www.samajalive.in
Saturday, December 13, 2025
14.1 C
Bhubaneswar

ଖୋଲିବ ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ କେବେ?

ଭୁବନେଶ୍ୱର : ଶ୍ରୀମନ୍ଦିର ପରି ଏକାମ୍ରକ୍ଷେତ୍ର ଝଟକିବ। କୋଷେ ଦୂରରୁ ଶ୍ରଦ୍ଧାଳୁ ଶ୍ରୀଲିଙ୍ଗରାଜ ମନ୍ଦିର ରୂପକୁ ଦେଖି ଅଭିଭୂତ ହେବେ। ପୁରୀ ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀଲିଙ୍ଗରାଜଙ୍କ ଆଇନ ପ୍ରଣୟନ ହେବ। ପୁରୀ ଓ ଏକାମ୍ରକ୍ଷେତ୍ରକୁ ଦୃଷ୍ଟିରେ ରଖି ସରକାର ବିଶ୍ବ ଐତିହ୍ୟ କରିଡରରେ ସାମିଲ କରିବା ଯୋଜନା ରଖିଛନ୍ତି। ପୁରୀ ଦର୍ଶନରେ ଯାଉଥିବା ଶ୍ରଦ୍ଧାଳୁ ଏକାମ୍ରକ୍ଷେତ୍ରର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବାର ସୁଯୋଗ ନେବେ। ଦୀର୍ଘ ୯ମାସ ପରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବ। ବଡ଼ଦିନ ଓ ନୂଆବର୍ଷ ପୂର୍ବରୁ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ଭକ୍ତଙ୍କ ଗହଣରେ ହସି ଉଠିବ। ଶ୍ରୀମନ୍ଦିର ପରି ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ କେବେ ?

ଏହାକୁ ନେଇ ଭକ୍ତଙ୍କ ମନରେ ଆରମ୍ଭ ହୋଇଛି ଉତ୍ସୁକତା। ଆଗ ଅପେକ୍ଷା ଭୁବନେଶ୍ବରରେ କରୋନା ସ୍ଥିତି ସୁଧୁରିଛି। ସଂକ୍ରମଣ କମିଥିବାରୁ ପୁରୀ ଶ୍ରୀମନ୍ଦିର ଖୋଲିବା ଦିନ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଉବୋଲି ବିଭିନ୍ନ ମହଲରେ ଦାବି ହୋଇଛି। ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ, ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା, ବ୍ରାହ୍ମଣ ନିଯୋଗ ସଭାପତି ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ବିଏମ୍‌ସି କମିସନର, ଦେବୋତ୍ତର କମିସନର ଓ ଜିଲାପାଳଙ୍କ ସହ ସରକାର ଆଲୋଚନା କରି ମନ୍ଦିର ଖୋଲିବା ନିଷ୍ପତ୍ତି ନିଅନ୍ତୁ ବୋଲି କହିଛନ୍ତି।

- Advertisement -

ଅନ୍ୟପକ୍ଷରେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ଉପରେ କୌଣସି ନିଷ୍ପତ୍ତି ନିଆଯାଇନି। ଆଲୋଚନା ପରେ ପଦକ୍ଷେପ ନିଆଯିବ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories