www.samajalive.in
Friday, December 12, 2025
19.1 C
Bhubaneswar

ଉଜୁଡ଼ି ଯାଇଥିବା ଅର୍ଥନୀତିକୁ ସଜାଡ଼ିବାକୁ ସରକାରୀ ପ୍ରୋତ୍ସାହନ:ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ୨୮୯.୪୧କୋଟି

ଭୁବନେଶ୍ବର: କରୋନା ମହାମାରୀ ସମୟରେ ରାଜ୍ୟର ଉଜୁଡ଼ି ଯାଇଥିବା ଅର୍ଥନୀତିକୁ ସଜାଡ଼ିବାକୁ ସରକାରୀ ପ୍ରୋତ୍ସାହନ ମାଧ୍ୟମରେ ଏହାର ବିକାଶ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ମଧ୍ୟମ, କ୍ଷୁଦ୍ର ଓ ଅଣୁଶିଳ୍ପ(ଏମ୍‌ଏସ୍‌ଏମ୍‌ଇ)ର ବିକାଶ ହେଲେ ଏହାର ରାଜ୍ୟର ଅର୍ଥନୀତିକୁ ସୁଧାରିବାରେ ସହାୟକ ହୋଇପାରିବ। ଏହି ଲକ୍ଷ୍ୟ ନେଇ  ଆଜି ମଧ୍ୟମ, କ୍ଷୁଦ୍ର ଓ ଅଣୁଶିଳ୍ପ(ଏମ୍‌ଏସ୍‌ଏମ୍‌ଇ) ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮୯କୋଟି ୪୧ଲକ୍ଷ ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ପ୍ୟାକେଜ୍‌ ଭିତରେ ସୁଧ ରିହାତି, ଟପ୍‌ଅପ୍‌ ସବ୍‌ସିଡି ଆଦି ଅନ୍ତର୍ଭୁକ୍ତ ରହିଛି। ଏଥିରେ ମୁଖ୍ୟତଃ ମହିଳା ଓ ଦୁର୍ବଳ ଶ୍ରେଣୀର ଶିଳ୍ପୋଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି। ମହିଳାମାନଙ୍କ ଦ୍ବାରା ଚାଲୁଥିବା ୪୦% ଏମ୍‌ଏସ୍‌ଏମ୍‌ଇ ପାଇଁ ୧୦୮କୋଟି ଟଙ୍କା ବ୍ୟବସ୍ଥା ହୋଇଛି।


କରୋନା ମହାମାରୀ ଯୋଗୁ ଉଜୁଡ଼ି ଯାଇଥିବା ଅର୍ଥନୀତିକୁ ସଜାଡ଼ିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ ଏକ ପଦକ୍ଷେପ ନିଆଯାଇଛି। ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି ଘୋଷଣା କରିଛନ୍ତି। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮୯କୋଟି ୪୧ଲକ୍ଷ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି।
ଏହି ପ୍ୟାକେଜରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ଏବଂ ଆର୍ଥିକ ପ୍ରଗତି ପାଇଁ ଅନେକ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରେ ସୁଧ ପାଇଁ ଅନୁଦାନ, ସବସିଡି ଉପରେ ସବସିଡି, ରାଜ୍ୟ ଜିଏସଟି ଫେରସ୍ତ ଓ ସଂସ୍ଥାର ବାର୍ଷିକ ରକ୍ଷଣବେକ୍ଷଣ ଖର୍ଚ୍ଚ ଛାଡ଼ ସୁବିଧା ରହିଛି। ଏହାଦ୍ୱାରା ରାଜ୍ୟର ବିଶେଷକରି ମହିଳା ଏବଂ ଦୁର୍ବଳ ଶ୍ରେଣୀର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର କୋଭିଡ୍ କଟକଣା ପାଇଁ ଉପୁଜିଥିବା ଆହ୍ବାନକୁ ମୁକାବିଲା କରିବାରେ ସକ୍ଷମ ହୋଇପାରିବେ। ସୁଧ ପାଇଁ ଅନୁଦାନ ସହୟତା ଇସିଏଲ୍‌ଜିଏସ୍‌ ୧ ଲକ୍ଷ ୭୦ ଏମ୍‌ଏସ୍‌ଏମ୍‌ଇ ପାଇପାରିବେ। ଏହି ବ୍ୟବସ୍ଥା ଅନୁଯାୟୀ ସୁଧ ଉପରେ ଅନୁଦାନ ଏମ୍‌ଏସ୍‌ଏମ୍‌ଇକୁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନାରେ ଗୋଟିଏ ବର୍ଷ ମୋରାଟୋରିୟମ୍ ଭାବେ ମିଳିପାରିବ।
ମହିଳାମାନଙ୍କ ଦ୍ୱାରା ପରିଚାଳିତ ୪୦ ପ୍ରତିଶତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଲାଗି ୧୦୮କୋଟି ୨୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପିଏମ୍‌ଇଜିପି ଅଧୀନରେ ୨୦୨୦-୨୧ ବର୍ଷ ପାଇଁ ଆର୍ଥିକ ଦୁର୍ବଳ ବର୍ଗକୁ ସବସିଡି ଉପରେ ସବସିଡି ୫ ପ୍ରତିଶତ ପ୍ରମୋଟର କଣ୍ଟ୍ରିବୁସନ ଆକାରରେ ବ୍ୟବସ୍ଥା ହୋଇଛି, ଯେଉଁଥିପାଇଁ ୨୭ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ଆର୍ଥିକ ଦୁର୍ବଳ ଶ୍ରେଣୀ ଯଥା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ, ମହିଳା, ଦିବ୍ୟାଙ୍ଗ ଏବଂ ପୂର୍ବତନ ସେନାକର୍ମଚାରୀଙ୍କୁ ମହାମାରୀ ସଂକଟ ସମୟରେ ସହାୟତା ପ୍ରଦାନ କରିବାରେ ସହାୟକ ହୋଇପାରିବ।
କେନ୍ଦ୍ର ସରକାରଙ୍କ ପିଏମ୍‌ଏଫ୍‌ଏମ୍‌ଇ ଯୋଜନା ଅଧୀନରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ପାଇଁ କେନ୍ଦ୍ରର ୬୦ ଓ ରାଜ୍ୟର ୪୦ ପ୍ରତିଶତ ଉପରେ ଅତିରିକ୍ତ ୧୫ ପ୍ରତିଶତ ଟପ୍-ଅପ୍ ସବସିଡି ଏକ ହଜାର ୟୁନିଟ୍ ପାଇଁ ଚଳତି ଆର୍ଥିକ ବର୍ଷରେ ଦିଆଯିବ। ଏଥିପାଇଁ ଏହି ପ୍ୟାକେଜ୍‌ରେ ୧୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories