www.samajalive.in
Saturday, December 6, 2025
16.1 C
Bhubaneswar

କୃଷି ଆଇନ ଉଚ୍ଛେଦ ଦାବୀରେ ନବ ନିର୍ମାଣ କୃଷକ ସଂଗଠନର ଧାରଣା 

ବୌଦ୍ଧ: କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ତିନୋଟି କୃଷି ଆଇନକୁ କଳା ଆଇନ କହିବା ସହ ଦେଶବ୍ୟାପୀ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଇ ଏହି ଆଇନକୁ ଉଚ୍ଛେଦ କରିବାକୁ ଦାବୀ ହୋଇଆସୁଛି। ଏନେଇ ସାରା ଦେଶରେ କୃଷକ ଆନ୍ଦୋଳନ ତେଜିବାରେ ଲାଗିଛି। ଗତ ୮ ତାରିଖରେ ସାରା ଦେଶରେ କୃଷକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କୃଷି ଆଇନ ଉଚ୍ଛେଦ ଦାବୀରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ପୁଣି ସୋମବାର ସାରା ଦେଶରେ ସର୍ବ ଭାରତୀୟ କୃଷକ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି। କୃଷକ ସଂଗଠନ ଡାକରା ନିଷ୍ପତ୍ତିକୁ ସମର୍ଥନ ଜଣାଇ ବୌଦ୍ଧ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବୌଦ୍ଧରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ଧାରଣା ଦିଆଯାଇଥିଲା। ଏହି କୃଷକ ଆନ୍ଦୋଳନରେ ବୌଦ୍ଧରେ କଂଗ୍ରେସ ଓ ସିପଆଇ ପକ୍ଷରୁ ମଧ୍ୟ ପୂର୍ଣ୍ଣ ସମର୍ଥନ ଦିଆଯିବା ସହ ବିକ୍ଷୋଭ କରାଯାଇଥିଲା। ଏହି କଳା ଆଇନକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଏକ ଦାବୀ ପତ୍ର ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା।

ଏହି ବିକ୍ଷୋଭରେ ବୌଦ୍ଧ ନବ ନିର୍ମାଣ କୃଷକ ସଂଗଠନର ସଭାପତି ନରେନ୍ଦ୍ର କୁମାର ସାହୁ, ପ୍ରଶ୍ନ୍ନ କୁମାର ପ୍ରଧାନ, ପ୍ରତାପ ପ୍ରଧାନ, ହୃଷିକେଶ ପ୍ରଧାନ ଓ କଂଗ୍ରେସ ପକ୍ଷରୁ ଜିଲାସଭାପତି ନବକୁମାର ମିଶ୍ର, ପ୍ରଦୀପ ଦାସ, ଅର୍ଜୁନ ମହାନନ୍ଦ , ବେଣୁ ମେହେର, ଶିବ ବେହେରା, ଶଙ୍କର ରାଓ, ଉଦ୍ଧବ ବେହେରା ସାମିଲ ଥିବ ବେଳେ ସିପିଆଇ ପକ୍ଷରୁ ଜିଲା ସଂପାଦକ ଅବକାଶ ସାହୁ , ପ୍ରଦୀପ କୁମାର ମହାକୁଡ, ସୁଧାଂଶୁ ପ୍ରଧାନ, ରଂଜନ ହଂସ, ନେତ୍ରାନନ୍ଦ କହଁର, ଅଜିତ କୁମାର ବାଇ, ରଞ୍ଜନ କୁମାର ରଣବିଡା, ରଞ୍ଜନ ବେହେରା ପ୍ରମୁଖ ସାମିଲ ହୋଇଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories