www.samajalive.in
Saturday, December 13, 2025
14.1 C
Bhubaneswar

ଚର୍ତୁଥ ଗଡଜାତ ଲୋକମହୋତ୍ସବ ଉଦଘାଟିତ

ହରଭଙ୍ଗା: ଗଡଜାତ ସାଂସ୍କୃତିକ ପରିଷଦ ବୀରନରସିଂହପୁର ଆନୁକୂଲ୍ୟରେ ସ୍ଥାନୀୟ ନର୍ସରୀଠାରେ ମଙ୍ଗଳବାର ଚର୍ତୁଥ ଗଡଜାତ ଲୋକମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବୀରାମଚନ୍ଦ୍ରପୁର ସବୁର୍ଣ୍ଣେଶ୍ୱର ଶିବ ମନ୍ଦିରରୁ ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର ଏବଂ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଏକ ମଶାଲ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା ପରେ ଉତ୍ସବସ୍ଥଳକୁ ପହଁଚିବା ପରେ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଆଇ.ଆର.ବି କମାଣ୍ଡଣ୍ଡ ବିଜୟ କୁମାର ମିଶ୍ର ଯୋଗଦାନକରି ମାଆ ଭୈରବୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଏବଂ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମର ଶୁଭଉଦଘାଟନ କରିଥିଲେ। ସମ୍ମାନୀତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ସୂବର୍ଣ୍ଣ ମଲ୍ଲିକ , ମୁଖ୍ୟବକ୍ତା ଭାବେ ଜାତୀୟ ପୁରଷ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଲୋକମହୋତ୍ସବ ମାଧ୍ୟମରେ ବଞ୍ଚାଇରଖିବା ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଉଦ୍ୟମକୁ ପ୍ରଂଶସା କରିଥିଲେ। ମୁଖ୍ୟବକ୍ତା କରୋନା ମୁକାବିଲା କ୍ଷେତ୍ରରେ ଜିଲ୍ଲାପ୍ରଂଶସାନର ଦାୟିତ୍ୱକୁ ପ୍ରଂଶସା କରିବା ସହ କରୋନା କଟକଣାରେ ଅଭିନବ ଉପାୟରେ ସେବାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଗଡଜାତ ଲୋକମହୋତ୍ସବ ପାଳନ କରାଯାଉଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ବିଜୟ କୁମାର ସାହୁ ଅତିଥିପରିଚୟ ପ୍ରଦାନ କରିବା ସହ ମଞ୍ଚପରିଚାଳନା କରିଥିଲେ। କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଗାଈଗୌରୀଆ ଧନ୍ୟବାଦ ପ୍ରଦାନ କରିଥିଲେ। କରୋନା କଟକଣା ମଧ୍ୟରେ ମହୋତ୍ସବ ପାଳନ ପାଇଁ ବିିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ରକ୍ତଦାନ ଶିବିର, ଅସହାୟଙ୍କୁ କମ୍ବଳ ବଣ୍ଟନ, କୃଷକ ଦକ୍ଷତା ବୃଦ୍ଧି ତାଲିମ ଶିବିର ପ୍ରଭୃତିକୁ ଉତ୍ସବ ପାଳନରେ ସାମିଲ କରାଯାଇଥିବା ସଂପାଦକ ଦେବାଶିଷ ମହାକୁଡ ସୂଚନା ଦେଇଛନ୍ତି। ସଙ୍ଗୀତକାର ବ୍ରହ୍ମା କୁମ୍ଭାର ଓ ସାଥିମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ଶେଷରେ ବନ୍ଦେଉତ୍କଳ ଜନନୀ ଗାନ କରାଯାଇଥିଲା। କାର୍ଯ୍ୟକ୍ରମରେ ନରେନ୍ଦ୍ର କୁମାର ସାହୁ,ସୁଜ୍ଞାନ କୁମାର ପ୍ରଧାନ, ବସନ୍ତ ପ୍ରଧାନ, ସୁଶାନ୍ତ ପାତ୍ର, ଅଖିଳ ମଲ୍ଲିକ, ବିରଜା ମହାକୁଡ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories