www.samajalive.in
Monday, December 15, 2025
16.1 C
Bhubaneswar

ବାଇକକୁ ଧକ୍କାଦେଲା ମିନି ଟ୍ରକ : ଗୃହରକ୍ଷୀ ମୃତ,ଶିଶୁ କନ୍ୟା ଓ ବୃଦ୍ଧ ଗୁରୁତର

ଦେବଗଡ଼ : ଆଜି ସଂଧ୍ୟାରେ ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଳବେଡା ହନୁମାନ ମନ୍ଦିର ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ ମିନିଟ୍ରକ ଏକ ବାଇକକୁ ଧକ୍କାଦେବା ଫଳରେ ଘଟଣା ସ୍ଥଳରେ ଜଣେ ଗୃହରକ୍ଷୀଙ୍କର ମୃତ୍ୟୁ ଘଟିଛି। ସେହିପରି ବାଇକରେ ବସିଥିବା ଜଣେ ଶିଶୁ ଓ ଅନ୍ୟଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କଂଟାବାହାଳ (ରତାଖଣ୍ଡି)ଗ୍ରାମର ଧୀରେନ୍ଦ୍ର ସାହୁ(୩୫) ନାମକ ଜଣେ ଗୃହରକ୍ଷୀ କୌଣସି କାମରେ ତାଙ୍କର ୫ ବର୍ଷର ଶିଶୁକନ୍ୟା ସ୍ନେହାରାଣୀ ସାହୁ ଓ ବଡବାପା ନାଥ ସାହୁ(୬୩)ଙ୍କ ସହ ଏକ ବାଇକ ଯୋଗେ ଦେବଗଡକୁ ଆସିଥିଲେ। ସଂଧ୍ୟାରେ ସେମାନେ ନିଜ ଘରକୁ ଫେରୁଥିବା ବେଳେ ସଂଧ୍ୟା ପ୍ରାୟ ୫ଟା ୧୫ ମିନିଟ ସମୟରେ ରେଙ୍ଗାଳବେଡା ଗ୍ରାମର ହନୁମାନ ମନ୍ଦିର ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ ମିନିଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକରୁ ଛିଟିକିପଡି ତିନିଜଣ ଯାକ ଗୁରୁତର ଆହତ ହେବା ସହ ଗୃହରକ୍ଷୀ ଧିରେନ୍ଦ୍ରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ସେହିପରି ସ୍ନେହାରାଣୀ ଓ ନାଥ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ବୃଦ୍ଧଙ୍କୁ ସ୍ନେହା ଓ ନାଥଙ୍କୁ ଉଦ୍ଧାର କରିବାସହ ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତୀ କରିଥିବା ଜଣାପଡିଛି। ସୂଚନା ପାଇ ରିଆମାଳ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବାସହ ଏକ ମାମଲା ଋଜୁକରି ଦୁର୍ଘଟଣା ଗ୍ରସ୍ତ ମିନିଟ୍ରକ ଓ ବାଇକକୁ ଜବତ କରିଥିବା ଜଣାପଡିଛି। ଆସନ୍ତା କାଲି ଧିରେନ୍ଦ୍ରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories