www.samajalive.in
Sunday, December 14, 2025
16.1 C
Bhubaneswar

ଗଞ୍ଜାମରେ ନେତାଙ୍କ ଶିରପୀଡ଼ା: ୩ ଦଳକୁ ଆହ୍ବାନ ଅସଜଡା ସଂଗଠନ

ବ୍ରହ୍ମପୁର: ସମ୍ଭାବ୍ୟ ପୌର ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହେଲାଣି। କିନ୍ତୁ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲାରେ ଏ ନେଇ କୌଣସି ଦଳ ପକ୍ଷରୁ ନିର୍ବଚାନକୁ ସାମନା କରିବା ଭଳି କିଛି କାର୍ଯ୍ୟକ୍ରମ ହାତକୁ ନିଆଯାଇନି। ଯଦିଓ ସରକାର ପୌର ନିର୍ବାଚନ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହଁାନ୍ତି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି,ବିଜେପି ଓ କଂଗ୍ରେସ ପକ୍ଷରୁ ସେଭଳି କିଛି ରାଜନୈତିକ ପ୍ରସ୍ତୁତି ହେବା ତ ଦୂରର କଥା ସାଂଗଠନିକ କର୍ମକର୍ତ୍ତା ତାଲିକା ମଧ୍ୟ ପ୍ରକାଶ ପାଇନି। ଏବେ ସବୁ ଦଳ ନିଜ ନିଜର ସଂଗଠନକୁ ସଜାଡ଼ିବା ଲକ୍ଷ୍ୟରେ ରହିଛନ୍ତି। ତୃଣମୂଳସ୍ତରରେ ଚାଲିଥିବା ଟଣାଓଟରା ଓ ଅସନ୍ତୋଷକୁ ପ୍ରମୁଖ ଦଳମାନେ କିଭଳି ସାମନା କରିବେ ତାହା ଏବେ ଚିନ୍ତାର ବିଷୟ ହୋଇଛି।

କରୋନା ଯୋଗୁ ୧୦ ମାସ ଧରି ଏକ ପ୍ରକାର ସୁପ୍ତ ହୋଇପଡିଥିବା ରାଜନୈତିକ କାର୍ଯ୍ୟକଳାପକୁ କିପରି ପୁଣି ଥରେ ସକ୍ରିୟ କରାଯିବ ତାହାକୁ ନେଇ ସବୁ ଦଳ ବ୍ୟସ୍ତ। ପ୍ରଥମେ ବିଜୁ ଜନତା ଦଳ କଥା ବିଚାର କରାଗଲେ ଏହି ଦଳର ବିଭିନ୍ନ ପଦ ଓ ସଂଗଠନ ପାଇଁ ଆଶାୟୀ ସଂଖ୍ୟା ଅଧିକ। ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ମଧ୍ୟ ଏହି ଦଳରେ ସର୍ବାଧିକ ଆଶାୟୀ ରହିଛନ୍ତି। ବିଭିନ୍ନ ଦଳ ଛାଡି ବିଜେଡ଼ିକୁ ଆସିଥିବା ବହୁ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଦଳୀୟ ପଦ​‌େ​‌ର ଥଇଥାନା କରିବା ମଧ୍ୟ ପ୍ରମୁଖ କାର୍ଯ୍ୟ ହୋଇଛି। ପୂର୍ବତନ ବିଧାୟକ ଡା.ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବେ ଗଞ୍ଜାମ ଜିଲା ବିଜେଡି ସଭାପତି ଅଛନ୍ତି। ପ୍ରଦୀପଙ୍କ ସ୍ଥାନରେ ଗତ ଫେବୃଆରୀରେ ଚ୍ୟାଉବାବୁଙ୍କୁ ଦଳର ସଂଗଠନ ଦାୟିତ୍ବ ଦିଆଯାଇଥଇଲା। ଡା.ଚ୍ୟାଉପଟ୍ଟନାୟକ ଜିଲା ସଭାପତି ଦାୟିତ୍ବ ନେବାର ୧୦ମାସ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନୂତନ ଜିଲା କମିଟି ଗଠନ କରିନାହାନ୍ତି। ନୂତନ ଜିଲା କମିଟି ଗଠନରେ ଏତେ ବିଳମ୍ବକୁ ନେଇ ଦଳୀୟ ମହଲରେ ନାନା ଆଲୋଚନା ଚାଲିଛି। ସେ କୁଆଡେ ତାଲିକା ପ୍ରସ୍ତୁତ କରିଥିଲେ ହେଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କାର ହେବା ପରେ ସେହି ତାଲିକା ବଦଳିବା ସ୍ବାଭାବିକ।

- Advertisement -

ପ୍ରଦୀପ ଅଧ୍ୟାୟ ପରେ ଦଳୀୟ କମିଟିରେ ବଡ଼ଧରଣର ପରିବର୍ତ୍ତନ ହେବା ମନେ କରାଯାଉଛି। ଦଳୀୟ ହାଇକମାଣ୍ଡ କେଉଁ ଉପାୟରେ ଜିଲାରେ ଦଳୀୟ ସଂଗଠନକୁ ସୁଦୃଢ କରିବେ ତାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ପୌର ନିର୍ବାଚନକୁ ନେଇ ସବୁଠାରୁ ଅଧିକ ଦ୍ବନ୍ଦ୍ବରେ ରହିଛି ବିଜେଡି। ବ୍ରହ୍ମପର ମହାନଗର ନିଗମ କଥା ବିଚାରକୁ ​‌େ​‌ନଲେ ବର୍ତ୍ତମାନ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଚୂଡ଼ାନ୍ତ ହୋଇନଥିବାରୁ କୌଣସି ୱାର୍ଡ​‌େ​‌ର ଚିତ୍ର ସ୍ପଷ୍ଟ ହୋଇପାରୁନି। ସଂଖ୍ୟାଧିକ ଆଶାୟୀ ତଥା ନୂଆ-ପୁରୁଣା ନେତା ରହିଥିବାରୁ ଆଶାୟୀଙ୍କୁ କିଭଳି ଥଇଥାନ କରାଯିବ ତାହା ବିଜେଡି ନ ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ହୋଇଛି।

ଗଞ୍ଜାମ ଜିଲା କଂଗ୍ରେସ ସଂଗଠନ କଥା ବିଚାରକୁ ନିଆଗଲେ ଗତ କିଛି ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଦଳର ସଂଗଠନ ଉପରେ ଗୁରୁତର ନକରାତ୍ମକ ପ୍ରଭାବ ପକାଇଛି। ୨୦୧୮ରେ ବରିଷ୍ଠ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଓ ବିକ୍ରମ ପଣ୍ଡା ସମେତ ବ୍ରହ୍ମପୁରର ବହୁ ନେତା କଂଗ୍ରେସ ଛାଡ଼ି ବିଜେଡିକୁ ଚାଲିଯିବା ପରେ ଦଳୀୟ ସଂଗଠନ ପାଇଁ ଏକ ଶକ୍ତ ଧକ୍କା ହୋଇଥିଲା। ଦୁର୍ବଳ ସଂଗଠନ ଯୋଗୁ ଜିଲାର ବହୁ ନେତା ଓ କର୍ମକର୍ତ୍ତା ଦଳ ଛାଡିବାରେ ଲାଗିଛନ୍ତି। ୨୦୧୮ରେ ବହୁ କର୍ପୋରେଟର କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିଲେ। ତେଣୁ କଂଗ୍ରେସ ସଂଗଠନକୁ ସଜାଡିବା ଦଳୀୟ ହାଇକମାଣ୍ଡ ପାଇଁ ପ୍ରମୁଖ ଆହ୍ବାନ ହୋଇପଡିଛି। ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ନିକଟରେ ଜିଲା କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଦଳର ସଂଗଠନକୁ ସଜାଡ଼ିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ହୋଇପଡିଛି। କିନ୍ତୁ ରମେଶଙ୍କୁ ବ୍ରହ୍ମପୁରରେ ପ୍ରବେଶ ଉପରେ କୋର୍ଟ କଟକଣା ରହିଛି। ଏହି କାରଣରୁ ନିକଟରେ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଟିପ୍ପଣୀ କରିବାକୁ ସେ ବଉଳଝୋଳିଠାରେ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ରମେଶ ଜିଲା ସଭାପତି ହେବା ପରେ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲାର କିଛି ନେତା ମଧ୍ୟ ପୂର୍ବଭଳି ଆଉ ସକ୍ରିୟ ହେଉନଥିବା ଦେଖିବାକୁ ମିଳିଛି। ରମେଶ ମଧ୍ୟ ବର୍ତ୍ତମାନ ସୁଦ୍ଧା ନୂତନ ଜିଲା କମିଟି ଗଠନ କରିନାହାନ୍ତି। ତେଣୁ ସମସ୍ତଙ୍କୁ ନେଇ କଂଗ୍ରେସ ସଂଗଠନକୁ କିଭଳି ସୁଦୃଢ କରାଯିବ ତାହା ରମେଶଙ୍କ ପାଇଁ ପ୍ରମୁଖ ଆହ୍ବାନ ହୋଇଛି।

ଗଞ୍ଜାମ ଜିଲା ବିଜେପି ପକ୍ଷରୁ ପୌର ନିର୍ବାଚନ ପାଇଁ ବିଶେଷ ପ୍ରସ୍ତୁତି ହୋଇନଥିଲେ ସୁଦ୍ଧା ଦଳ ପକ୍ଷରୁ ଏବେ ବିଭିନ୍ନ ୱାର୍ଡରେ ପ୍ରଶିକ୍ଷ ଣଶିବିର କରାଯାଇ ବୁଥ କମିଟି ଗଠନ କରାଯିବାକୁ ଯୋଜନା ଚାଲିଛି। ଏହି ଦଳ ମଧ୍ୟ ସାଂଗଠନିକ କାର୍ଯ୍ୟକର୍ତ୍ତା ତାଲିକା ଘୋଷଣା କରିନି। ସୂଚନା ଅନୁସାରେ ବିଜେପି ପକ୍ଷରୁ ରାଜ୍ୟରେ ପରୀ ତଥା କୃଷକ ପ୍ରସଙ୍ଗ ସମ୍ପର୍କରେ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଲୋକଙ୍କୁ ସଚେତନ କରାଯାଇଛି। ତେଣୁ ପ୍ରସଙ୍ଗକୁ ବଜାୟ ରଖିବା ଏବଂ ସଂଗଠନକୁ ସକ୍ରିୟ କରିବା ମଧ୍ୟ ବିଜେପି ପାଇଁ ମୁଖ୍ୟ ଇସ୍ୟୁ ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories