www.samajalive.in
Sunday, December 14, 2025
16.1 C
Bhubaneswar

ଧାନକଟା ମେସିନ ଓଳଟି ଜଣେ ନାବାଳକ ମୃତ ଓ ଅନ୍ୟ ଜଣେ ଗୁରୁତର

ବିନିକା: ବିନିକା ଥାନା ଗଣିଆଁ ପୁଲିସ ଫାଣ୍ଡି ଅଧିନସ୍ତ ମେଘଲା ଗାଁର ୨ ଜଣ ନାବାଳକ ଟ୍ରାକ୍ଟରରେ ଖଞ୍ଜା ଯାଇଥିବା ଧାନକଟା(ଥ୍ରେସର)ମେସିନ ଭାରସାମ୍ୟ ହରାଇ ଓଲଟି ପଡିବାରୁ ସେହି ମେସିନ ତଳେ ଚାପିହୋଇ ଜଣେ ନାବାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନାବାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତ ନାବାଳକକୁ ବିନିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାକୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରା ଯାଇଛି।

ଘଟଣାରୁ ପ୍ରକାଶ ଯେ, ଆଜି ସକାଳେ ଧାନକଟିବା ପାଇଁ ଟ୍ରାକ୍ଟର ସଂଯୁକ୍ତ ହୋଇ ଉକ୍ତ ଥ୍ରେସର ମେସିନ ମେଘଲା ଗ୍ରାମରୁ ପଧାନପାଲି ମୌଜାକୁ ଏକ ଜମିକୁ ଯାଉଥିଲା। ତେବେ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଜଣେ (୧୦) ବର୍ଷିୟ ନାବାଳକ ଓ ଅନ୍ୟ ଜଣେ (୧୪) ବର୍ଷିୟ ନାବାଳକ ଉଭୟଙ୍କ ଉପରେ ଥ୍ରେସର ମେସିନ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ଦଶ ବର୍ଷିଆ ନାବାଳକ ଜଣକର ମୃତ୍ୟୁ ଘଟି ଯାଇଥିବା ବେଳେ ଏହି ଘଟଣାରେ ଅନ୍ୟ ଜଣେ ଚଉଦ ବର୍ଷର ନାବାଳକ ଜଣକ ଗୁରୁତର ଆହତ ହୋଇ ଥିବାରୁ ତାକୁ ବିନିକା ଡାକ୍ତରଖାନାରୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories