www.samajalive.in
Wednesday, December 10, 2025
14.1 C
Bhubaneswar

ଗଜପତିରୁ ବି ପ୍ରଦୀପ ଟଙ୍କା ଆଦାୟ କରିଛନ୍ତି: ପାରଳା ବିଧାୟକ

ପାରଳାଖେମୁଣ୍ଡି: ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଚାକିରି କରାଇ ଦେବା ନାମରେ ଗଜପତିର ମଧ୍ୟ କେତେକଙ୍କଠାରୁ ଟଙ୍କା ଆଦାୟ କରିଛନ୍ତି। ତାଙ୍କ ଦ୍ବାରା ନିଯୁକ୍ତ ଦଲାଲମାନେ ଯୁବକଯୁବତୀଙ୍କୁ ଟାଟାରେ ଚାକିରି କରାଇଦେବାକୁ ଟଙ୍କା ନେଇଛନ୍ତି ବୋଲି ଗୁରୁତର ଅଭିଯୋଗ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ। ଆଜି ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ବିଧାୟକ ଏଭଳି ଅଭିଯୋଗ ଆଣି ଗୋପାଳପୁର ବିଧାୟକ ପ୍ରଦୀପଙ୍କ ପାଇଁ ଆଉ ଏକ ଅଡୁଆ ସୃଷ୍ଟି କରିଛନ୍ତି। ଏହାର ଭିଜିଲାନ୍ସ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ପୂର୍ବରୁ ସେ ବିଜେଡି ବିଧାୟକ ଥିବା ବେଳେ ପ୍ରତିଟି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସାମିଲ କରୁଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆହୂତ ବୈଠକରେ ସେ ଯୋଗ ଦେଉଥିଲେ। କିନ୍ତୁ ପ୍ରଦୀପ ପାଣିଗ୍ରାହୀ ଗଜପତି ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ନେବା ପରଠାରୁ ସେଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଥିଲା। ସେ ଜିଲାରେ ନିଜ ଇଛାରେ କାମ କରୁଥିଲେ। ବୋଧେ ତାଙ୍କର କାର୍ଯ୍ୟ ଶୈଳୀକୁ କୁଆଡେ ପ୍ରଦୀପ ବାବୁ ପସନ୍ଦ କରୁନଥିଲେ। ଏପରିକି ନିଜ ଅନୁଗତଙ୍କୁ ଦଳୀୟ ପ୍ରାର୍ଥୀ କରିବାକୁ ସେ ମନ୍ତ୍ରଣା କରିଥିଲେ । ଯଦ୍ବାରା ମୋତେ ଅସୁବିଧା ହୋଇଥିଲା ବୋଲି ବିଧାୟକ ଶ୍ରୀ ରାଓ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories