www.samajalive.in
Sunday, December 14, 2025
26.1 C
Bhubaneswar

ପଶ୍ଚିମବଙ୍ଗରେ ୨୫ ଜଣ ପାଉଛନ୍ତି ସିଆଇଏସଏଫ ସ୍ୱତନ୍ତ୍ର ସୁରକ୍ଷା

ସୁରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ଦ୍ୱାରା ବିଭିନ୍ନ ବର୍ଗରେ ମୋଟ ୨୫ ଜଣ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ସୁରକ୍ଷା ଯୋଗାଇ ଦିଆଯାଇଛି। ପୂର୍ବରୁ ଏହି ତାଲିକାରେ ୨୩ ଜଣ ଥିବା ବେଳେ ବିଜେପି ସାଂସଦ ଜନ୍ ବାର୍ଲାଙ୍କୁ ଚଳିତ ବର୍ଷ ନଭେମ୍ବରରୁ ‘ଏକ୍ସ’ ବର୍ଗ ଏବଂ ବିଜେପି ନେତା ତଥା ସାଧାରଣ ସମ୍ପାଦକ କୈଳାଶ ବିଜୟ ବିଜୟଭର୍ଗିଅଙ୍କୁ ‘ଜେଡ’ ବର୍ଗର ସୁରକ୍ଷା ବ୍ୟତୀତ ଏକ ବୁଲେଟ୍ ପ୍ରୁଫ୍ କାର୍ ଯୋଗାଇ ଦିଆଯାଇଛି।

୨୫ ସଂରକ୍ଷିତ ନେତାଙ୍କ ମଧ୍ୟରୁ ୮ ଜଣଙ୍କୁ ‘ୱାଇ ପ୍ଲସ୍’ ସୁରକ୍ଷା ଦିଆଯାଇଥିବାବେଳେ ୧୦ ଜଣଙ୍କୁ ‘ୱାଇ’ ବର୍ଗ ଅଧୀନରେ ସୁରକ୍ଷା ଦିଆଯାଇଛି। ୬ ଜଣଙ୍କୁ ‘ଏକ୍ସ’ ବର୍ଗର ସୁରକ୍ଷା ସହ ପଶ୍ଚିମବଙ୍ଗ ବିଜେପି ନେତା ଦିଲୀପ ଘୋଷଙ୍କୁ ‘ୱାଇ ପ୍ଲସ୍’ ସୁରକ୍ଷା ଦିଆଯାଇଥିବାବେଳେ ରାକେଶ ସିଂ, ବିଧାୟକ ପୱନ ସିଂ ଏବଂ ସିଦ୍ଧାର୍ଥ ଦାସଙ୍କ ଭଳି ରାଜ୍ୟ ବିଜେପି ନେତାଙ୍କୁ ମଧ୍ୟ ଏହି ବର୍ଗରେ ସୁରକ୍ଷା ଦିଆଯାଉଛି।

- Advertisement -

ସାଧାରଣତ ସମ୍ପୂର୍ଣ୍ଣ ବିପଦ ବର୍ଗରେ ଥିବା ବ୍ୟକ୍ତିଙ୍କୁ ‘ଜେଡ’ କିମ୍ବା “ଜେଡ ପ୍ଲସ୍’ ସୁରକ୍ଷା ଯୋଗାଇ ଦିଆଯାଏ ଏବଂ ଏହା ଅଧୀନରେ ସେହି ବ୍ୟକ୍ତି କିମ୍ବା ନେତାଙ୍କ ଘରକୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସ ଜଗି ରହିଥାନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦୁଇଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଏବଂ ସେ ବାହାରକୁ ଯାତ୍ରା ବେଳେ ୬ରୁ ୮ ଜଣ ସୁରକ୍ଷାକର୍ମୀଙ୍କୁ ଏସକର୍ଟ ପାଇଁ ଦିଆଯାଇଥାଏ। ସେହିପରି ‘ୱାଇ’ ବର୍ଗ ଅଧୀନରେ ବାସସ୍ଥାନର ସୁରକ୍ଷା ପାଇଁ ଫୋର୍ସ ଏବଂ ଜଣେ ୨୪ ଘଣ୍ଟିଆ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଯୋଗାଇ ଦିଆଯାଏ। ଏହି ବର୍ଗରେ ସମ୍ପୃକ୍ତ ବ୍ୟକ୍ତି ବାହ୍ୟ ଗତିବିଧି ପାଇଁ ଏସକର୍ଟ ମାଗିପାରିବେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୁରକ୍ଷା ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ସମୟ ସମୟରେ ସମୀକ୍ଷା କରି ଆବଶ୍ୟକତା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କିମ୍ବା ପ୍ରତ୍ୟାହାର କରିଥାଏ। ନିକଟରେ ହୋଇଥିବା ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗର ନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବାକୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories