www.samajalive.in
Friday, December 12, 2025
26.1 C
Bhubaneswar

ଅସୁସ୍ଥ ହେଉଛନ୍ତି ଧାରଣାରତ ନର୍ସିଂଗ ସ୍ୱାସ୍ଥ୍ୟକର୍ମୀ: ବିରୋଧୀ ନେତା ପ୍ରଦୀପ୍ତ ନାଏକଙ୍କ ଦାବି, ଖାଲି ପଦବୀ ପୁରଣ କର

କରୋନା ମହାମାରୀ ସମୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ସେବା ପ୍ରଦାନ କରିଥିବା ନର୍ସିଂଗ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାକୁ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଦାବି କରିଛନ୍ତି। ଏହା ଫଳରେ ରାଜ୍ୟରେ ଖାଲି ପଡିଥିବା ନର୍ସିଂ ପଦବୀକୁ ପୂରଣ କରିବାକୁ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ପତ୍ର ଲେଖି ଦାବି କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ସରକାରୀ ଡାକ୍ତରଖାନାଗୁଡିକରେ ପ୍ରାୟ ଅଧା ନର୍ସିଂ ପଦବୀ ଖାଲି ପଡିଛି। ସରକାର ତାହାକୁ ତୁରନ୍ତ ପୂରଣ କରନ୍ତୁ। ସେହି ସମୟରେ ଯେଉଁମାନେ କରୋନା ମୁକାବିଲାରେ ଯୋଦ୍ଧା ସାଜି ଓଡ଼ିଶାବାସୀଙ୍କ ଜୀବନ ରକ୍ଷା କରିଥିଲେ ସେମାନଙ୍କୁ ଅଗ୍ରାଧୀକାର ଦିଆଯାଇ ସେମାନଙ୍କୁ ନିଯୁକ୍ତିକୁ ସୁନିଶ୍ଚିତ କରାଯାଉ ବୋଲି ସେ କହିଛନ୍ତି।

- Advertisement -

ସେ ତାଂକ ପତ୍ରରେ ଲେଖିଛନ୍ତି ଯେ, ବିଗତ ୧୦ ବର୍ଷ ହେବ ରାଜ୍ୟରେ ଏଏନଏମ ପଦବୀରେ ନୂଆ ନିଯୁକ୍ତି ହୋଇନାହିଁ, ସେଥିପାଇଁ ସର୍ବାଧିକ ବୟସ ସୀମାକୁ ୩୨ ବଦଳରେ ୪୨ ବର୍ଷ ବୟସ କରାଯାଉ। ଇଣ୍ଡିଆନ ପବ୍ଲିକ ହେଲ୍‍ଥ ଷ୍ଟାଣ୍ଡାର୍ଡ ୨୦୧୨ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ୨୦୧୩ ଅନୁଯାୟୀ ରାଜ୍ୟରେ ଆବଶ୍ୟକୀୟ ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ନର୍ସିଂ ପଦବୀକୁ ପୂରଣ କରାଯାଉ ବୋଲି ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଧାରଣାରତ ନର୍ସିଙ୍ଗ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଅନେକ ଅସୁସ୍ଥ ହୋଇପଡିଥିବା ବେଳେ ଆଜି ଦୁଇ ଜଣ ନର୍ସିଙ୍ଗ ସ୍ୱାସ୍ଥ୍ୟକର୍ମୀ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ପୁଲିସ ଉଦ୍ଧାର କରି ନିଜ ହେପାଜତକୁ ନେଇଛି। ଇତିମଧ୍ୟରେ କିଛି ଅସୁସ୍ଥ ନର୍ସିଙ୍ଗ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories