋଗର ଦ୍ବାରସ୍ଥ ହୋଇଥିବା କୁହାଯାଉଛି। ଏ ନେଇ ମହିଳା ଆୟୋଗ ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି, ବର୍ଷା ଆଜି ଅଭିଯୋଗ କରିଛନ୍ତି। ତେବେ କ’ଣ ପାଇଁ ଓ କାହା ବିରୋଧରେ ଅଭିଯୋଗ କରିଛନ୍ତି ସେ ସମ୍ପର୍କରେ କିଛି କହି ନ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories