www.samajalive.in
Friday, December 12, 2025
16.1 C
Bhubaneswar

ରାଜ୍ୟସଭା ସାଂସଦଙ୍କ ସହ ଗସ୍ତରେ ବିଧାୟକ; ଗୁଣ୍ଡରିରେ ଉଦ୍‌ଘାଟିତ ହେଲା ବସୁଧା ପାନୀୟଜଳ ପ୍ରକଳ୍ପ

ଲାଞ୍ଜିଗଡ଼ : ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା କରିବା ସହ ଜନସାଧାରଣଙ୍କ ସହିତ ଆଲୋଚନା କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ। ରାଜ୍ୟର ସବୁଠୁ ଦୀର୍ଘତମ ଭୌଗଳିକ ପରିସୀମା ପରିବେଷ୍ଟିତ ଲାଞ୍ଜିଗଡ ବିଧାନସଭା ନିର୍ବାଚନୀ କ୍ଷେତ୍ରରେ ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ଭଳି ଦୁଇଟି ବ୍ଲକର ସମୁଦାୟ ଅଞ୍ଚଳ ତଥା ଜୟପାଟଣା ଓ ଭବାନୀପାଟଣା ଭଳି ଦୁଇଟି ବ୍ଲକର ଅର୍ଦ୍ଧାଧିକ ଅଞ୍ଚଳ ସାମିଲ ରହିଛି। ଆଦିବାସୀ ଓ ଦୁର୍ଗମ ଅଞ୍ଚଳ ବହୁଳ ଏହି ସବୁ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ ଓ ତଦାରଖ ପାଇଁ ବିଭିନ୍ନ ସମସ୍ୟା ରହିଥିଲେ ହେଁ ବିଧାୟକ ଶ୍ରୀ ଦିଶାରୀ ଦିନର ଅଠର ଘଣ୍ଟା ପରିଶ୍ରମ କରି ଲୋକଙ୍କ ପାଖକୁ ଯିବା ସହିତ ଅଞ୍ଚଳରେ ଜନପ୍ରିୟତା ହାସଲ କରିଛନ୍ତି। ଆଜି ବିଧାୟକ ଶ୍ରୀ ଦିଶାରୀ ଲାଞ୍ଜିଗଡ ବ୍ଲକର ଗୁଣ୍ଡରି ଗ୍ରାମପଞ୍ଚାୟତ ଗସ୍ତ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ଦେଖିବାକୁ ମିଳିଛି। ଗୁଣ୍ଡରିଠାରେ ନବନିର୍ମିତ ବସୁଧା ପାନୀୟଜଳ ପ୍ରକଳ୍ପର ଆଜି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ଋତୁରାଜ ମାଝୀ, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ସଚ୍ଚିଦାନନ୍ଦ ମହାକୁଡ, ଜିଲ୍ଲା ଯୁବ ବିଜେଡି ସଂପାଦକ ଆଶୁତୋଷ ପୁରୋହିତ, ଯୁବନେତା ଚିନ୍ମୟ ମିଶ୍ର, ଲବଣୀଧର ମହାନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ଉପେନ୍ଦ୍ର ରାଉତ, ଲାଞ୍ଜିଗଡ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ବ୍ଲକ ଯୁବ ବିଜେଡି ସଭାପତି ଡିଲେଶ ନାଗ, ଜିଲ୍ଲା ଛାତ୍ର ବିଜେଡି ସାଧାରଣ ସଂପାଦକ ପରିକ୍ଷୀତ ନାଏକ, ଗୁଣ୍ଡରି ସମିତିସଦସ୍ୟ ବରୁଣ ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଗୁଣ୍ଡରି ସରପଞ୍ଚ ପୁରୋହିତ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଚୈତନ୍ୟ ମହାନନ୍ଦ। ସେହିପରି ବିଧାୟକ ଶ୍ରୀ ଦିଶାରୀ ନିଜ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଦର୍ଶନୀୟ ସ୍ଥଳଗୁଡିକର ବିକାଶ ପାଇଁ ଅଣ୍ଟା ଭିଡିଥିବାବେଳେ ଭଟାଙ୍ଗପଦର ଗ୍ରାମପଞ୍ଚାୟତ ମଧ୍ୟରେ ଥିବା ରାବଣଦର ଜଳପ୍ରପାତ ପରିଦର୍ଶନ ଓ ସମୀକ୍ଷା ସହିତ ଏହାର ବିକାଶ ପାଇଁ ବନ ବିଭାଗର କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହାସହିତ ଭବାନୀପାଟଣା ସହରର ଅନତି ଦୂରରେ ଥିବା ଭଟାଙ୍ଗପଦର ଜଳଭଣ୍ଡାରରେ ବୋଟିଂ ବ୍ୟବସ୍ଥା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଯୋଜନା ପ୍ରସ୍ତୁତ ପାଇଁ ସେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories