www.samajalive.in
Friday, December 12, 2025
14.1 C
Bhubaneswar

ନକଲି ଆୟକର ଅଧିକାରୀ ଗିରଫ

ଭୁବନେଶ୍ବର : ଖାରବେଳନଗର ପୁଲିସ ଜଣେ ନକଲି ଆୟକର ଅଧିକାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଗତସିଂହପୁର ଜିଲା ବିରିଡ଼ିଥାନା ଅଧୀନସ୍ଥ ହଳଦୀପଡ଼ିଆ ଗ୍ରାମ ଜେନା ସାହିର ଉମାକାନ୍ତ ରାଉତ।
ପୁଲିସ ସୂଚନା ମୁତାବକ ଅଭିଯୁକ୍ତ ଜଣକ ଆୟକର କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ ପିଅନ। ପୂର୍ବରୁ ଲାଞ୍ଚ ନେବା ମାମଲାରେ ବିଭାଗ ପକ୍ଷରୁ ତାକୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ବିଭିନ୍ନ ବ୍ୟବସାୟୀ, ଫାର୍ମ ହାଉସ ମାଲିକଙ୍କୁ ଫୋନ୍‌ କରି ଟଙ୍କା ଆଦାୟ କରୁଥିଲା। ଏନେଇ କଟକ ଓ ଭୁବନେଶ୍ବରରେ ଅନେକ ଥର ଅଭିଯୋଗ ମଧ୍ୟ ହୋଇଥିଲା। ଗିରଫ ଅଭିଯୁକ୍ତର କଟକ ମାଲଗୋଦାମ, ଚାଉଳିଆଗଞ୍ଜ ଏବଂ ଇନ୍‌ଫୋସିଟି ଥାନାରେ ୫ଟି ଘଟଣା‌େ‌ର ସମ୍ପୃକ୍ତି ଥିବା ଜଣା ପଡ଼ିଛି।

ଗତ ଜୁଲାଇ ମାସରେ ଜଣେ ବ୍ୟକ୍ତିଙ୍କଠାରୁ ଫୋନ୍‌ରେ ନିଜକୁ ଆୟକର ଅଧିକାରୀ କହି ସେ ୧୦ହଜାର ଟଙ୍କା ଦାବି କରିଥିଲା। ପରେ ଏନେଇ ଭୌମନଗରସ୍ଥିତ ଦେବା ଏଜେନ୍ସି ମାଲିକ ଦେବାଶିଷ ପଟ୍ଟନାୟକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ଉମାକାନ୍ତ ଆୟକର ଅଧିକାରୀ ପରିଚୟ ଦେବାସହ ତାଙ୍କ ଠାରୁ ୧୦ ହଜାର ଟଙ୍କା ଦାବି କରିଥିଲା। ଫୋନରେ ଧମକ ମଧ୍ୟ ଦେଇଥିଲା। ପୁଲିସ ଘଟଣାର ତଦନ୍ତ କରିବା ସହ ମୋବାଇଲ ଫୋନ୍‌ ଟ୍ରାକ୍‌ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories