www.samajalive.in
Friday, December 5, 2025
17.1 C
Bhubaneswar

୩୪୦ ଏକର ଜମିରୁ ବେଆଇନ ଗଞ୍ଜେଇ ଗଛ ନଷ୍ଟ

ଫୁଲବାଣୀ : ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡ଼ିମିରିଗୁଡ଼ା ପଂଚାୟତ ଅନ୍ତର୍ଗତ ଟାମଟିଙ୍ଗିଆ, ଉପର ଟାଟଙ୍ଗିଆ, ବୁଡ଼ିଗୁଡ଼ା ଭଳି କେତେକ ଗ୍ରାମର ସଂରକ୍ଷିତ ଜଙ୍ଗଲରେ ବେଆଇନ ଭାବେ ଲାଗିଥିବା ପ୍ରାୟ ୧୬୦ ଏକର ଜମିରୁ ଗଂଜେଇ ଗଛକାଟି ନଷ୍ଟ କରିଦିଆଯାଇଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି। ଅବକାରୀ ଓ ପୁଲିସ୍ ବିଭାଗର ମିଳିତ ସହଯୋଗାରେ ଏହି ଗଂଜେଇ ଗଛକାଟି ନଷ୍ଟ କରିଦିଆଯାଇଥିବା ବେଳେ ଏନେଇ କେସ ନଂ ୧୧୨/୨୦ରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚାଲିଥିବା ପ୍ରକାଶ।

ସେହିଭଳି ଫୁଲବାଣୀ ସଦରଥାନା ଅଂଚଳରେ ଥିବା ଦଡକି ଗ୍ରାମ ପଂଚାୟତର ୪ଟି ଗ୍ରାମରେ ଆଜି ସଦରଥାନା ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢାଉରେ ଏହି ଅଂଚଳ ଗୁଡିକରେ ଥିବା ସଂରକ୍ଷିତ ଜଙ୍ଗଲରେ ଲୋକଙ୍କ ଦ୍ୱାରା କରାଯାଇ ଥିବା ୧୮୦ ଏକର ପରିମିତ ଯାଗାର ବେଆଇନ ଗଞ୍ଜେଇ ଚାଷକୁ କାଟି ନଷ୍ଟ କରାଯିବ ସହିତ ସେଠାରେ ପୋଡି ନଷ୍ଟ କରାଯାଇଛି। ଫୁଲବାଣୀ ସଦର ଥାନା ଅଧିକାରୀ ଆଦିତ୍ୟ କୁମାର ସେଠୀଙ୍କ ସୂଚନା ଅନୁସାରେ ଆଜି ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ବିରଂଚି କହଁରଙ୍କ ଉପସ୍ଥିତିରେ ସଦରଥାନା ଅଧିକାରୀଙ୍କ ନେତୃତ୍ୱରେ ଦଡକି ଗ୍ରାମ ପଂଚାୟତର ବେଣାକେରା, ଗାଗଡପଦର, ଲଣ୍ଡ୍ରେଜୁ ଏବଂ ଟିସୁପଦର ଅଂଚଳରେ ଥିବା ସଂରକ୍ଷିତ ଜଙ୍ଗଲରେ ସେହି ଅଂଚଳର ଲୋକଙ୍କ ଦ୍ୱାରା କରାଯାଇ ଥିବା ଏହି ଗଞ୍ଜେଇ ଗଛକୁ କାଟି ସେଠାରେ ପୋଡି ନଷ୍ଟ କରାଯାଇଛି। ଏହି ଅଭିଯାନରେ ଫୁଲବାଣୀ ଅବକାରୀ ବିଭାଗର ଏସ.ଆଇ ସୁରେଶ କୁମାର ତାଣ୍ଡିଙ୍କ ସମେତ ଅବକାରୀ କର୍ମଚାରୀ, ୨ପ୍ଲାଟୁନ ଶସସ୍ତ୍ର ପୁଲିସ ଏବଂ ଶ୍ରମିକମାନେ ଯୋଗ ଦେଇଥିଲେ। ଏହି ସଂକ୍ରାନ୍ତରେ ଫୁଲବାଣୀ ସଦର ଥାନାରେ ଏକ ମାମଲା ୧୧୮/୨୦୨୦ ରୁଜ୍ଜୁ କରାଯାଇଥିବା ନେଇ ସଦରଥାନା ଅଧିକାରୀଙ୍କ ସୁତ୍ରରୁ ଜଣାପଡିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories