www.samajalive.in
Wednesday, December 10, 2025
23.1 C
Bhubaneswar

ପିଟିହୋଇ ଘରର କାନ୍ଥ ଭାଙ୍ଗିଲା ଲୁହାପଥର ବୋଝେଇ ଟ୍ରକ: ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ଦେବଗଡ଼ : ଆଜି ଏକ ଅଭାବନୀୟ ଘଟଣା କ୍ରମରେ ବାରକୋଟ ବ୍ଲକ ସଦର ମହକୁମାର ଜଣେ ବ୍ୟକ୍ତିଙ୍କ ଘରେ ଏକ ଲୁହା ପଥର ବୋଝେଇ ଟ୍ରକ ପିଟିହେବା ସହ ଘରର କାନ୍ଥ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ତେବେ ସୌଭାଗ୍ୟ ବସତଃ ଘର ଭିତରେ ଥିବା କେହି ଆହତ ହୋଇନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ରାତ୍ରରେ ଏକ ଲୁହା ପଥର ବୋଝେଇ ଟ୍ରକ (ନଂ-ଓଆର୍-୦୪-ଏଫ୍-୯୨୯୪)ପାଳଲହଡା ପଟୁ ଦେବଗଡ ଆଡକୁ ଆସୁଥିଲା। ତେବେ ପ୍ରାୟ ୯ଟା ସମୟରେ ଟ୍ରକଟି ବାରକୋଟ ବ୍ଲକ କାର୍ଯ୍ୟାଳୟ ନିକଟରେ ପହଂଚିବା ପରେ ଟ୍ରକର ଚାଳକ କୌଣସି କାରଣରୁ ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକଟିକୁ ହଠାତ ପଛକୁ ବ୍ୟାକ କରିବାକୁ ଉଦ୍ୟମ କରିଥିଲା। ଏପରିକି ଜାତୀୟ ରାଜପଥ ମଝିରେ ଥିବା ରୋଡ ଡିଭାଇଡର ଉପରେ ଟ୍ରକଟିକୁ ଚଢାଇଦେବା ସହ ବ୍ୟାକ ଗିୟରରେ ହିଁ ଉକ୍ତ ଟ୍ରକଟିକୁ ରାସ୍ତା କଡରେ ଥିବା ଡିଲେଶ୍ୱର ସାହୁଙ୍କ ଘରେ ପିଟି ଦେଇଥିଲା। ଟ୍ରକଟି ଶ୍ରୀ ସାହୁଙ୍କ ଘରେ ପିଟିହେବା ସହ ଜୋରରେ ଶବ୍ଦ ହେବାରୁ ଦିଲେଶ୍ୱରଙ୍କ ପରିବାର ଲୋକେ ଭୟଭୀୟ ହୋଇପଡିବା ସହ ଘରୁ ବାହାରକୁ ଧାଇଁ ଆସିଥିଲେ। ତେବେ ଟ୍ରକ ଧକ୍କାରେ ଡିଲେଶ୍ୱରଙ୍କ ଘରର କାନ୍ଥ ଭାଙ୍ଗିଥିଲେ ହେଁ ଏହାଦ୍ୱାରା କେହି ଆହତ ହୋଇନଥିଲେ। ଡିଲେଶ୍ୱରଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ ବାରକୋଟ ଥାନା ପୁଲିସକୁ ସୂଚନା ଦିଆଯିବା ପରେ ପୁଲିସ ସମ୍ପୃକ୍ତ ଟ୍ରକର ଚାଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିବା ଜଣାପଡିଛି। ଦୁର୍ଘଟଣାର ପ୍ରକୃତ କାରଣ ବର୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିଲେ ହେଁ ଟ୍ରକ ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଥିବାରୁ ଏଭଳି କାଣ୍ଡ ଘଟାଇଥିବା ଅଂଚଳବାସୀ ଅନୁମାନ କରୁଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories